Monday, June 8, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ନୟାଗଡ଼ ସର୍ବ ଭାରତୀୟ ଫୁଟବଲ କପର ଦ୍ୱିତୀୟ ସେମି ଫାଇନାଲ, ଫାଇନାଲରେ ପ୍ରବେଶ କଲା ସାଇ ହାଲ ସୁନାବେଡ଼ା

by ସଞ୍ଜୟ ସ୍ୱାଇଁ
January 12, 2024
in Nayagarh, Sports, State
ନୟାଗଡ଼ ସର୍ବ ଭାରତୀୟ ଫୁଟବଲ କପର ଦ୍ୱିତୀୟ ସେମି ଫାଇନାଲ, ଫାଇନାଲରେ ପ୍ରବେଶ କଲା ସାଇ ହାଲ ସୁନାବେଡ଼ା
134
VIEWS
Share on FacebookShare on Twitter

ଆସନ୍ତା ୧୪ରେ ଫାଇନାଲ ମ୍ୟାଚ, ଟାଟା ବନାମ ସାଇ ସୁନାବେଡ଼ା ଲଢ଼େଇ

ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ କପ୍‌ର ଆଜି ଦ୍ୱିତୀୟ ସେମି ଫାଇନାଲରେ ହାଇଦ୍ରାବାଦ ବନାମ ସାଇ ହାଲ ସୁନାବେଡ଼ା ମଧ୍ୟରେ ଖେଳ ଅନୁଷ୍ଠିତ ହୋଇଥିଲା । ଆଜି ସେମି ଫାଇନାଲ ଖେଳ ପାଇଁ ପ୍ରବଳ ଜନ ସମାଗମ ହୋଇଥିଲା । ଖେଳ ମଧ୍ୟ ବେଶ୍ ଉତ୍କଣ୍ଠାପୂର୍ଣ୍ଣ ଥିଲା । ପ୍ରଥମାର୍ଦ୍ଧ ଶେଷ ସୁଦ୍ଧା ଖେଳ ୧-୧ ରେ ଅମିମାଂସିତ ଥିଲା । ପ୍ରଥମେ ହାଇଦ୍ରାବାଦ ଦଳ ସାଇ ହାଲ ସୁନାବେଡ଼ାକୁ ଗୋଟିଏ ଗୋଲ ପ୍ରଦାନ କରିଥିଲା । ଏହା ପରେ ଏହି ଗୋଲଟିକୁ ସାଇ ହାଲ ସୁନାବେଡ଼ା ସୁଝାଇ ଦେଇଥିଲା । ଏହା ପରେ ପେନାଲ୍‌ଟିକିକ୍‌ର ସହଯୋଗ ନିଆଯାଇଥିଲା । ଏଥିରେ ସାଇହାଲ ସୁନାବେଡ଼ା ୫-୪ ଗୋଲରେ ବିଜୟ ଲାଭ କରିଥିଲା ।

ଆଜିର ଖେଳରେ ମୁଖ୍ୟ ଅତିଥି ଭାବେ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ ଯୋଗ ଦେଇଥଲେ । ସମ୍ମାନିତ ଅତିଥି ଭାବେ ନୟାଗଡ଼ ପୌରାଧ୍ୟକ୍ଷା ନିରୁପମା ଖଟ୍ଟେଇ, ରାଜ୍ୟ ୱାକପ୍ ବୋର୍ଡର ଚେୟାରମ୍ୟାନ୍ ଶେଖ୍ ନିଜାମୁଦ୍ଦିନ, ଜିଲ୍ଲା ଆଥଲେଟିକ୍ ଆସୋସିଏସନର ସମ୍ପାଦକ ଅଶେଷ କୁମାର ଦାସ, ବସନ୍ତ କୁମାର ଆଚାର୍ଯ୍ୟ, ଜିଲ୍ଲା ବିଜେଡି ମାଇନରଟି ସେଲର ସଭାପତି ଏସ.କେ.ନଇନ୍‌, ନୟାଗଡ଼ ସର୍ବ ଭାରତୀୟ ଫୁଟବଲ କପର ସାଙ୍ଗଠନିକ ସମ୍ପାଦକ ହଜରତ ଅଲ୍ଲୀ, ସମାଜସେବୀ ହାକିମ ଖାଁ, ନୟାଗଡ଼ ଖେଳ ପଡିଆର ସୁରକ୍ଷା କମିଟି ଯୁଗ୍ମ ସମ୍ପାଦକ ଏସ.କେ.ଇସାକ୍‌, ଆର.ସି.ଏନ.ଏସ ର ସଭାପତି ମାମୁନ୍ ରୌଫ୍‌, ରାଜୁ ଅଟୋ ମୋବାଇଲର ମାଲିକ ସଞ୍ଜିବ ସୁବୁଦ୍ଧି, ସମାଜସେବୀ ସରିଫ୍ ଖାଁ, ନୟାଗଡ଼ ବ୍ଲକ ବିଜେଡି ସଭାପତି ଅଜିତ୍ କୁମାର ସାହୁ ଓ ରୋଟାରୀ କ୍ଲବର ସଭାପତି ଆରିଫ୍ ଖାଁ ପ୍ରମୁଖ ଯୋଗ ଦେଇଥିଲେ ।

ମୁଖ୍ୟ ରେଫରି ଭାବେ ଶେଷଦେବ ବେହେରା, ଶଶିକାନ୍ତ ଦାସିଆ, ଦେବରାଜ ସ୍ୱାଇଁ, ରାଜୁ ମହାନ୍ତି ପ୍ରମୁଖ ଖେଳ ପରିଚାଳନା କରିଥିଲେ । ମ୍ୟାଚ କମିଶନର ଭାବେ ଆଲୋକ ଦାସ ଖେଳ ପରିଚାଳନା କରିଥିଲେ । ଆସନ୍ତା ୧୪ ତାରିଖରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ । ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟରେ ଏହି ଖେଳ ଅନୁଷ୍ଠିତ ହେବ । ଦିବା ୨ ଘଟିକାରୁ ଉକ୍ତ ଫାଇନାଲ ମ୍ୟାଚ ଆରମ୍ଭ ହେବ ବୋଲି ଅନୁଷ୍ଠାନ ପକ୍ଷରୁ ସୁଚନା ମିଳିଛି । ଆଜି ଦ୍ୱିତୀୟ ସେମି ଫାଇନାଲରେ ପ୍ରବଳ ଜନଗହଳି ସୃଷ୍ଟି ହୋଇଥିଲା । ଶେଖ୍ ଅବଦୁଲ ଖାଲିକ୍‌, ଆଶୁତୋଷ ମିଶ୍ର ଓ ରାମକୃଷ୍ଣ ରଥ ଖେଳର ଧାରା ବିବରଣୀ ପ୍ରଦାନ କରିଥିଲେ ।

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!