Friday, April 17, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ପୁଲିସ ବନ ବିଭାଗ ଖେଳ, ସଂଗରୋଧରେ କୋଟରା

by ସଞ୍ଜୟ ସ୍ୱାଇଁ
May 27, 2020
in Crime
ପୁଲିସ ବନ ବିଭାଗ ଖେଳ, ସଂଗରୋଧରେ କୋଟରା
52
VIEWS
Share on FacebookShare on Twitter

ନୟାଗଡ଼, (ବାଘୁଆବାର୍ତ୍ତା) : ରାଜ୍ୟ ସରକାର ବନ୍ୟଜନ୍ତୁ ଆଇନକୁ କଡ଼ାକଡ଼ି ଭାବେ ପାଳନ କରିବା ପାଇଁ ବହୁ ବର୍ଷ ପୂର୍ବରୁ ନିୟମ ଆଣିଥିବା ବେଳେ କୈାଣସି ଜଗଲ ଜନ୍ତୁଙ୍କୁ ସଂଗରୋଧ କରି ଗୃହ ପାଳିତ ଭାବେ ପାଳନ କରାଯାଇ ପାରିବ ନାହିଁ ବୋଲି ଆଇନ ଆଣିଛନ୍ତି । ଏହି ନିୟମରେ ଖିଲାପ କାରୀଙ୍କୁ ବିରୁଦ୍ଧରେ ଦୃଢ଼ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାକୁ ବନ ବିଭାଗକୁ ଅଖଣ୍ଡ କ୍ଷମତା ପ୍ରାପ୍ତ କରିଛନ୍ତି ।ନୟାଗଡ଼ ଜିଲ୍ଲାରେ ଗତ କିଛିମାସ ତଳେ ପୁଲିସ ପୁଲିସ ଖେଳ ଦେଖିବାକୁ ମିଳିଥିଲା । ବାଣିଗୋଚ୍ଛା ଥାନା ଓ ଭୂବନେଶ୍ୱର ଚନ୍ଦ୍ରଶେଖରପୁର ଏଏସ୍‌ଆଇଙ୍କ ମଧ୍ୟରେ ଖେଳ ଚାଲିଥିଲା । ବର୍ତ୍ତମାନ ଏକ କୋଟରାକୁ ନେଇ ବନ ବିଭାଗ ଓ ପୁଲିସ ଖେଳ ଜିଲ୍ଲାରେ ଚର୍ଚ୍ଚା ସୃଷ୍ଟି କରିଛି। ସୂଚନାନୁସାରେ, କୈାଣସି ସୁତ୍ରରୁ ଖବର ପାଇ ଆଜି ସକାଳୁ ଦଶପଲ୍ଲା ବନବିଭାଗ ପକ୍ଷରୁ କୋଟରା ଜବତ କରିବା ପାଇଁ ଚଢ଼ାଉ କରାଯାଇଥିଲା । ଏହି ଚଢ଼ାଉରେ ଟାକେରା ବନପାଳ ମନୋଜ କୁମାର ସେଠୀ, ପୋଖରୀଗୋଚ୍ଛା ବନପାଳ ରାକେଶ ସାହୁ, ବାଣିଗୋଚ୍ଛା ବନପାଳ ଜଗନ୍ନାଥ ସାହୁ, ଟାକେରା ବନରକ୍ଷୀ ଅବିନାସ ସେନାପତି ସାମିଲ ହୋଇଥିଲେ । ଟାକେରା ସେକ୍ସନ ଅନ୍ତର୍ଗତ କୁଲୁରୁକୁମ୍ପା ପଂଚାୟତ ଟାଙ୍ଗନାଡ଼ି ଗ୍ରାମରେ ବନ କର୍ମଚାରୀମାନେ ଚଢାଉ କରି ଏକ କୋଟରା ଉଦ୍ଧାର କରିଥିଲେ । ନୟାଗଡ଼ ବନଖଣ୍ଡ ଅଧିକାରୀ ଧନରାଜ ଏଚ୍‌.ଡିଙ୍କ ସୂଚନାନୁସାରେ, ଟାଙ୍ଗନାଡ଼ି ଗ୍ରାମର ଚାଷୀ ପଦ୍ମଚରଣ ମାଝୀଙ୍କ ଘରୁ ଉକ୍ତ କୋଟରାକୁ ଜବତ କରାଯାଇଛି । ତଦନ୍ତବେଳେ ଉକ୍ତ ଚାଷୀ ବାଣିଗୋଚ୍ଛା ଥାନାରୁ କୋଟରାକୁ ଆଣିଥିବା ନେଇ ବନଖଣ୍ଡ ଅଧିକାରୀ ପ୍ରକାଶ କରିଛନ୍ତି । ସାତଦିନ ଧରି ଏହି କୋଟରାଟିକୁ ପଦ୍ମଚରଣ ତାଙ୍କ ଘରେ ରଖିଥିଲେ । ବନବିଭାଗ ପକ୍ଷରୁ ତଦନ୍ତ ଜାରି ରହିଛି ବୋଲି ସେ ସୂଚନା ଦେଇଛନ୍ତି । ଏଠି ପ୍ରଶ୍ନ ଉଠୁଛି ବାଣିଗୋଚ୍ଛା ଥାନାର କେଉଁ ଅଧିକାରୀ ସାମିଲ ଅଛନ୍ତି । ଅନ୍ୟପକ୍ଷରେ ପଦ୍ମଚରଣ ପାଳିଥିବା କୋଟରାକୁ ବାଣିଗୋଚ୍ଛା ଥାନା ଅଧିକାରୀ ତାଙ୍କୁ ଦେଇଥିବା ନେଇ ଚର୍ଚ୍ଚା ହେଉଛି । ଯାହାକୁ ନେଇ ତଳିଆ କର୍ମଚାରୀ କୋଟରା ଉଦ୍ଧାର କରିବା ପରେ ଏବେ ମୁହଁ ଖୋଲିୁ ନାହାନ୍ତି । ସଂପୃକ୍ତ ଚାଷୀ ଦେଇଥିବା ବୟାନୁସାରେ, ବନଖଣ୍ଡ ଅଧିକାରୀ ପକୃତ ଦୋଷୀ ପାଖରେ ପହଂଚିପାରିବେ ନା ନାହିଁ ତାକୁ ନେଇ ଚର୍ଚ୍ଚା ଜୋର ଧରିଛି । ନା’ ମାର ମାର ନ୍ୟାୟରେ ଭଣ୍ଡାରିଆକୁ ମାରିବା ନୀତିରେ ପଦ୍ମଚରଣକୁ ଫସା ଯାଉଛି, ଏହାକୁ ନେଇ ମଧ୍ୟ ଆଲୋଚନା ହେଉଛି । ପୁଲିସ ଓ ବନବିଭାଗ ଖେଳରେ କାହାର ଜିତାପଟ ହେଉଛି ସଂପୃକ୍ତ ଜିଲ୍ଲାବାସୀ ଅପେକ୍ଷା କରିଥିବା ବେଳେ ବିଚରା କୋଟରା ଏବେ ସଂଗରୋଧରେ ।

ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ବାର୍ଷିକ:ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀଙ୍କୁ ଫଳ ବଣ୍ଟନ

ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ବାର୍ଷିକ:ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀଙ୍କୁ ଫଳ ବଣ୍ଟନ

April 17, 2026
ମୁଖ୍ୟମନ୍ତ୍ରୀ ସାମୂହିକ କନ୍ୟା ବିବାହ ଯୋଜନା:ଏପ୍ରିଲ୍ ୨୧ରେ ହେବ ୨୨ଜଣ କନ୍ୟାଙ୍କ ଗଣବିବାହ

ମୁଖ୍ୟମନ୍ତ୍ରୀ ସାମୂହିକ କନ୍ୟା ବିବାହ ଯୋଜନା:ଏପ୍ରିଲ୍ ୨୧ରେ ହେବ ୨୨ଜଣ କନ୍ୟାଙ୍କ ଗଣବିବାହ

April 16, 2026
ନୟାଗଡରେ ସିଏମ ଟ୍ରଫି: ଜିଲ୍ଲା ଓ ବ୍ଲକ୍ ସ୍ତରୀୟ ଖୋଖୋ ପ୍ରତିଯୋଗିତା

ନୟାଗଡରେ ସିଏମ ଟ୍ରଫି: ଜିଲ୍ଲା ଓ ବ୍ଲକ୍ ସ୍ତରୀୟ ଖୋଖୋ ପ୍ରତିଯୋଗିତା

April 16, 2026
ପ୍ରକାଶ ପାଇଲା କେନ୍ଦ୍ରୀୟ ଉଚ୍ଚ ମାଧ୍ୟମିକ ପରୀକ୍ଷା ଫଳ:ଡ଼ି.ଏ.ଭି ପବ୍ଲିକ୍ ସ୍କୁଲର ଅଭୂତପୂର୍ବ ସଫଳତା

ପ୍ରକାଶ ପାଇଲା କେନ୍ଦ୍ରୀୟ ଉଚ୍ଚ ମାଧ୍ୟମିକ ପରୀକ୍ଷା ଫଳ:ଡ଼ି.ଏ.ଭି ପବ୍ଲିକ୍ ସ୍କୁଲର ଅଭୂତପୂର୍ବ ସଫଳତା

April 16, 2026
କଣ୍ଟିଲୋ-ଖଣ୍ଡପଡାକୁ ରେଳ ସଂଯୋଗିକରଣ:ଦାବି ପତ୍ର ନେଇ ଖଣ୍ଡପଡା ବିଧାୟକଙ୍କ ଦିଲ୍ଲୀ ଗସ୍ତ

କଣ୍ଟିଲୋ-ଖଣ୍ଡପଡାକୁ ରେଳ ସଂଯୋଗିକରଣ:ଦାବି ପତ୍ର ନେଇ ଖଣ୍ଡପଡା ବିଧାୟକଙ୍କ ଦିଲ୍ଲୀ ଗସ୍ତ

April 16, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!