ନୂଆଦିଲ୍ଲୀ, (ବାଘୁଆବାର୍ତ୍ତା): ବ୍ରିଟେନର ନୂଆ ପ୍ରଧାନମନ୍ତ୍ରୀ ଭାବେ ଲିଜ୍ ଟ୍ରସ ନିର୍ବାଚିତ ହୋଇଛନ୍ତି । ଏକ କଡା ମୁକାବିଲାରେ ସେ ଭାରତୀୟ ବଂଶୋଦ୍ଭବ ସାଂସଦ ଋଷି ସୁନକଙ୍କୁ ହରାଇଛନ୍ତି । ଥେରେସା ମେ ଏବଂ ମାର୍ଗରେଟ ଥେଚରଙ୍କ ପରେ ଲିଜ୍ ଟ୍ରସ ବ୍ରିଟେନର ତୃତୀୟ ମହିଳା ପ୍ରଧାନମନ୍ତ୍ରୀ ହୋଇଛି। ପ୍ରଧାନମନ୍ତ୍ରୀ ପଦ ପାଇଁ ଚୂଡାନ୍ତ ପର୍ୟ୍ୟାୟ ମତଦାନ ଗତ ଶୁକ୍ରବାର ଶେଷ ହୋଇଥିଲା। ନିର୍ବାଚନ ଶେଷ ହେବା ପୂର୍ବରୁ ପ୍ରି-ପୋଲ ସର୍ଭେରେ ଋଷି ସୁନକଙ୍କ ଠାରୁ ଲିଜ ଟ୍ରସ ବହୁ ଆଗରେ ଥିବା ଜଣାପଡିଥିଲା।