Sunday, May 31, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ସୁପ୍ରିମକୋର୍ଟଙ୍କ ରାୟ:ବର୍ଷେ ପାଇଁ ଜେଲ ଯିବେ କଂଗ୍ରେସ ନେତା ନବଜୋତ ସିଦ୍ଧୁ

by ସଞ୍ଜୟ ସ୍ୱାଇଁ
May 19, 2022
in State
ଅଡୁଆରେ ନବଜୋତ ସିଂ ସିଦ୍ଧୁ, ଖୋଳତାଡ କରିବ ଭିଜିଲାନ୍ସ
83
VIEWS
Share on FacebookShare on Twitter

ନୂଆଦିଲ୍ଲୀ, (ବାଘୁଆବାର୍ତ୍ତା): ୧୯୮୮ ରୋଡ୍ ରେଜ୍ ମାମଲାରେ କଂଗ୍ରେସ ନେତା ନବଜୋତ ସିଂହ ସିଦ୍ଧୁଙ୍କୁ ବର୍ଷେ ଜେଲ ଦଣ୍ଡାଦେଶ । ସୁପ୍ରିମକୋର୍ଟ ଆଜି ଏହି ରାୟ ଶୁଣାଇଛନ୍ତି । ନବଜୋତ ସିଂହ ସିଦ୍ଧୁ ପଟିଆଲାରେ ପାର୍କିଂକୁ ନେଇ ଜଣେ ବୃଦ୍ଧଙ୍କ ସହ ଝଗଡ଼ା କରିଥିଲେ। ଏହାପରେ ୬୫ ବର୍ଷୀୟ ବୃଦ୍ଧଙ୍କ ମୃତ୍ୟୁ ହୋଇଥିଲା। ପରେ ସୁପ୍ରିମକୋର୍ଟ ସିଦ୍ଧୁଙ୍କ ଉପରେ ଏକ ହଜାର ଟଙ୍କାର ଜୋରିମାନା ଲଗାଇ ମୁକ୍ତ କରିଥିଲେ। ଏବେ ଏହି ଆଦେଶ ବିରୋଧରେ ପୀଡିତ ପରିବାର ରିଭ୍ୟୁ ପିଟିସନ ଦାଖଲ କରିଥିଲେ। ମାର୍ଚ୍ଚ ୨୨ ତାରିଖରେ ଏହି ମାମଲାର ଶୁଣାଣି ସମୟରେ ନବଜୋତ ସିଂହ ସିଦ୍ଧୁ ସର୍ବୋଚ୍ଚ ନ୍ୟାୟାଳୟଙ୍କୁ କହିଥିଲେ ଯେ କୌଣସି ଦୃଢ଼ ପ୍ରମାଣ ନାହିଁ ତାଙ୍କ ବିରୋଧରେ। ପୁରୁଣା ମାମଲାକୁ ପୁଣି ଖୋଲିବା ପାଇଁ ସଂପୃକ୍ତ ପରିବାର ପକ୍ଷରୁ ଅପଚେଷ୍ଟା କରାଯାଉଛି । ଏହି ମାମଲାରେ ପ୍ରଥମେ ସିଦ୍ଧୁଙ୍କୁ ହତ୍ୟା ଅଭିଯୋଗ ଆସିଥିଲା। ତେବେ ୧୯୯୯ ସେପ୍ଟେମ୍ବରରେ ଟ୍ରାଏଲ କୋର୍ଟ ତାଙ୍କୁ ନିର୍ଦ୍ଦୋଶରେ ଖଲାସ କରିଦେଇଥିଲେ। ଏହା ପରେ ପଞ୍ଜାବ ଏବଂ ହରିଆଣା ହାଇକୋର୍ଟ ଏହି ରାୟକୁ ବଦଳାଇଥିଲେ ଏବଂ ତାଙ୍କୁ ହତ୍ୟାକାଣ୍ଡରେ ଦୋଷୀ ସାବ୍ୟସ୍ତ କରିଥିଲେ । ସିଦ୍ଧୁଙ୍କୁ ତିନି ବର୍ଷ ଜେଲ୍ ଦଣ୍ଡାଦେଶ ହୋଇଥିଲା । ହେଲେ ସୁପ୍ରିମକୋର୍ଟ ସେତେବେଳେ ସିଦ୍ଧୁଙ୍କୁ ଏକ ହଜାର ଟଙ୍କା ଜୋରିମାନା ଦେଇ ତାଙ୍କୁ ମୁକ୍ତ କରିଥିଲେ। ତେବେ ଏବେ ଏହି ମାମଲାରେ ରିଭ୍ୟୁ ପିଟିସନର ଶୁଣାଣି ବେଳେ ପଞ୍ଜାବ ଏବଂ ହରିଆଣା ହାଇକୋର୍ଟଙ୍କ ଦ୍ୱାରା ଦୋଷୀ ସାବ୍ୟସ୍ତ ହୋଇ ତିନି ବର୍ଷ ଜେଲ୍ ଦଣ୍ଡାଦେଶ ଅବଧିକୁ ବୃଦ୍ଧି କରାଯିବ କି ନାହିଁ ସୁପ୍ରିମକୋର୍ଟରେ ଏକ ଆବେଦନ ହୋଇଥିଲା ।

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026
ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

May 24, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!