Sunday, May 31, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଶ୍ରମିକ ଯୋଗୀଙ୍କ ଶ୍ରାଦ୍ଧ ଦିବସ ପାଳିତ

by ସଞ୍ଜୟ ସ୍ୱାଇଁ
May 16, 2022
in Nayagarh, State
ଶ୍ରମିକ ଯୋଗୀଙ୍କ ଶ୍ରାଦ୍ଧ ଦିବସ ପାଳିତ
341
VIEWS
Share on FacebookShare on Twitter

ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ଜଙ୍ଗଲ ସୁରକ୍ଷା ମହାସଂଘ ଆନୁକୁଲ୍ୟରେ ନୟାଗଡ଼ ସନ୍ନିକଟ କଇଥଗାଡ଼ିଆ କଲ୍ୟାଣ ମଣ୍ଡପ ଠାରେ ପ୍ରଖ୍ୟାତ ପରିବେଶବିତ ଶ୍ରମିକ ଯୋଗୀଙ୍କ ୭ମ ଶ୍ରାଦ୍ଧ ଦିବସ ଶତାଧିକ ପରିବେଶ କର୍ମୀ ଓ ସମାଜସେବୀଙ୍କ ଗହଣରେ ସମାରୋହରେ ପାଳିତ ହୋଇଯାଇଛି । ମହାସଂଘର ସଭାପତି ଶରତ କୁମାର ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମାରୋହରେ ମୁଖ୍ୟ ଅତିଥି ଭାବେ ଶିକ୍ଷାବିତ ଡ.ବିଜୟ କୁମାର ଚୌଧୁରୀ ଶ୍ରମିକ ଯୋଗୀଙ୍କ ତ୍ୟାଗପୁତ ଜୀବନ ଉପରେ ଆଲୋକପାତ କରି ନୟାଗଡ଼ରୁ ଆରମ୍ଭ କରି ବିଶ୍ୱସ୍ତର ପର୍ଯ୍ୟନ୍ତ ପରିବେଶ ସୁରକ୍ଷା ଦିଗରେ ତାଙ୍କର ଏକନିଷ୍ଠ ଉଦ୍ୟମ ଉପରେ ଆଲୋଚନା କରିଥିଲେ । ଜଙ୍ଗଲ ସୁରକ୍ଷା ଦିଗରେ ତାଙ୍କର ଉଦ୍ଭାବନ ଠେଙ୍ଗାପାଳି କିପରି ବିଦେଶରେ ମଧ୍ୟ ଆଦୃତ୍ତ ହୋଇଥିଲା । ତାହା ବିଶଦଭାବେ ବର୍ଣ୍ଣନା କରିଥିଲେ । ଅନ୍ୟ ମାନଙ୍କ ଭିତରେ ସମାଜସେବୀ ତଥା ଶ୍ରମିକ ନେତା ବିଶ୍ୱନାଥ ମହାପାତ୍ର, ସମାଜସେବୀ ଦାମୋଦର ସାହୁ, ଶିକ୍ଷାବିତ ଗୋଦାବରୀଶ ମିଶ୍ର, ସଂପାଦକ ନିତ୍ୟାନନ୍ଦ ପ୍ରଧାନ, ପରିବେଶବିତ ପ୍ରଦୀପ୍ତ ପଟ୍ଟନାୟକ, ଅକ୍ରୁର ବେହେରା, ଅଲେଖ ନାୟକ, ଶ୍ରୀବତ୍ସ ପଣ୍ଡା, ଅନ୍ତର୍ଯ୍ୟାମୀ ମିଶ୍ର, କିଶୋର ଦଳବେହେରା, ଭରତ କହଁର, ବିଭିଷଣ ନାୟକ, ଆନନ୍ଦଚନ୍ଦ୍ର ନାୟକ, ମାଧବଚନ୍ଦ୍ର ଦାସ, ସତ୍ୟବାଦୀ ସ୍ୱାଇଁ, ରେଣୁବାଳା ସୁବୁଦ୍ଧି, ସୁକାନ୍ତ ଚୌଧୁରୀ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ବିଶିଷ୍ଟ ପରିବେଶବିତ ରାମକୃଷ୍ଣ ସାହୁ(ସମ୍ଭବ)ଙ୍କୁ ଏହି ଅବସରରେ ମାନପତ୍ର ସହିତ ସମ୍ବର୍ଦ୍ଧିତ କରାଯାଇଥିଲା । ପରିଶେଷରେ ପ୍ରାକ୍ତନ ଶିକ୍ଷକ ଭଗବାନ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026
ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

May 24, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!