ବାଲିଗୁଡା, (ବାଘୁଆବାର୍ତ୍ତା): ବଡ଼ଖୁସିବାସିରେ ବାହାଘର ଭୋଜି ଖାଇବାକୁ ଆସିଥିଲେ। ହେଲେ ଭୋଜି ଖାଇ ଘରକୁ ଫେରିବା ପରେ ସିଧା ଡାକ୍ତରଖାନା ଯାଇଥିଲେ। ଏଭଳି ଘଟଣା ଘଟିଛି ବାଲିଗୁଡ଼ି ତୁମୁଡିବନ୍ଧ ବ୍ଲକ ମୁଣ୍ଡିଗଡ଼ ପଞ୍ଚାୟତର ବୁଡ଼ାକୁନ୍ଦେଲ ଗାଁରେ। ବାହାଘର ଭୋଜି ଖାଇ ଦଶରୁ ଉର୍ଦ୍ଧ୍ୱ ଗୁରୁତର ହୋଇଛନ୍ତି। ଗୁରୁତରମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେମାନଙ୍କର ବାରମ୍ବାର ଝାଡ଼ବାନ୍ତି ହେଉଛି। ଫୁଡ ପଏଜନ କାରଣ ରୁ ଏହିଭଳି ଘଟଣା ଘଟିଥିବା କୁହାଯାଉଛି କ୍ଷ ଗୁରୁତର ଥିବା ଲୋକଙ୍କୁ ତୁମୁଡ଼ିବନ୍ଧ ଗୋଷ୍ଠୀ ସ୍ଵାସ୍ତ୍ୟ କେନ୍ଦ୍ରରେ ଭର୍ତି କରାଯାଇଛି କ୍ଷ ଘଟଣା ସ୍ଥଳରେ ପୂର୍ବତନ ବିଧାୟକ ରାଜୀବ ପାତ୍ର ଓ ଜିଲ୍ଲା ପରିଷଦ ସଭ୍ୟ ନବୀନ ପାତ୍ର ମେଡିକାଲ ରେ ପହଞ୍ଚି ସେମାନଙ୍କ ସ୍ୱାସ୍ଥ୍ୟବସ୍ତା ପଚାରିବୁଝିଛନ୍ତି।






