Saturday, April 18, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ପୁଲିସ ନାଁରେ ଚୂନ ଲଗାଉଥିବା ସାମ୍ବାଦିକ କିଏ?

by ସଞ୍ଜୟ ସ୍ୱାଇଁ
February 20, 2020
in Breaking, Crime
ପୁଲିସ ନାଁରେ ଚୂନ ଲଗାଉଥିବା ସାମ୍ବାଦିକ କିଏ?
68
VIEWS
Share on FacebookShare on Twitter

ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ରେ ଜୈନିକ ବୈଦ୍ୟୁତିକ ଗଣମାଧ୍ୟମର ପ୍ରତିନିଧି ଦଲାଲିର ସମସ୍ତ ସୀମା ଅତିକ୍ରମ କରିଛନ୍ତି । ଗଣମାଧ୍ୟମ ପ୍ରତିନିଧି ଭାବେ ଫାଇଦା ଉଠାଇ ସାଧାରଣ ଲୋକ ଏପରିକି ପୁଲିସ ବିଭାଗକୁ ମଧ୍ୟ ଚୂନ ମାରୁଛନ୍ତି । ଥାନାକୁ ଆସୁଥିବା ବିଭିନ୍ନ ମାମଲାର ରଫାଦଫା ପାଇଁ ଅଭିଯୋଗକାରୀ ଓ ଅଭିଯୁକ୍ତ ନିକଟରୁ ମୋଟା ଅଙ୍କର ମାଲ ପକାଉଛନ୍ତି । କେତେକ ଏସ.ଆଇ, ଏ.ଏସ.ଆଇ ନାମରେ ଟଙ୍କା ନେଇ ନୟାଗଡ଼ ସହରରେ ନିଜର ଧନ୍ଦା ବଢ଼ାଇ ଚାଲିଛନ୍ତି । ତାଙ୍କ ପାଇଁ ନୟାଗଡ଼ ପୁଲିସର ତଳିଆ କର୍ମଚାରୀ ବଦନାମ ହେଉଛନ୍ତି । ସଂପୃକ୍ତ କର୍ମଚାରୀମାନେ ଏସଡିପିଓ ଓ ଆଇଆଇସିଙ୍କ ନିକଟରେ ଅଭିଯୋଗ କଲେ ମଧ୍ୟ ସେମାନେ ଚୁପ ରହୁଛନ୍ତି । ବଡ଼ ଅଧିକାରୀଙ୍କ ଚୁପ ରହିବାର କାରଣ ଏହି ଧୂର୍ତ୍ତ ଦଲାଲ ସାମ୍ବାଦିକ ସଂପୃକ୍ତ ଅଧିକାରୀମାନଙ୍କୁ ମଦ ଓ ନାରୀ ସାହାର୍ଯ୍ୟରେ ସନ୍ତୁଷ୍ଟ କରିଛନ୍ତି । ଏପରିକି ସଂପୃକ୍ତ ସାମ୍ବାଦିକ ନୟାଗଡ଼ରେ ଦେହ ବ୍ୟବସାୟ ଆରମ୍ଭ କରି ଦେଇଥିବା ଜଣାଯାଇଛି । ସାମ୍ବାଦିକତା ଭଳି ପବିତ୍ର ବୃତ୍ତି ଏହି ଦଲାଲ ପାଇଁ ନୟାଗଡ଼ରେ କଳଙ୍କିତ ହେବାକୁ ଯାଉଥିବା ବେଳେ ପୁଲିସ ବିଭାଗ ଉପରକୁ ଲୋକ ଆଙ୍ଗୁଳି ଉଠାଇଲେଣି । କୋରେନା ଭାଇରସ୍ ଠାରୁ ଏହି ଦଲାଲ ଅଧିକ ଭୟଙ୍କର । ଯାହାଙ୍କ ପାଇଁ ନୟାଗଡ଼ରେ ସାମ୍ବାଦିକତା ରୋଗାଗ୍ରସ୍ତ ହୋଇଗଲାଣି । କେବଳ ପୁଲିସ ବିଭାଗ ନୁହେଁ ବିଭିନ୍ନ ଯନ୍ତ୍ରୀ, ଅଧିକାରୀ ଏବଂ ପ୍ରଶାସକଙ୍କୁ ବୁମ୍ ଭୟ ଦେଖାଇ ଏକ ରକମ ମାଫିଆ ଗିରି ଚଳାଇଛନ୍ତି । ସଂପୃକ୍ତ ଦଲାଲ ସାମ୍ବାଦିକଙ୍କ ନାମରେ ଜିଲ୍ଲା ବାହାରେ ଠକେଇ ମାମଲା ସହ ଅନ୍ୟ ଏକ ଥାନାରେ ଦୁଷ୍ମର୍ମ ମାମଲା ମଧ୍ୟ ରହିଛି । ସଂପୃକ୍ତ ସାମ୍ବାଦିକଙ୍କୁ ଗିରଫ କରିଥିବା ଥାନା ଅଧିକାରୀ ଏବେ ନୟାଗଡ଼ ଜିଲ୍ଲାରେ ରହି ତାଙ୍କ କଳାକାରନାମା ପ୍ରତି ମଧ୍ୟ ଆଖିବୁଜି ଦେଇଛନ୍ତି । ଏହି କଳଙ୍କିତ ଚରିତ୍ରର ସାମ୍ବାଦିକକୁ ନୟାଗଡ଼ ଜିଲ୍ଲା ପୁଲିସ ପ୍ରଶାସନର ବଡ଼ ମୁଣ୍ଡିଆଳମାନେ କାହଁକି ଏତେ ଅନୁକମ୍ପା ଦେଖାଉଛନ୍ତି ତାହା ସନ୍ଦେହ ଘେରରେ । ଏହି ଦଲାଲ ସାମ୍ବାଦିକ ନିକଟରେ ବଡ଼ ପୁଲିସ ବାବୁଙ୍କର କିଛି କାରନାମାର ଭିଡିଓ ଥିବାରୁ ସେମାନେ ପାଟି ବନ୍ଦ କରି ରହୁଥିବା ଜଣାଯାଇଛି । ବିନା କାରଣରେ ନୟାଗଡ଼ର କର୍ତ୍ତବ୍ୟରତ ସାମ୍ବାଦିକମାନେ ଏହି ଦଲାଲ୍ ସାମ୍ବାଦିକ ପାଇଁ ବଦନାମ ହେଉଛନ୍ତି । ତଳିଆ ପୁଲିସ କର୍ମଚାରୀଙ୍କ ନାମରେ ଏହି ଦଲାଲ ଟଙ୍କା ପକାଉଥିବାରୁ ସେମାନେ ମଧ୍ୟ ତ୍ରାହି ତ୍ରାହି ଡାକିଲେଣି । ଜୈନିକ ତଳିଆ ପୁଲିସ କର୍ମଚାରୀଙ୍କ କହିବାନୁସାରେ, ମୁଁ ବାରମ୍ବାର ଏନେଇ ଆଇଆଇସିଙ୍କୁ ଜଣାଇଥିଲେ ମଧ୍ୟ ଆଇଆଇସି ତାକୁ ମୁଣ୍ଡରେ ବସାଇବା ଉଦବେଗର ବିଷୟ । ବେଳ ଥାଉ ଥାଉ ନୟାଗଡ଼ ଜିଲ୍ଲା ପୁଲିସ ପ୍ରଶାସନ ଏଥିପ୍ରତି ଧ୍ୟାନ ନଦେଲେ ଆଗକୁ ବଡ଼ ଅଡ଼ୁଆ ପରିସ୍ଥିତି ସୃଷ୍ଟି ହେବ । ଯେଉଁ ପୁଲିସ ଅଧିକାରୀମାନେ ଏବେ ଏହି ସାମ୍ବାଦିକଙ୍କୁ କୋଳରେ ବସାଉଛନ୍ତି, ସେହି କୋଳରେ ଉକ୍ତ ବ୍ୟକ୍ତି ଯେତେବେଳେ ମଳତ୍ୟାଗ କରିବେ, ସେତେ ବେଳକୁ ଉକ୍ତ ବିଭାଗ ଦୁର୍ଗନ୍ଧ ମୟ ହୋଇ ସାରିଥିବ ।

ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ବାର୍ଷିକ:ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀଙ୍କୁ ଫଳ ବଣ୍ଟନ

ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ବାର୍ଷିକ:ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀଙ୍କୁ ଫଳ ବଣ୍ଟନ

April 17, 2026
ମୁଖ୍ୟମନ୍ତ୍ରୀ ସାମୂହିକ କନ୍ୟା ବିବାହ ଯୋଜନା:ଏପ୍ରିଲ୍ ୨୧ରେ ହେବ ୨୨ଜଣ କନ୍ୟାଙ୍କ ଗଣବିବାହ

ମୁଖ୍ୟମନ୍ତ୍ରୀ ସାମୂହିକ କନ୍ୟା ବିବାହ ଯୋଜନା:ଏପ୍ରିଲ୍ ୨୧ରେ ହେବ ୨୨ଜଣ କନ୍ୟାଙ୍କ ଗଣବିବାହ

April 16, 2026
ନୟାଗଡରେ ସିଏମ ଟ୍ରଫି: ଜିଲ୍ଲା ଓ ବ୍ଲକ୍ ସ୍ତରୀୟ ଖୋଖୋ ପ୍ରତିଯୋଗିତା

ନୟାଗଡରେ ସିଏମ ଟ୍ରଫି: ଜିଲ୍ଲା ଓ ବ୍ଲକ୍ ସ୍ତରୀୟ ଖୋଖୋ ପ୍ରତିଯୋଗିତା

April 16, 2026
ପ୍ରକାଶ ପାଇଲା କେନ୍ଦ୍ରୀୟ ଉଚ୍ଚ ମାଧ୍ୟମିକ ପରୀକ୍ଷା ଫଳ:ଡ଼ି.ଏ.ଭି ପବ୍ଲିକ୍ ସ୍କୁଲର ଅଭୂତପୂର୍ବ ସଫଳତା

ପ୍ରକାଶ ପାଇଲା କେନ୍ଦ୍ରୀୟ ଉଚ୍ଚ ମାଧ୍ୟମିକ ପରୀକ୍ଷା ଫଳ:ଡ଼ି.ଏ.ଭି ପବ୍ଲିକ୍ ସ୍କୁଲର ଅଭୂତପୂର୍ବ ସଫଳତା

April 16, 2026
କଣ୍ଟିଲୋ-ଖଣ୍ଡପଡାକୁ ରେଳ ସଂଯୋଗିକରଣ:ଦାବି ପତ୍ର ନେଇ ଖଣ୍ଡପଡା ବିଧାୟକଙ୍କ ଦିଲ୍ଲୀ ଗସ୍ତ

କଣ୍ଟିଲୋ-ଖଣ୍ଡପଡାକୁ ରେଳ ସଂଯୋଗିକରଣ:ଦାବି ପତ୍ର ନେଇ ଖଣ୍ଡପଡା ବିଧାୟକଙ୍କ ଦିଲ୍ଲୀ ଗସ୍ତ

April 16, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!