Friday, April 17, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଆଇଆଇସିଙ୍କୁ ଫସାଇଲେ କି ଦଲାଲ୍‌ ?

by ସଞ୍ଜୟ ସ୍ୱାଇଁ
May 28, 2020
in Crime
ଆଇଆଇସିଙ୍କୁ ଫସାଇଲେ କି ଦଲାଲ୍‌ ?
28
VIEWS
Share on FacebookShare on Twitter

ପୁଲିସ ବାୟା, ଗଣମାଧ୍ୟମ ବେକାବୁ, ବନବିଭାଗ କାନ୍ଧରେ ବନ୍ଧୁକ !

ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା ଦଶପଲ୍ଲା ବନବିଭାଗ ପକ୍ଷରୁ ଟାଙ୍ଗନାଡ଼ି ଗ୍ରାମରୁ କୋଟରା ଜବତ ହୋଇଥିବା ବେଳେ ଏହି ଘଟଣା ପଛରେ ବାଣିଗୋଚ୍ଛା ଥାନା ଅଧିକାରୀଙ୍କ ସଂପୃକ୍ତିକୁ ନେଇ ଚର୍ଚ୍ଚା ହୋଇଥିଲା । ବନ ବିଭାଗ କୋଟରାଟିକୁ ଚାଷୀ ପଦ୍ମଚରଣ ମାଝୀଙ୍କ ଘରୁ ଜବତ କରିଥିବା ବେଳେ, ପଦ୍ମଚରଣ କୋଟରା ଘଟଣାର ବଲ୍ ବାଣିଗୋଚ୍ଛା ଥାନା ଅଧିକାରୀଙ୍କ ଉପରକୁ ଫିଙ୍ଗିଛନ୍ତି । ଏହି ଘଟଣାରେ ବନ ବିଭାଗ ତନାଘନା ଚଳାଇଥିବା ବେଳେ ପୁଲିସ ବିଭାଗ ଘଟଣାକୁ ନେଇ ବାୟା ହୋଇଥିବା ଜଣାଯାଇଛି । ଗଣମାଧ୍ୟମ ମଧ୍ୟ ଆଇଆଇସିଙ୍କ ଉପରକୁ ଆଙ୍ଗୁଠି ଉଠାଇଛି । ମାତ୍ର ସଂମ୍ପର୍ଣ୍ଣ ଘଟଣାରେ ପୁଲିସକୁ ବାୟା କରାଇ, ଗଣମାଧ୍ୟମକୁ ବେକାବୁ ସଜାଇ ବନବିଭାଗ କାନ୍ଧରେ ବନ୍ଧୁକ ରଖି ପୁଲିସ ବିଭାଗର ଅତିପ୍ରିୟ ଜୈନିକ ଦଲାଲ୍ ଖେଳ ପ୍ରସ୍ତୁତ କରିଥିବା ଆଲୋଚନା ହେଉଛି । ଘଟଣାର ପୂର୍ବଦିନ ରାତିରେ ବନବିଭାଗ ଉପରେ ଦଲାଲ ଜଣଙ୍କ ନିଜର କାୟା ବିସ୍ତାରି କୋଟରା ଜବତ କରାଇବା ଏବଂ ଆଇଆସିଙ୍କୁ ଫସାଇବାକୁ କହିଥିବାର ଅଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଘଟଣାରେ ବାଣିଗୋଚ୍ଛା ଥାନା ଅଧିକାରୀଙ୍କ ସଂପୃକ୍ତି ଥାଇ ପାରେ ଅଥବା ନଥାଇ ପାରେ, ମାତ୍ର ଏହି ଦଲାଲ୍ କାହା ପ୍ରଚୋରନାରେ ଆଇଆଇସିଙ୍କୁ ଫସାଇବାକୁ ଷଡ଼ଯନ୍ତ ରଚିଛନ୍ତି ତାକୁ ନେଇ ଆଲୋଚନା ହେଉଛି । ଏହା ପଛରେ ପୁଲିସ ବିଭାଗର କୈାଣସି ବରିଷ୍ଠ ଅଧିକାରୀଙ୍କ ହାତ ଅଛି ନା ନାହିଁ, ତାକୁ ନେଇ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ବିଗତ ଦିନରେ ଏହି ଚୂନ ମରା ଦଲାଲ୍ ଥାନାରେ ଦଲାଲି କରି ଲୋକଙ୍କୁ ଫସାଇ ଟଙ୍କା ଆଦାୟ କରୁଥିବା ନେଇ ଖବର ପ୍ରସାରଣ କରାଯାଇଥିଲା । ଏପରିକି ପୁଲିସ ବିଭାଗର ବିଭିନ୍ନ ଅଧିକାରୀଙ୍କୁ ସେ ତାଙ୍କ ଜାଲରେ ଫସାଇ ଥିବା ନେଇ ସୂଚନା ଦିଆଯାଇଥିଲା । ମାତ୍ର ଏହାକୁ ଖାତିରି ନକରି ଅନେକ ଅଧିକାରୀ ଏହି ଦଲାଲ୍ ମାଧ୍ୟମରେ ଦଲାଲି କରିବାରେ ସକ୍ରିୟ ରହିଛନ୍ତି । ଏବେ ଭାଇରାଲ ହୋଇଥିବା ଅଡିଓ ଘଟଣାର ମୋଡ଼ ବଦଳାଇବ ବୋଲି ଚର୍ଚ୍ଚା ଜୋର ଧରିଛି ।

http://www.baghuabarta.com/wp-content/uploads/2020/05/VID-20200527-WA0075.mp4

 

ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ବାର୍ଷିକ:ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀଙ୍କୁ ଫଳ ବଣ୍ଟନ

ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ବାର୍ଷିକ:ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀଙ୍କୁ ଫଳ ବଣ୍ଟନ

April 17, 2026
ମୁଖ୍ୟମନ୍ତ୍ରୀ ସାମୂହିକ କନ୍ୟା ବିବାହ ଯୋଜନା:ଏପ୍ରିଲ୍ ୨୧ରେ ହେବ ୨୨ଜଣ କନ୍ୟାଙ୍କ ଗଣବିବାହ

ମୁଖ୍ୟମନ୍ତ୍ରୀ ସାମୂହିକ କନ୍ୟା ବିବାହ ଯୋଜନା:ଏପ୍ରିଲ୍ ୨୧ରେ ହେବ ୨୨ଜଣ କନ୍ୟାଙ୍କ ଗଣବିବାହ

April 16, 2026
ନୟାଗଡରେ ସିଏମ ଟ୍ରଫି: ଜିଲ୍ଲା ଓ ବ୍ଲକ୍ ସ୍ତରୀୟ ଖୋଖୋ ପ୍ରତିଯୋଗିତା

ନୟାଗଡରେ ସିଏମ ଟ୍ରଫି: ଜିଲ୍ଲା ଓ ବ୍ଲକ୍ ସ୍ତରୀୟ ଖୋଖୋ ପ୍ରତିଯୋଗିତା

April 16, 2026
ପ୍ରକାଶ ପାଇଲା କେନ୍ଦ୍ରୀୟ ଉଚ୍ଚ ମାଧ୍ୟମିକ ପରୀକ୍ଷା ଫଳ:ଡ଼ି.ଏ.ଭି ପବ୍ଲିକ୍ ସ୍କୁଲର ଅଭୂତପୂର୍ବ ସଫଳତା

ପ୍ରକାଶ ପାଇଲା କେନ୍ଦ୍ରୀୟ ଉଚ୍ଚ ମାଧ୍ୟମିକ ପରୀକ୍ଷା ଫଳ:ଡ଼ି.ଏ.ଭି ପବ୍ଲିକ୍ ସ୍କୁଲର ଅଭୂତପୂର୍ବ ସଫଳତା

April 16, 2026
କଣ୍ଟିଲୋ-ଖଣ୍ଡପଡାକୁ ରେଳ ସଂଯୋଗିକରଣ:ଦାବି ପତ୍ର ନେଇ ଖଣ୍ଡପଡା ବିଧାୟକଙ୍କ ଦିଲ୍ଲୀ ଗସ୍ତ

କଣ୍ଟିଲୋ-ଖଣ୍ଡପଡାକୁ ରେଳ ସଂଯୋଗିକରଣ:ଦାବି ପତ୍ର ନେଇ ଖଣ୍ଡପଡା ବିଧାୟକଙ୍କ ଦିଲ୍ଲୀ ଗସ୍ତ

April 16, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!