Tuesday, July 21, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

କୁଆଁ ଛୁଆର ମନକଥା : ଅରୁଣ

by ସଞ୍ଜୟ ସ୍ୱାଇଁ
December 31, 2019
in Literature, Nayagarh
କୁଆଁ ଛୁଆର ମନକଥା : ଅରୁଣ
135
VIEWS
Share on FacebookShare on Twitter

କୁଆଁ ଛୁଆର ଅତୀତ ହଜିଯିବାକୁ ବସିଲାଣି—
ବିତିଥିବା ଶୈଶବର – ସରଳପଣିଆ, ବୁଝୁନଥିବା ଅମାନିଆ ମନ – ହିସାବ କରୁନଥିଲା କେତେ ପାଇଲା – କେତେ ହାରିଲା- ତା’ ଅଭିଧାନରେ ନଥିଲା- ସଂପର୍କ ଗଢ଼ା ହୁଏ – ଭଙ୍ଗାହୁଏ ବା ତୁଟି ଯାଏ ।

ତା’ ଶୈଳୀରେ ନଥିଲା – ମାର୍ଜ୍ଜିତ, ପରିମାର୍ଜ୍ଜିତର କାଇଦା ସହିତ ବାହାର ଯେତେ ସଫା – ଭିତର ତା’ଠାରୁ ଢେର ଆବର୍ଜ୍ଜନାମୟ । ଯାହା ତା’କୁ ଆଜି ଆନ୍ଦୋଳିତ କରୁଛି – ତାହା ହେଉଛି ସତ କହିବ ନା ମିଛ କହି ଆଉ ମିଛ ଶୁଣି – ସେ ସବୁକୁ ଦେହସୁହାକରି ଲଗାମଛଡ଼ା ବିବେକ ବିହୀନ ଜୀବନ ଜିଇବାକୁ ଆପଣେଇ ନେବା —?

ସିଏ ଦେଖୁଛି- ଯିଏ ସବୁଠୁ ବେଶୀ ଚିଲଉଛି – ସିଧା ସିଧା ମୁହେଁ ମୁହେଁ କହି ଦେଉଛି ବୋଲି ବଖାଣୁଛି – ସିଏ ତ ବଶେୀ ମିଛର ସାହାର ନେଉଛି- । ‘ସତ’ ତାଙ୍କମାନଙ୍କର ସଉକ – ‘ମିଛ’ ଅସ୍ଥି ମଜ୍ଜାଗତ ।

ଅନେକ ଲୋକ ମିଛକୁ ସତ ମନେକରି କୁହନ୍ତି ଏବଂ ଭାବନ୍ତି ଏଇହିଁ ସତ । ଏହାହିଁ ତ ଅଭ୍ୟାସ – ଯାହା ଅସ୍ଥି ମଜ୍ଜାଗତ ହୋଇଯାଏ କାଳକ୍ରମେ- ।

ମିଛର ସାହାରା ନେଲେ – ଉତ୍ଥାନ ।
ସତକୁ ଭରସା କଲେ କ’ଣ ଅଧୋପତନ?

ସତ କହିବାପାଇଁ ଛାତି ତଳର କଲିଜା ଶକ୍ତ ହେବା ଦରକାର । ତା’ ବାପା ଅଜା ଅମଳରୁ – ଶିଖା ହୋଇଥିବା, ଗଡ଼ି ଆସୁଥିବା ପ୍ରଥାରେ ଅଛି – ସତ କହିବା — ।
ସିଏ ତ କୁହେ —– ।

କିନ୍ତୁ ଏବେ ଏବେ ବୁଝୁଛି – ସତ କହିବା ଅପେକ୍ଷା ସତ ଶୁଣିବାବାଲାର ଛାତି ଶକ୍ତ ହେବା ଆବଶ୍ୟକ – ଛାତିତଳର କଲିଜା ତା’ଠାରୁ ଆହୁରି ଅଧିକ ଟାଣ ହେବା ଦରକାର ।

କାରଣ ସିଏ ତ ସତ କୁହେ – । ତା’ ଦୁନିଆ ଅପେକ୍ଷା ଏ ଦୁନିଆର ଲୋକମାନେ ତା’ର ଏଇ ସତକୁ କେମିତି ଅଲଗା ପଣରେ ଦେଖନ୍ତି – ଏଡ଼େଇ ବି ଦିଅନ୍ତି, କ୍ଷତି ବି ପହଞ୍ଚେଇବାକୁ ବ୍ୟୁହ ରଚନା କରନ୍ତି – କେତେ କ’ଣ ପାଞ୍ଚନ୍ତି – ।

ସତ ସମସ୍ତେ କହିପାରିବେ – ଏପରି କି ଅନବରତ ମିଛ କହୁଥିବା ବ୍ୟକ୍ତି ମଧ୍ୟ – ସମୟ ସମୟରେ ନିଚ୍ଛକ ସତ୍ୟ କହିପାରେ – । କିନ୍ତୁ ନିଚ୍ଛକ, ସରଳ ସତ୍ୟକୁ ଗ୍ରହଣ କରିବାରେ ସାମର୍ଥ ନରଖିପାରେ – – – । ଅନ୍ୟକୁ ନିଚା ଦେଖେଇବାକୁ – ବାହାସ୍ପୋଟର ସତ୍ୟ ଉଗାଳିପାରେ – । କିନ୍ତୁ ଗ୍ରହଣୀୟତାରେ – ଗ୍ରହଣ ଲାଗିଯାଏ – । ଯାହା ଅନ୍ୟପାଇଁ ଉଦ୍ଦିଷ୍ଟ – ପ୍ରଯୁଯ୍ୟ ବୋଲି ବିବେଚନା କରେ – ନିଜପାଇଁ କୁଣ୍ଠାବୋଧ କରେ – ।

ସିଏ ଦେଖୁଛି – ଏ ଦୁନିଆରେ – ଯିଏ ମିଛର ସାହାରା ନେଇ – ପ୍ରଭାବୀ ଉପସ୍ଥାପନା କରିପାରୁଛି ନିଜର ସ୍ୱାର୍ଥପାଇଁ ତା’ର ଆଦୃତି ବେଶ ଭଲ । ତେବେ ସିଏ କାହିଁକି ସତକୁ ପବିତ୍ରତା ଓ ମିଛକୁ ପାପ ବୋଲି ବିଚାର କରି – ଅନେକ ସମୟରେ ଲା’ିତ ହେଉଛି ?

ଦ୍ୱନ୍ଦରେ ପଡ଼ିଛି – ।
ସତ୍ୟର କଠିନ ରାସ୍ତାରେ ଅଜସ୍ର ଦୁଖଃ ଅଛି –
ମିଛର ମସୃଣ ରାସ୍ତାରେ- ବିଳାସ ବ୍ୟସନର ସମ୍ଭାର ଅଛି – – – ।

ସ୍ଥିର ଚେତନା – ଅସ୍ଥିରତା ପାହାର ଖାଉଛି ।

ତା’ର ମନେ ପଡ଼ିଲା – କେହି ଜଣେ କହୁଥିଲେ ମିଛର ଗୋଡ଼ ନଥାଏ ।
କ୍ଷୀପ୍ର ଗତିରେ ଆସେ ଖଣ୍ଡିଆଭୂତ ଭଳିଆ ପ୍ରଭାବ ଜମାଏ – ଅନେକ କମାଏ । ସାମୟିକ ଲାଭ କରେ ସେଇମାନଙ୍କର – । ସତମାନେ କଷ୍ଟ ପାଆନ୍ତି – ବିଚଳିତ ହୁଅନ୍ତି । ବେଳେବେଳେ ଅନିଚ୍ଛା ସତ୍ତେ୍ୱ ଇଚ୍ଛା କରନ୍ତି – ଭଲ ରାସ୍ତା ତ; ଅର୍ଥ, ଯଶ, ପ୍ରତିଷ୍ଠା ଓ କେତେ କ’ଣ ପାଇବାର – ।

କିନ୍ତୁ ସତ ଧୀର ପଦରେ ଆସେ – ଦୁଃଖ, ସୁଖ, କଷ୍ଟ, ଯନ୍ତଣାକୁ ତଉଲି ତଉଲି ସବୁକୁ ମାଜିମୁଜି ମାଠିମୁଠି ପକ୍କା କରେ – ଡେରିରେ ହେଲେ ମଧ୍ୟ ପ୍ରତିଷ୍ଠିତ ହୁଏ ।
ଟଣାଟଣି ଶିରା ସବୁ ଫୁଲି ଉଠିଲା, ମନକୁ ଅବିଚଳିତ ଭାବରେ ଶାନ୍ତ ରଖିଲା, – ସାମୟିକ ସୁଖ ଆଉ ପ୍ରତିଷ୍ଠା ଓ ‘ମୋହ’ର ପ୍ରଭାବରୁ ନିଜକୁ ମୁକ୍ତ କଲା । ମିଛ ଚକ୍ଚକିଆ ରାସ୍ତାରୁ ପାଦ ହଟେଇ ଆଣି – ସତ ବୁନିଆଦିରେ ସବୁ ଦିନିଆ ରାସ୍ତାକୁ ପାଦ ଫେରେଇଲା – – – – – ।
“୨୦୨୦” ନୂଆ ବରଷକୁ – – – – – – ।

-ଅରୁଣ
ବିଧାୟକ, ନୟାଗଡ଼
ମନ୍ତ୍ରୀ, ଓଡ଼ିଶା

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!