Thursday, April 16, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

କାଳାନ୍ତର

by ସଞ୍ଜୟ ସ୍ୱାଇଁ
June 12, 2021
in Literature
କାଳାନ୍ତର
84
VIEWS
Share on FacebookShare on Twitter

ଓଡ଼ିଶା ସାହିତ୍ୟ ଏକାଡେମୀ ଯୁବକ ପୁରସ୍କାର ପ୍ରାପ୍ତ କଥାକାର ଦେବାଶିଷ ସାମନ୍ତରାୟଙ୍କ ଏକ ଚଚ୍ଚିତ ଗପ ହେଉଛି ‘କାଳାନ୍ତର’ । ଜୀବନ- ମୃତ୍ୟୁ ଘଡ଼ିସନ୍ଧି ମୂହୂର୍ତ୍ତକୁ ଗଳ୍ପରେ ସଜା ଯାଇଛି । ପ୍ରତି ମୂହୂର୍ତ୍ତରେ ଜଣେ ମଣିଷ କିଭଳି ମୃତ୍ୟୁକୁ ଭୋଗିଚାଲେ ତାହା ଗଳ୍ପାରେ ବାରି ହୋଇପଡ଼ିଛି । ଏହି ଚର୍ଚ୍ଚିତ ଗଳ୍ପକୁ ପାଃକଙ୍କ ଉଦ୍ଦେଶ୍ୟରେ ଅର୍ପଣ କରାଯାଉଛି । ଏହି ଗଳ୍ପକୁ ୨୦୧୨ ମସିହାରେ କଥାକାର ଲେଖିଥିବା କହିଛନ୍ତି ।

ଅଜୟ ଭାବୁଚି, ସେ ମରିଯିବା ଉଚିତ୍ । ଏମିତି ଏକ ସମୟ ଆସିବ, ଜୀଇଁ ଥାଉଥାଉ ତାକୁ ମରିବା କଥା ଭାବିବାକୁ ହେବ, ସେ କଳ୍ପନା କରିନଥିଲା । କିନ୍ତୁ କେମିତି ସେ ମରିବ? ମରଣ ତ ଖାଇବ, ପିଇବା, ଶୋଇବା କି ଝାଡା ଫେରିବା ପରି ଗୋଟେ ସହଜ ସ୍ୱାଭାବିକ ପ୍ରକ୍ରିୟା ନୁହେଁ ଯେ, ବିନା ଦ୍ୱିଧାରେ ଯେତେବେଳେ •ହେଁ ଆପଣେଇ ନେଇ ହବ ତାକୁ । ଖବରକାଗଜ ଓ ଟେଲିଭିଜନରୁ ଜଣାପଡେ, ଲକ୍ଷ ଲକ୍ଷ ଲୋକ ମରୁଛନ୍ତି, ନିଇତି । ଅକାଳରେ ମରିବାର ସମୟ ଆଗରୁ ମରଣ ଜୀଇବାର ଅଧବକାର ନେଉଚି ସେମାନଙ୍କଠୁ । କିଏ ମରୁଚି ଅକାଳ ବ୍ୟାଧିରେ ତ କିଏ ଦୁର୍ଘଟଣାରେ ଅପ୍ରତ୍ୟାଶିତ ଭାବେ । ଥରେ ଏଇ ମରଣ କତା ମୁଣ୍ଡରେ ପଶିଳେ ଅନେକ ଆବୁରୁଜାବୁରୁ କଥା ମନରେ ଆସୁଚି । ଜନ୍ମ ଯେମିତି ଗରୁରୁତ୍ୱ ରଖେ ପ୍ରତିଟି ମରିଷ ପାଖରେ, ମୃତ୍ୟୁ ବି ଅବିକଳ ସେହିପରିତ । ଜନ୍ମ ଆଗରୁ ମଣିଷ ହାତରେ କିଛି ନଥାଏ । କିନ୍ତୁ ମୃତ୍ୟୁ ପୂର୍ବରୁ ସେ ସ୍ଥିତିବାନ । ସ୍ୱତନ୍ତ୍ର ପରିଚୟର ଅଧିକାରୀ । ମୃତ୍ୟୁପରେ ମଣିଷକୁ ମନେ ରଖାଯାଇପାରେ କାଳକାଳକୁ । ମୃତ୍ୟୁକୁ ସ୍ମରଣୀୟ କରାଯାଇପାରେ । ତା’ର ଦୁଃଖ, ତା’ର ମରଣ ମାମୁଲି ଘଣଟା ପରିହେବ ତା’ ଆବର୍ତ୍ତମାନରେ । କିଛି କରିବାର ଲକ୍ଷ୍ୟରେ ସେ ହାତ ଦେଇଥିଲା ଅନେକ କାମରେ । ଏବେ ଲାଗୁଚି, ସେ କରିଥିବା ସବୁଯାକ କାମ ମୂଲ୍ୟହୀନ । ଅଯଥା, ସେ କାମରେ କାହାର ମଙ୍ଗଳ ସାଧିତ ହୋଇନାହିଁ । କେହି ସନ୍ତୁଷ୍ଟ ହୋଇନାହିଁ । ମରିଗଲେ ତ ଛାଡ । ଜୀବଦ୍ଦଶାରେ ଯଦି ପ୍ରଶଂସା ନ ମିଳିଲା, ଗଲା ପରେ କିଏ ପ•ରେ । କାହା କଥା ଭାବିବାକୁ ଏଠି ସମୟ ବା କାହାର ଅଛି? ଯିଏ ଗଲା, ଗଲା । ଆଗକୁ ଦୁନିଆ ବହୁତ ବାକି । ବୁଝିବାକୁ ଚେଷ୍ଟା କରି ବୁଝି ହେଇନି, ଦୁନିଆ ତା’ ଆଗରେ ବେଳକୁ ବେଳ ଅବୁଝା ଦୁର୍ଗମ୍ୟ ହୋଇ ଠିଆ ହୋଇଚି । ସମ୍ଭାବନା ସବୁ ବଦଳୁଚି ବ୍ୟତିକ୍ରମରେ । ସହଜ ଭାବି ଆଦରି ନେଲେ ବଦଳିଯାଉଛି ବୋଝକୁ । ଆପଣେଇବାକୁ ହାତ ବଢ଼ାଇଲେ, ହାତଟିଏ ନିଜ ଆଡକୁ ବଢ଼ୁନି କୋଉ ଦିଗରୁ । କାହାକୁ ନେଇ ବଞ୍ଚିବ । ଜୀବନ ଏଠି ଦୁର୍ବିସହ । ଜଟିଳତମ । ବଞ୍ଚିବାର ରାହା ନିଶୂନ । ରୋଗ ଦେଖାଇବାକୁ ଯାଇଥିବା ବେଳେ ରୋଗକଥା ଭୁଲି ସେ ନପଚାରିବା ପ୍ରଶ୍ନ ପଚାରିଚି ଡାକ୍ତରଙ୍କୁ । : ମରିବାର ସରଳ ଉପାୟ କ’ଣ ଡାକ୍ତରୀ ବିଦ୍ୟାରେ ? ଡାକ୍ତର ବି ଦୁନିଆରୁ ଜଣେ । ସମସ୍ତଙ୍କ ପରି ଅଜବ । ସେ କହିଲେ, ଅଚି । ଆମେ ପ୍ରତିଦିନ ମରୁଚେ । ମୁହୂର୍ତ୍ତେ ମୁହୂର୍ତ୍ତେ ଆମର ମୃତ୍ୟୁ ଘଟୁଛି । ମୃତ୍ୟୁ ଆସୁଥାଏ ମୃଦୁମୃଦୁ । ଜନ୍ମହେବା ପରଠୁଁ ହିଁ ମୃତ୍ୟୁର ପାଖକୁ ଆମେ ଧୀରେଧୀରେ ପାଖେଇ ଆସୁଚେ । ଆସୁନେ କି? ଅଜୟ ସେଠୁ ମୁହଁ ବୁଲେଇ ବିଜାର ହୋଇ, ଡାକ୍ତରଙ୍କ ଲେଖା ପ୍ରେସକ୍ରିପସନ ନଆଣି ପଳାଇ ଆସିଲା । ତା’ର ଡାକ୍ତରଙ୍କୁ ନେଇ ଆଗରୁ ଥିବା ଧାରଣା ବଦଳିଗଲା । ଏବେ ତା’ର ନୂଆ ଧାରଣା ହେଲା: ଡାକ୍ତରଟା ଅତିବ ମାମୁଲି ଲୋକଟିଏ । ହୁଏତ ତା’ଭଳି । ରାତିରେ ଏବେ ନିଦ ହଉନି ଠିକରେ । ଏଇ ସବୁ ଚିନ୍ତା ପଶିଲା ପରଠୁ କିଛି ଗୋଟାଏ ନିଷ୍ପତ୍ତି ଠିକରେ ନେଇହଉନି । ଅଥଚ ମୀନୁକୁ ଦେଖ । କେତେ ବଜ୍ଜାତ ମାଇକିନା । ଶୋଇ ଘୁଙ୍ଗୁଡି ମାରୁଚି । ରାତିରେ ଖାଇବିନି କହିଲାରୁ ବଜରବଜର ହେଲା । ଦି’ଜାବାଡା ଖାଇଲା ପରେ ସେ ବି କିଛି ନଖାଇ ଶୋଇଚି । ଖାଲିପେଟ ଯୋଗୁ ଏସିଡିଟି ହୋଇ ପେଟଟା କାଟୁଚି । ଭିତରେ ନିଆଁ ଜଳୁଚି । ସେ ପାଣି କଢ଼କଢ଼ ପିଇଲା । ଟେନସନ ଥିବା ସମୟରେ ସେ ବୋତଲ ଯାକର ପାଣି ପି’ ଦେଇପାରେ ବେଖିଆଲରେ । ଏବେ ଭାବିଲା, ପାଣି ପିଇ ଲାଭ କ’ଣ? ମୂତ ହୋଇ ବହିଯିବ । ଏଇ ମୀନୁ ସହ ଗଣ୍ଡଗୋଳ ହେଲେ ଇଛା ହୁଏନି ତା’ସହ ଠୋପେ ସମ୍ପର୍କ ରଖିବାକୁ ତା’ପ୍ରତି ସେ ଅନ୍ୟାୟ କରିଚି । ଏବେ ବି ଲୁଚିଲୁଚି କଥା ହେଉଛି ପ୍ରେମିକ ସହ । ସେକଥା ମନେପଡିଲେ ମୁଣ୍ଡ ଝାଇଁଝାଇଁ ହୋଇ ବୁଲେଇ ହଉଚି । ଆଇନ କାନୁନ ସବୁ ଝିଅ ସପକ୍ଷରେ ପ୍ରତିଶୋଧ ନେବାର ବାଟ ଜଣାଥାଇ ବି କିଛି କରି ହଉନି । ବଞ୍ଚିଥିବା ବେଳେ କିଛି କରିହଉନି ଠିକ ଅଛି । ମରିଗଲା ପରେ କିନ୍ତୁ ପାନେ ଦେଇପାରିବ । ଶୁଣାଯାଏ ସୁଇସାଇଡଲ ନୋଟକୁ ଆଧାର କରି ପୋଲିସ ତଦନ୍ତ କରିବ । ସୁରାକ ଖୋଜିବ । ବନେଇ ଚୁନେଇ ଗୋଟେ ପରେ ଗୋଟେ ସବୁତକ କାରଣ ବୁଝେଇ ନୋଟଟା ଲେଖିଦେଲେ ହେବନି କି ? ଶଳେ ନାମ ନେବେ । ଜଣେ ପରେ ଜଣେ ସବୁ ଧରାପଡିବେ, କେଞ୍ଚ ଖାଇଲେ । ସେଇଥିପାଇଁ ସେ ମରିଯିବାକୁ •ହେଁ । ବଞ୍ଚି ଯାହା କରିପାରିନାହିଁ, ତା’ର ମୃତ୍ୟୁ ଅନେକ କିଛି କରିପାରିବ । ତିଳେ ମାତ୍ର ତା’ର ମୋହ ନାହିଁ । ଅତିଶୀଘ୍ର ସେ ଏଠୁ •ଳିଯିବାକୁ •ହେଁ, ଏଇ ଚିହ୍ନା ପରିଚିତଙ୍କ କବଳରୁ, ଏଇ ଅଞ୍ଚଳରୁ । ଅଚିହ୍ନା ପୃଥିବୀଠାରୁ ଆହୁରି ଅଚିହ୍ନା ହେବାକୁ । ବଡ଼ ଅଦ୍ଭୁତ ଲାଗୁଚି ଏଇ ଜୀବନ । ଠିକରେ ସିଦ୍ଧାନ୍ତ ନେଇ ହେଉନି । ଗୋଟେ ସମୟରେ ଅତିବ ଆକର୍ଷଣୀୟ ମନେ ହେଉଚି । ଜୀବନକୁ ବାରମ୍ବାର ଭୋଗିବାର ପ୍ରଖର ଇଛା ମନରେ । ଅନ୍ୟଏକ ସମୟରେ ବିଷମୟ ମନେହୁଏ ବଞ୍ଚିବାର ବିଧି । ତୁଚ୍ଛ ମାୟାନଗରୀରେ ବଞ୍ଚିବା ଅସାର ମନେହେଉଚି । ଆଖିରେ କେତେବେଳେ ନିଦ ଲାଗି ଆସିଗଲା । ବିଚିତ୍ର ସ୍ୱପ୍ନ ଦେଖି ଚିଲେଇଲା । ମୀନୁ ହାତ ହଲେଇ ଉଠାଇଲାରୁ ଜାଣିଲା ଯେଉଁଥିପାଇଁ ସେ ଚିନ୍ତିତ, ତାହା ସତ ନୁହେଁ । ସ୍ୱପ୍ନ ଥିଲା । ସ୍ୱପ୍ନରେ ଦେଖିଲା ସେ, ମରିଯାଇଚି, ଗୁଳି ଚୋଟରେ । ଗୁଳି କରିବାର କାରଣ ଖୋଜି ସେ ପାଉନି କାରଣ ତା’ ଜାଣତରେ ସେ କାହାରିକୁ କ୍ଷତି ପହଞ୍ଚାଇନି । ଗୁଳି କରିଥିବା ଲୋକଟିକୁ ବି ଜାଣିନି । ପୋଲିସ ଜେରା କଲାରୁ ଲୋକଟି ସଫେଇ ଦେବାକୁ କହୁଚି, ଗୁଳିଟି ଲକ୍ଷ୍ୟଭ୍ରଷ୍ଟ ହୋଇଚି । ଏ ଶବଟି ଯାହାର, ସେ ଟାର୍ଗେଟରେ ନଥିଲା ବରଂ ଥିଲା ଆଉଜଣେ କେହି । କିଏ ସେଇ ଟାର୍ଗେଟେଡ ଲୋକଟି । ମନୁଆ ଦାସ ହୋଇଥାନ୍ତା ହେଲେ । ସ୍ୱପ୍ନଟି ସାଧାରଣ ଥିଲା ତମ ପାଇଁ ମୋ ପାଇଁ । ଏମିତି ଅନେକ ଅକାରଣ ସ୍ୱପ୍ନ ଦେଖି ଭୁଲିଚେ । କିନ୍ତୁ ଅଜୟ ପାଇଁ ଏହା ଅନନ୍ୟ । ମୃତ୍ୟୁକୁ ଖୋଜି ହେଉଥିବା ଲୋକ ପାଖରେ ଖୋଜୁଥିବା ବାଟ ଭିତରୁ ଗୋଟେ ବାଟ ମିଳିଗଲା । ଏବେ ସେ ନିଶ୍ଚିନ୍ତ । ଆତ୍ମହତ୍ୟାର ଯେତିକି ଉପାୟ ଅଛି ତା’ ଜାଣିବାରେ କି ଅଜାଣତରେ, ସବୁ ଭିତରେ ଏଇଟି ହିଁ ସହଜ । ଅଥଏବ ଗ୍ରହଣୀୟ । ୟା’ଠୁ ଶୀଘ୍ରମୃତ୍ୟୁ ଆଉ କେଉଁ ଉପାୟରେ ମିଳିପାରେନା । କଷ୍ଟ ବି ଜଣାପଡିନି । କିଛି ଭାବିବା ଆଗାରୁ ମୃତ୍ୟୁ । ବାଃ ଚମତ୍କାର । କିନ୍ତୁ ଅସୁବିଧାଟିଏ ଅଛି । ସେଭଳି ଗୁଳି କରିବା ଲୋକ ବିନା ସୁପାରିରେ ମିଳିବ କେଉଁଠୁ? ନିଜେ କ’ଣ ସୁପାରି ଦେବ, ନିଜକୁ ଗୁଳି କରିବାକୁ ? ସକାଳୁ ଖବରଟିଏ ଖାଲି ସହର ନୁହେଁ, ସାରା ରାଷ୍ଟ୍ରରେ ଚର୍ଚ୍ଚିତ । ରୂପା ମିଶ୍ର ଆଇଏଏସ ଟପର । ଅଜୟ ମନକୁ ମନ ବୁଝାଇଲା । ଏଇଥିପାଇଁ ସିନା ବଞ୍ôଚବ । ସେ କାହିଁକି ବଂଚିବ । ଯଦି ବଂଚିବାର ଖାସ କାରଣ ନାହିଁ କି ଉତ୍କୃଷ୍ଟ ଉଦ୍ଦେଶ୍ୟଟିଏ ଯୋଡି ଦିଆଯାଇ ପାରିବନି ଜୀବଇବା ସହିତ । ଯେତେଥର ନିଜକୁ ସେଇ ଏକା ପ୍ରଶ୍ନ ପ•ରିଚି । ସେ ବଂଚିବ ନା ମରିବ । ପ୍ରତିଥର ତା’ର ବିବେକ କହିଚି ସେ ମରିବା ଉଚିତ । ମନ କିନ୍ତୁ ଦ୍ୱିଧାରେ । ଏ ଈଶ୍ୱରଦତ୍ତ ଟାଣୁଆ ସବଳ ପୈତୃକ ଦେହଟାକୁ ତୁଚ୍ଛାରେ ମୂର୍ଚ୍ଛିଦେବ କେମିତି? ସେ •ଲି•ଲି ଛକରେ ପହଂଚି ଯାଇଚି, ଗୋଟେ ଖିଆଲରେ ଅଭ୍ୟାସବଶତଃ । ଛକର ସବାଶେଷ କୋଣ ପାନ ଦୋକାନରୁ ସେ ପାନ ଖାଏ । ଦୋକାନୀଠୁ ପାନ ଧରି ପକେଟ ଦରାଣ୍ଡିଲା ବେଳେକୁ ଗୋଟିଏ ଚିଲର ନାହିଁ । ସେ ଥିକ୍କାରି ହେଲାନି । ଛି କଲାନି । ଏମିତି ବିନା ପଇସାରେ ବୁଲିବା ଥରେ ନୁହେଁ, ବହୁବାର ଘଟିଚି ତା’ଜୀବନରେ । ଦୋକାନୀ କ’ଣ ବୁଝିପାରିଲା କେଜାଣି, ହାତକୁ ବଢ଼ାଇ ଦେଲା ସିଗ୍ରେଟ । ସିଗ୍ରେଟ ଧୂଆଁ ସହ ମନର କିଛି ବ୍ୟଥା ବି ବାହାରିଗଲା । ଟିକେ ଉଶ୍ୱାସ ଲାଗିଲା । ନୂଆ ଯୋଜନା ମୁଣ୍ଡକୁ ଢୁକିଲା । ସୁଇସାଇଡାଲ ନୋଟରେ ମନୁଆ ଦାସ ନାଁଟା ଗାଢ଼ ଅକ୍ଷରରେ ତଳେ ଆଉଥରେ ଗାରଦେଇ ଲେଖାହେବ । ସେ ଚଦି ହେଲା । ମନୁଆ ଦାସ, ମୋ ଶଳା, ଯଦି ତୋ ଗାଣ୍ଡିରେ ଗୋଜ ନ ପୁରେଇଚି, ମୋ ନାଁ ଅଜୟ ଜେନା ନୁହଁ । ବିଲକୁଲ ନୁହେଁ । ଏଇ ସମୟରେ ମହାଭାରତ ସିରିଏଲର ଏକ ଦୁସ୍ଥ ସୈନିକ ପରି ମନେ ହେଲା ମନୁଆ ଦାସ, ଯିଏ ଖାଲି ଅପେକ୍ଷା କରିଥିବ ଶତ୍ରୁପକ୍ଷର ମାମୁଲି ସୈନିକଟିଏର ଛୁରାଘାତରେ ମୋକ୍ଷ ପାଇବା ପାଇଁ । ଅଜୟ ହସିଲା । ଖୁବ ଜୋରରେ । ଆହୁରି ଜୋରରେ । ସେଇ ହସ ଶୁଣି ପାନଦୋକାନୀ ଚମକି ପଡିଲା । ତା’ ସହ ନିଜେ ଅଜୟ ବି । ମନୁଆ ଦାସ ଭଳି କଲିଗ ସହ କାମ କରିବା ମୁସ୍କିଲ । ଖାଲି ସିଏ ନୁହେଁ, ଅଫିସର ସବୁ ଷ୍ଟାଫ ମନୁଆ ଦାସ ପଛରେ କୁହନ୍ତି । ତା’ ବଚନ କଅଁଳ । ଯାଉଣୁ ଆସୁଛୁ ବଙ୍କା ହସ ଛାଡୁଥିବା । ସେପଟେ ତମେ କାହା ସହ କଥା ହେଲ, କେତେ ଲୋନ କରିଚ, ଅଫିସରେ ଦିନସାରା କେତେଥର ଢୁଳଉଚ କି ଆଡ୍ଡା ମାରୁଚ, ସବୁକତା ଯାଇ ମାଲିକଙ୍କୁ କହିବ । ଏଇ କଥା ପଦକ ସରୋଜ ବାବୁ କହିଥିଲେ ତାକୁ । ସରୋଜ ବାବୁ ଏ ପ୍ରାଇଭେଟ •କିରି ଛାଡି ଗାଁରେ •ଷବାସ କରି ଅଳ୍ପ କମେଇରେ ବି ୟା’ଠୁ ଅଧିକ ଶାନ୍ତି ଅଛି ଭାବି ଯେଉଁଦିନ ଗାଁକୁ ଗଲେ, ତାଙ୍କ ଜାଗାରେ କମ ଦରମାରେ ଜଏନ କରିବାକୁ ହଙ୍କହଙ୍କ ହଉଥିବା ଅଜୟକୁ ଚେତେଇ ଦେଇଗଲେ । ସେ ଆଶ୍ଚର୍ଯ୍ୟ ହୁଏ, ବାପାଙ୍କୁ ଦେଖି । ବାପା କେମିତି ବଂଚିଛନ୍ତି । ଭାଙ୍ଗି ପଡୁନାହାନ୍ତି ତା’ଭଳି ଦୁଇଦୁଇଟା ଅକର୍ମା ବାଳୁଙ୍ଗା ପୁଅ, ଘରେ ରୋଗିଣା ସ୍ତ୍ରୀ, ବହୁପ୍ରାଣୀ କୁଟୁମ୍ବ ଓ ନିଜେ ଅନେକ ବିଷମ ରୋଗରେ ପୀଡିତ । ମୁଢ଼ି ଚୋବାଇବା ପରି ପୁଳାଏ ବଟିକା ତାଙ୍କୁ ଜିଆଇଚି ଯାହା । ଆଛା, ବାପାଙ୍କ ନିଦ ବଟିକାରୁ ପାଞ୍ଚଛଅଟା ଗିଳିଦେଲେ କାମ ଖଲାସ ହୋଇଯାଆନ୍ତ । କିନ୍ତୁ ସେଇ ସମୟରେ ଛଟପଟ ହେଉଥିଲା ବେଳେ, ଯଦି ଘରଲୋକଙ୍କ ନଜର ପଡିଯିବ, ତେବେ ଛାଡ । ଡାକ୍ତରଖାନାକୁ ଯାଇ ଫେରିଯାଉଥିବା ପ୍ରାଣଟାକୁ ତ ଅଟକେଇ ଦେବେ କିନ୍ତୁ ଲୋକଲଜ୍ଜା ଓ ପାପବୋଧରେ ବଂଚୁଥିବା ଦିନସବୁ ଅସହ୍ୟ ହୋଇଉଠିବ । ଯିଏ ଯେତେ ପାରିବେ, ଚିଗୁଲେିବେ । ଆଉ ଯାହା ସବୁ ଉପାୟ ମନେପଡୁଚି, ସବୁ ଟ୍ରାଡିସିନାଲ । ରିସ୍କ ବହୁତ । ବେକରେ ରସି ଲଗେଇ ବନ୍ଦ ଘରେ ବନ୍ଦ ଘରେ ଫ୍ୟାନରେ ଝୁଲି ହେବ କିମ୍ବା ବଗି•ର ଯେ କୌଣସି ମଜବୁତ ଗଛଡାଳର ସାହାଯ୍ୟ ନିଆଯାଇପାରେ । ଏସବୁରେ ଛଟପଯ ହେବାକୁ ପଡିପାରେ ଅନେକ ସମୟ । ଏତେ ଗାଳିଗୁଲଜ ଖାଇଥିବା ବେଇଜ୍ଜତ ହୋଇଥିବା ପ୍ରାଣଟା ସହଜରେ ଛାଡି ନପାରେ । ଛଟପଟ ହେବାକୁ ପଡିପାରେ ଅନେକ ସମୟ । ସେଇ ସମୟରେ କଷ୍ଟ ଅସହ୍ୟ ହେଲେ ବଂଚିବାକୁ ଇଛା ଟିକେ ହୁଏତ ଆସିପାରେ । ପଡିଶା ଘରେ କାମ କରୁଥିବା •କର ଟୋକାଟା ପଏଜନ ଖାଇ ନାକେଦମ ହୋଇଚି । ତା’ପାଟିରୁ ଫେଣଭଳି କିଛି ଦୁର୍ଗନ୍ଧ ଧଳା ପାଣି ବାହାରିଲାରୁ ତାକୁ ପାଖ ନର୍ସିଂହୋମକୁ ନିଆଗଲା । ପେଟ ତା’ର ଭିଡିମୋଡି ହୋଇ ଅସହ୍ୟ କଷ୍ଟ ହେଉଥାଏ । ଦୁଇଦିନ ପରେ ଭଲ ହୋଇ ଫେରିଲାରୁ ସେ ସଲଜ୍ଜ ସ୍ୱୀକାର କଲା ଯେ ପ୍ରେମରେ ବିଫଳ ହୋଇ ସେ ମୂଷାମରା ଔଷଧ ଖାଇଥିଲା । ଆଜିକାଲିକା ବଜାରରେ ମିଳୁଥିବା ପଏଜନର ଏଫିକାସିକୁ ନେଇ ସନ୍ଦେହ । ଦଶପନ୍ଦରଟା ବାନ୍ତି କରି ବଦନାମ ହେବା ଛଡା ଆଉ କିଛି ଅଗ୍ରଗତି ହେବାର ଦିଶୁନି । ତେଣୁ ଏ ଯୋଗଦାକୁ ଦୂର ଜୁହାର । ଅବଶ୍ୟ ଆଜିକାଲିକା ଆଉ ଏକ ନୂଆ ଷ୍ଟାଇଲ ବାହାରିଚି । ମେଟ୍ରୋ ସିଟି ମାନଙ୍କରେ ଦଶମହଲା କି ପନ୍ଦର ମହଲା ଉପରୁ ଡେଇଁପଡିବ ତଳକୁ । କାହାରିକୁ ଦୋଷ ଦିଆଯିବନି ସେଥିରେ । ଏଇଟା ଅଜୟ ମନକୁ ପାଇଲା । ଅନ୍ତତଃ ଆକାଶବାଣୀର ସହଯୋଗରେ ଛାତ ଉପରୁ ଡେଇଁବାର ମୁଡଟାକୁ ତିଆରି କରାଯାଇପାରିବ । ଡେଇଁ ପଡିଲେ ଆଉ କିଛି ଭାବିବା ଦର୍କାର ନାହିଁ । ତଳେ ପଡିଲା ବେଳକୁ କିଛି ନଥିବ । ତମେ ବଦଳିଯାଇଥିବା ଫ୍ରେମବନ୍ଧା ଫଟୋରେ । ଡାକ୍ତରୀ ପୋଷ୍ଟମର୍ଟମ ସାର୍ଟିଫିକେଟରେ କାରଣ ଦର୍ଶାଯିବ, ଅତ୍ୟଧିକ ମଦ୍ୟପାନ ହେତୁ ମୃତ୍ୟୁ । ଏସବୁ ଭାବିଲା ବେଳକୁ ସହରର ପାଣିଟାଙ୍କି ଝପସି ପଶିଲା ମନକୁ । କାହାର ବ୍ୟକ୍ତିଗତ ଘର ଉପରୁ ଏସବୁ କେଳଙ୍କାରୀ କାମ କରାଯାଇ ପାରିବନି । ପାଣିଟାଙ୍କି ଉପରୁ ତଳକୁ •ହିଁଲେ, ମୃତ୍ୟୁ ନୁହେଁ, ଜୀବନ ଦିଶିଲା ଛଳଛଳ । ଛାଡିବାକୁ ବସିଥିôା ଲୋକମାନେ ଓ କରିପାରିବାର ସମ୍ଭାବନାଟିଏ ଗଜୁରି ଉଠିଲା । ସେ ଫେରିଲା ଘରକୁ । ଘରେ ଗୁମାନ ମୁହିଁ ମୀନୁ । ପାଞ୍ଚ ପ୍ରଶ୍ନରେ ପଦେ ଉତ୍ତର ଦେଉଥିବା ବୋଉ, ତାଙ୍କ ରିଟାୟାରମେଣ୍ଟ ପରେ ମିଳିଥିବା ଗାଏମୋଟ ଚାରିଲକ୍ଷ ପଚିଶ ହଜାର ଟଙ୍କାକୁ ପାଂପେଲେଇ, ଅଧିକ ଧନ ବଢ଼ିବାର ଲୋଭ ଦେଖାଇ ନେଇ ଆସି ତାକୁ ଡୁବେଇ ଦେଇଥିବାରୁ ବହୁଦିନ ହେଲା କଥା ବନ୍ଦ କରିଦେଇଥିବା ବାପା । ସମସ୍ତଙ୍କ ସ୍ୱର ଏକ ପ୍ରତିବାଦର ସ୍ୱର । ମନୁଆ ଦାସ ଭଳି କେତୁଟା ସହକର୍ମୀ ଆଉ ଅତିରିକ୍ତ ଅନୈତିକ •ପ ଯୋଗୁଁ ସେ ଛାଡି ଦେଇଚି •କିରି । ଦରମା ରୂପେ ମାସିକ ଯାହା କିଛି ମିଳୁଥିଲା, ନିଅଣ୍ଟ ହେଲୋବି ଗୁଜୁରାଣ ପାଇଁ କିଛି ଅଂଶରେ ସହାୟକ ତ ହେଉଥିଲା । ଏବେ ? ସେତକ ବି ହାତଛଡା । ଖାଲି ହାହାକାର । ବ୍ୟର୍ଥତା । ଅବିବାହିତ ସମୟରେ ଅନେକ ସ୍ୱପ୍ନ ଦେଖିଥିଲା । ବିବାହିତ ଜୀବନକୁ ନେଇ, ସୁଖମୟ ସଂସାରକୁ ଭାବି । ଏବେ ଜାଣୁଚି, ସେ ସବୁ ହାଇପୋଥେଟିକାଲ୍ । ମୀନୁକୁ ବଢ଼ାଇଥିବା ବିଶ୍ୱାସର ହାତ ପ୍ରବଞ୍ôଚତ ବାରମ୍ବାର । ଅଥଚ ଅନେକ କାରଣରୁ ମୀନୁକୁ ନେଇ ନିଷ୍ପତ୍ତିଟିଏ ନେବାରେ ସେ ଅସମର୍ଥ । ବଂଚିବାର ଇଛା ଦୁର୍ବଳ ହୁଏ । ମନରେ ଦ୍ୱିବିଧା ଆସେ । କାହା ପାଇଁ ସେ୫ ବଂଚିବ? ଅର୍ଥପୂର୍ଣ୍ଣ ଭାବେ ନ ବଂଚିଲେ ତହା ମରଣଠୁ ହୀନ । ଡେଣାକଟା ପକ୍ଷୀ ଅନ୍ଧାରରେ ଫଡଫଡ ହେଲା ପରି । ଏସବୁ ଭାବିଲେ ଜୀବନ ମରଣଠୁ ମୂଲହୀନ ଲାଗୁଚି । ଏକ ନିରକ୍ତ ନିରସ ଜୀବନରେ ଲାଭ କ’ଣ? ବରଂ ମୃତ୍ୟୁ ଶ୍ରେୟସ୍କର । ହୁଏତ ଆରଜନ୍ମରେ ଏ ଜନ୍ମର ଦୋଷତ୍ରୁଟିକୁ ଦୂରେଇ ଭଲରେ ବଂଚିହେବ । ଖେଳୁଥିବା ଖେଳଟିରେ ଥରେ ଭୁଲ ହୋଇଗଲେ, ସେଥିରୁ ଓହରିଯାଇ, ଅଭିନବ ପ୍ରସ୍ତୁତି କରି, ନୂଆ ଖେଳଟିଏ ଆରମ୍ଭ କଲେ ଅସୁବିଧା କ’ଣ? ହୁଏତ ଜିତାପଟ ହାସଲ କରାଯାଇପାରିବାର ଆଶା । ସେ ବ୍ୟତିବ୍ୟସ୍ତ । ଆଖବ ଆଗରେ ଏକମାତ୍ର ରାସ୍ତା- ମୃତ୍ୟୁ
ମୃତ୍ୟୁକୁ ସାଦରେ ଲୋହଶଯାଇପାରେ? ଏ ପ୍ରଶ୍ନ ପ•ରିଛି ସେ ଅନେକଙ୍କୁ । ଅନେକ ଭାବିଚି । ସନ୍ତୋଷଜନକ ଉତ୍ତର ମିଳୁନି କାହାରିଠୁ । ବଞ୍ଚିବା ଯେପରି ମଣିଷର ନିଜ ହାତରେ ନାହିଁ ମରଣ ବି କ’ଣ ସେଇଭଳି ଅପହଂଚ? ମଣିଷର ଇଛାର ବାହାରେ? ଈଶ୍ୱର ଦତ୍ତ ପ୍ରାଣଟିକୁ ନିଶୂନ କରି ପାରିବନି ସାଧାରଣ ମଣିଷ? ଉଦ୍ଦେଶ୍ୟହୀନ ଭାବେ ଅଜୟର ବାଇକ ସହରଛାଡି ଧରିଚି ଜାତୀୟ ରାଜପଥ । ସେ ନିଜେ ଜାଣେନା, କୁଆଡକୁ ଯାଉଚି । ପବନ ମାଡ଼ରେ ବହିଯାଉଚି ଆଖିରୁ ଲୁହ । ଗାଡିର ବେଗ ଅସମାନ । କେବେ ଜୋରରେ ତ କେବେ ଅକ୍ସିଲରେଟରରୁ ଖସିଯାଉଚି ହାତ । ସମୟକୁ ଏଡାଇ ଯିବାର ଦୁର୍ବାର ଇଚ୍ଛା । ଚହଲାପଣ । ମଙ୍ଗୁଳିଛକ ଡେଇଁ ଗାଡି ମାଡିଯାଉଚି ଆଗକୁ । ରାସ୍ତା ଉପରେ ଠିଆ ହୋଇଛି ଦଶଚକିଆ ଭାରି ଟ୍ରକଟିଏ । ବୋଧହୁଏ କ୍ଳାନ୍ତ ମେଣ୍ଟାଉଚି ଗାଡି ସହ ଡ୍ରାଇଭର । ସବୁ ହସ ଧାରଟେ ଚହଟି ଗଲା ଅଜୟର ମୁହଁରେ । ଏଇ ଟ୍ରକଟି ହିଁ ସମାଧାନ କରିପାରିବ ତା’ର ସବୁ ସମସ୍ୟା । ମୁକ୍ତି ପାଇଁ ଏତେ ଦିନଧରି ସେ ଯେଉଁ ରାସ୍ତା ଖୋଜି ଖୋଜି ପାଉନଥିଲା, ଏବେ ତା’ ସାମ୍ନାରେ । ମରଣର ଆବେଦନ ବି ତୀବ୍ର । ଏଡାଇ ହୁଏନା । ଅଜୟ ଗାଡିର ଆକ୍ସିଲେଟରରେ ହାତମୁଠା ଟାଣ କଲା ଓ ଗାଡିର ସ୍ପିଡ ବଢ଼ାଇଲା । ସମୟକୁ ଗଣିଦେଲା । ଏଇ ସେ ମୁହୂର୍ତ୍ତ । ଆଉ କେଇ ମିନିଟ ଭିତରେ ତା’ର ବାଇକ ପିଟି ହୋଇଯିବ ଦଶଚକିଆ ଯାନଟିର ପଛପାଖେ । ଖୁବ ଜୋରରେ । ମୁଣ୍ଡପିଟି ଛିନଛତ୍ର ହୋଇଯିବ । ପ୍ରବଳ ରକ୍ତସ୍ରାବ ପରେ ପରେ ମୃତ୍ୟୁ ଠକଠାକ । ଆଃ! ମୃତ୍ୟୁର ଏକ ସୁଖଦ ଅନୁଭବରେ ଡୁବି ଆଖି ବନ୍ଦ କଲା ଅଜୟ । ହାତ ମୁଠାରେ ଯେତେ ସମ୍ଭବ ମୋଡି ଦେଲା ଆକ୍ସିଲରେଟର । ବାସ! କିଛି ଭାବିବା ଆଗରୁ କାମ ଖତମ । କିନ୍ତୁ ହାୟ! କଳ୍ପନାର ଭାବିଥିବା ଅନୁମାନିତ ସମୟ ଅତିକ୍ରାନ୍ତ । ବାଇକଟି ଖୁବ ଜୋରରେ ଯାଉଚି ଯାନ୍ତ୍ରିକ ନିର୍ଦ୍ଦେଶକୁ ଶତପ୍ରତିଶତ ମାନି ନେଇ । ଅଥଚ ପିଟି ହେଉ ନାହିଁ ବାଇକ । ସେ ଛିଟିକି ପଡୁନାହିଁ କି ଘଟୁନାହିଁ ଦୁର୍ଘଟଣା । ଅଦ୍ଭୁତ ଏକ ଶିହରଣ ଓ ଚମକ ତା’ ଦେହରେ । ସେ ଆଖି ଖୋଲିଲା ତାକୁ ଆଶ୍ଚର୍ଯ୍ୟ କରାଇ, ତାରି ସାମ୍ନାରେ, ମୃତ୍ୟୁ ଧାଇଁ ଯାଉଥିଲା ଆଗକୁ ଆଗକୁ, ଏବେ ନୁହେଁର ଓ ଅନେକ ସମ୍ଭାବନା ପ୍ରତିଶ୍ରୁତି ନେଇ । ବିଶ୍ରାମ ସାରି ଦଶଚକିଆ ଯାନଟି ତା’ ସାମନାରେ ଗଡିଯାୁଥିଲା ଆଗକୁ ଆଗକୁ, ସେଇ ରାସ୍ତାରେ । ଅଜୟ ବାଇକକୁ ଫେରାଇଲା ପଛକୁ । ବାକି ଜୀବନକୁ ।

ମୁଖ୍ୟମନ୍ତ୍ରୀ ସାମୂହିକ କନ୍ୟା ବିବାହ ଯୋଜନା:ଏପ୍ରିଲ୍ ୨୧ରେ ହେବ ୨୨ଜଣ କନ୍ୟାଙ୍କ ଗଣବିବାହ

ମୁଖ୍ୟମନ୍ତ୍ରୀ ସାମୂହିକ କନ୍ୟା ବିବାହ ଯୋଜନା:ଏପ୍ରିଲ୍ ୨୧ରେ ହେବ ୨୨ଜଣ କନ୍ୟାଙ୍କ ଗଣବିବାହ

April 16, 2026
ନୟାଗଡରେ ସିଏମ ଟ୍ରଫି: ଜିଲ୍ଲା ଓ ବ୍ଲକ୍ ସ୍ତରୀୟ ଖୋଖୋ ପ୍ରତିଯୋଗିତା

ନୟାଗଡରେ ସିଏମ ଟ୍ରଫି: ଜିଲ୍ଲା ଓ ବ୍ଲକ୍ ସ୍ତରୀୟ ଖୋଖୋ ପ୍ରତିଯୋଗିତା

April 16, 2026
ପ୍ରକାଶ ପାଇଲା କେନ୍ଦ୍ରୀୟ ଉଚ୍ଚ ମାଧ୍ୟମିକ ପରୀକ୍ଷା ଫଳ:ଡ଼ି.ଏ.ଭି ପବ୍ଲିକ୍ ସ୍କୁଲର ଅଭୂତପୂର୍ବ ସଫଳତା

ପ୍ରକାଶ ପାଇଲା କେନ୍ଦ୍ରୀୟ ଉଚ୍ଚ ମାଧ୍ୟମିକ ପରୀକ୍ଷା ଫଳ:ଡ଼ି.ଏ.ଭି ପବ୍ଲିକ୍ ସ୍କୁଲର ଅଭୂତପୂର୍ବ ସଫଳତା

April 16, 2026
କଣ୍ଟିଲୋ-ଖଣ୍ଡପଡାକୁ ରେଳ ସଂଯୋଗିକରଣ:ଦାବି ପତ୍ର ନେଇ ଖଣ୍ଡପଡା ବିଧାୟକଙ୍କ ଦିଲ୍ଲୀ ଗସ୍ତ

କଣ୍ଟିଲୋ-ଖଣ୍ଡପଡାକୁ ରେଳ ସଂଯୋଗିକରଣ:ଦାବି ପତ୍ର ନେଇ ଖଣ୍ଡପଡା ବିଧାୟକଙ୍କ ଦିଲ୍ଲୀ ଗସ୍ତ

April 16, 2026
ସନ୍ଦେହ ଘେରରେ ଇଟାମାଟି ସିଆରସିସିଙ୍କ ଭୂମିକା

ସନ୍ଦେହ ଘେରରେ ଇଟାମାଟି ସିଆରସିସିଙ୍କ ଭୂମିକା

April 16, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!