ଦଶପଲ୍ଲା (ବାଘୁଆବାର୍ତ୍ତା ବ୍ୟୁରୋ): ଏକ ଆବେଗମୟ ତଥା ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଶ୍ରୀକ୍ଷେତ୍ର ପୁରୀରୁ ଆସିଥିବା ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଚକାକୁ ଦଶପଲ୍ଲା ମହାବୀରକ୍ଷେତ୍ରର ହଜାର ହଜାର ଜନସାଧାରଣ ଭବ୍ୟସ୍ୱାଗତ କରିଥିଲେ । ପୂର୍ବ ନିର୍ଦ୍ଧାରିତ ପୂର୍ବାହ୍ନ ଠାରୁ ଶ୍ରୀମନ୍ଦିର ପ୍ରଶାସନ ପ୍ରଭୁଙ୍କ ରଥ ଚକାକୁ ହସ୍ତାନ୍ତର କରିବା ପରେ ପଣ୍ଡିତ ବ୍ରାହ୍ମଣ ମାନଙ୍କ ଦ୍ୱାରା ପୂଜାର୍ଚ୍ଚନା କରାଯାଇ ଏକ ସ୍ୱତନ୍ତ୍ର ସୁସଜ୍ଜିତ ଗାଡ଼ିରେ ଦଶପଲ୍ଲାର ମୁରବୀ ମଣ୍ଡଳୀ ଗୁଣ୍ଡିଚା ମନ୍ଦିର ଠାରୁ ଶୋଭାଯାତ୍ରାରେ ବଡ଼ଦାଣ୍ଡ ଓ ବଡ଼ଦେଉଳ ସମ୍ମୁଖ ଗରୁଡ଼ ସ୍ତମ୍ଭ ପରିକ୍ରମା ପରେ ଦଶପଲ୍ଲା ଅଭିମୁଖେ ଚକାକୁ ଅଣାଯାଇଥିଲା । 
ଦଶପଲ୍ଲାର ପ୍ରବେଶ ପଥ ଲୁଣିସରା ଠାରୁ ଗ୍ରାମବାସୀ ରାସ୍ତାର ଉଭୟ ପାଶ୍ୱର୍ରେ ସଂକୀର୍ତ୍ତନ ମଣ୍ଡଳୀ ଓ ଦୀପ, ଧୂପ ଦେଇ ସୁସଜ୍ଜିତ ଗାଡକି଼ ୁ ପାଛୋଟ ି ନେଇଥେô ଲ । ମହାବୀର କ୍ଷେତ୍ରର ସମସ୍ତ ବଜାର ଓ ସହର ପରିକ୍ରମା କରିବା ସମୟରେ ଅଦ୍ଭୂତପୂର୍ବ ପରିବେଶ ସୃଷ୍ଟି ହୋଇଥିଲା । ରାସ୍ତା ଉପରେ ନୂଆ ଲୁଗା, କଳସ, ଦୀପ, ଆଳତୀ ପୂର୍ବକ ସ୍ୱାଗତ କରୁଥିବାର ଦୃଶ୍ୟ ପରିବେଶକୁ ଭାବଗମ୍ଭୀର କରି ପକାଇଥିଲା । ସୀତାରାମ ୟୁଥ୍ କ୍ଲବ, ମହାବୀର ବଣିକ ମହାସଂଘ, ଘରୋଇ ମୋଟର କର୍ମଚାରୀ ସଂଘ, ରାମଲୀଳା ସଂସଦ, ବିଭିନ୍ନ ମହିଳା ସ୍ୱଂୟ ସହାୟକ ମଣ୍ଡଳୀ ଫଲୁ , ଧପୂ , ଭୋଗ ଦେଇ ବଭି ିନ୍ନ ସ୍ଥାନରେ ବନ୍ଦାପନା କରିଥିଲେ । ଏହାପରେ ବିଶାଳ ପଟୁଆର ଯାଇ ଶ୍ରୀଜଗନ୍ନାଥଙ୍କ ମନ୍ଦିର ପରିସରରେ ପହଞ୍ôଚବା ପରେ ମନ୍ଦିର କମିଟି ପକ୍ଷରୁ ପୂଜାର୍ଚ୍ଚନା ପୂର୍ବକ ମନ୍ଦିର ମଧ୍ୟକୁ ଚକ୍ର ମହାପ୍ରଭୁଙ୍କୁ ଭକ୍ତମାନେ ନେଇଥିଲେ ।
ଏହି ଅବସରରେ ରାସ୍ତାରେ ଜଳଛତ୍ର, ଶାନ୍ତିପଣା ଓ ରାମଖେଚେଡ଼ା ପ୍ରସାଦ ଭକ୍ତମାନଙ୍କୁ ବଣ୍ଟନ କରାଯାଇଥିଲା । ଉଲ୍ଲେଖ ଯୋଗ୍ୟ ଯେ, ଦଶପଲ୍ଲାର ପୁରାତନ ଗଡ଼ଜାତ ସହତି ଶ୍ରୀ ମନ୍ଦରି ଦୀର୍ଘ ୨୫୦ବଷର୍ର ୁ ଊଦ୍ଧ ୍ୱର୍ କାଳ ଧରି ପଭ୍ର ୁଙ୍କ ରଥକାଠ ଯୋଗାଣର ସମ୍ପର୍କ ରହିଛି । ତା’ର ସ୍ମାରକୀ ସ୍ୱରୂପ ରଥଚକଟି ଶ୍ରୀମନ୍ଦିର ପ୍ରଶାସନ ପ୍ରଦାନ କରିଛନ୍ତି ।





