Sunday, December 14, 2025
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ବଡ଼ଧରଣର ହେବ କୁମ୍ବିଂ ଅପରେସନ, କନ୍ଧମାଳ ଓ କଳାହାଣ୍ଡି ଜିଲ୍ଲାରେ ଲଗାତାର ଦୁଇଟି ମାଓ ହିଂସା ପରେ ତତ୍ପର ହୋଇ ଉଠିଛନ୍ତି ସୁରକ୍ଷାକର୍ମୀ

by ସଞ୍ଜୟ ସ୍ୱାଇଁ
February 9, 2022
in Crime, State
ବଡ଼ଧରଣର ହେବ କୁମ୍ବିଂ ଅପରେସନ, କନ୍ଧମାଳ ଓ କଳାହାଣ୍ଡି ଜିଲ୍ଲାରେ ଲଗାତାର ଦୁଇଟି ମାଓ ହିଂସା ପରେ ତତ୍ପର ହୋଇ ଉଠିଛନ୍ତି ସୁରକ୍ଷାକର୍ମୀ
18
VIEWS
Share on FacebookShare on Twitter

ରାୟଗଡ଼ା, (ବାଘୁଆବାର୍ତ୍ତା): କ୍ୟାମ୍ପରୁ ବାହାରିଲା ଯବାନ । ହେବ ବଡ଼ଧରଣର ଅପରେସନ । କନ୍ଧମାଳ ଓ କଳାହାଣ୍ଡି ଜିଲ୍ଲାରେ ଲଗାତର ଦୁଇଟି ମାଓ ହିଂସା ପରେ ତତ୍ପର ହୋଇ ଉଠିଛନ୍ତି ସୁରକ୍ଷା ବାହିନୀ । ରାୟଗଡ଼ା ସ୍ଥିତ ଏକ କ୍ୟାମ୍ପରୁ ସୁରକ୍ଷାକର୍ମୀମାନେ ବାହାରିଛନ୍ତି । ଖବର ଅନୁଯାୟୀ, କନ୍ଧମାଳ ଓ କଳାହାଣ୍ଡି ଜିଲ୍ଲାରେ ଲଗାତାର ଦୁଇଟି ମାଓ ହିଂସା ପରେ ତତ୍ପର ହୋଇ ଉଠିଛନ୍ତି ସୁରକ୍ଷାକର୍ମୀ । ରାୟଗଡା ଜିଲ୍ଲା ଭିତରେ ମାଓବାଦୀ ହିଂସା ଏଡାଇବା ପାଇଁ ପୁଲିସ ପକ୍ଷରୁ କଡା ସତର୍କତା ଅବଲମ୍ବନ ହୋଇଛି। ସେଥିପାଇଁ ଆଜିଠାରୁ ଏକ ବଡଧରଣର ଅପରେସନ ଆରମ୍ଭ କରାଯାଇଛି। ଦୁଇଟି ଜିଲ୍ଲାର ସୀମାରେ ଏହି ଅପରେସନ ହେଉଥିବା ସୂଚନା ମିଳିଛି। ଏସଓଜି, ଡିଭିଏଫ, ସିଆରପିଏଫ ଏବଂ ବିଏସଏଫ ଯବାନ ମାନେ ଭିନ୍ନ ଭିନ୍ନ ରୁଟରେ ଯାଇ କମ୍ବିଂ ଅପରେସନ କରୁଛନ୍ତି। ମୁଖ୍ୟତଃ ନିୟମଗିରି ପାହାଡ ଅଞ୍ଚଳକୁ ଅଧିକ ଫୋକସ କରାଯାଇଛି। ନିୟମଗିରି ମାଓବାଦୀଙ୍କ ସୁରକ୍ଷିତ ଆଡ୍ଡାସ୍ଥଳୀ ହୋଇଥିବା ଯୋଗୁଁ ଅଘଟଣ ଏଡାଇବା ପାଇଁ ଏହି ଅଞ୍ଚଳକୁ ଅଧିକ ଫୋର୍ସ ଯାଇଛନ୍ତି। ସେହିଭଳି ପ୍ରଚାର ସମୟରେ ସତର୍କତା ଅବଲମ୍ବନ କରିବା ପାଇଁ ପ୍ରାର୍ଥୀମାନଙ୍କୁ ପୁଲିସ ତରଫରୁ ପରାମର୍ଶ ଦିଆଯାଇଛି। ଗଣମାଧ୍ୟମ ପ୍ରତିନିଧିମାନେ ଖବର ସଂଗ୍ରହ କରିବାକୁ ଯିବା ସମୟରେ ମଧ୍ୟ ଅଧିକ ସତର୍କ ରହିବା ପାଇଁ ପୁଲିସ ତରଫରୁ କୁହାଯାଇଛି। ଆସନ୍ତା ୧୬ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ପ୍ରଥମ ପର୍ୟ୍ୟାୟ ନିର୍ବାଚନରେ ଜିଲ୍ଲାର ସର୍ବାଧିକ ମାଓବାଦୀ ପ୍ରବଣ ଅଞ୍ଚଳ ଚନ୍ଦ୍ରପୁର, ମୁନିଗୁଡା ଓ ବିଷମକଟକ ବ୍ଲକରେ ନିର୍ବାଚନ ଅନୁଷ୍ଠିତ ହେବ। ଏହି ଅଞ୍ଚଳରେ ନିର୍ବାଚନ ଶାନ୍ତିର ସହ କରାଇବା ପୁଲିସ ପାଇଁ ଏକ ଚ୍ୟାଲେଞ୍ଜ ପାଲଟିଛି।

ବାଲେଶ୍ୱରର ତାତି ନୟାଗଡରେ

ବାଲେଶ୍ୱରର ତାତି ନୟାଗଡରେ

August 29, 2025
ବାୟକ ସମ୍ରାଟ ଗୋବର୍ଦ୍ଧନ ବେହେରାଙ୍କ ପରଲୋକ

ବାୟକ ସମ୍ରାଟ ଗୋବର୍ଦ୍ଧନ ବେହେରାଙ୍କ ପରଲୋକ

August 29, 2025
ସାପ କାମୁଡାରେ ମହିଳାଙ୍କ ମୃତ୍ୟୁ

ସାପ କାମୁଡାରେ ମହିଳାଙ୍କ ମୃତ୍ୟୁ

July 12, 2025
ସତ୍ୟବ୍ରତ ନାୟକ କଂଗ୍ରେସ ଦଳର ନୂତନ ସଭାପତି         

ସତ୍ୟବ୍ରତ ନାୟକ କଂଗ୍ରେସ ଦଳର ନୂତନ ସଭାପତି         

July 1, 2025
ଜାତୀୟ ବିଦ୍ୟୁତ  ସୁରକ୍ଷା ସପ୍ତାହ -୨୦୨୫ ଅନୁଷ୍ଠିତ 

ଜାତୀୟ ବିଦ୍ୟୁତ  ସୁରକ୍ଷା ସପ୍ତାହ -୨୦୨୫ ଅନୁଷ୍ଠିତ 

July 1, 2025

© 2025 Baghuabarta. Designed & Developed by WHI Digital Pvt. Ltd.

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!