ନୟାଗଡ଼, (ବାଘୁଆବାର୍ତ୍ତା): ସୋମବାର ଦିନ ସରକାରୀ ଛୁଟି ଦିନ ପଡ଼ୁଥିବାରୁ, ତା.୧୭.୦୫.୨୦୨୨ରିଖ (ମଙ୍ଗଳବାର) ଦିନ ନୟାଗଡ଼ ଜିଲ୍ଲା ସଦର ମହକୁମାରେ ଜିଲ୍ଲାସ୍ତରୀୟ ଜନଶୁଣାଣି ଶିବିର ଅନୁଷ୍ଠିତ ହେବ । ଏହି ଶିବିରରେ ନୟାଗଡ଼ ବ୍ଲକ ଏବଂ ନୂଆଗାଁ ବ୍ଲକର ଖବର କାଗଜ ବିତରକମାନଙ୍କୁ ପରିଚୟ ପତ୍ର ଜିଲ୍ଲା ସୂଚନା ଓ ଲୋକ ସଂପର୍କ କାର୍ଯ୍ୟାଳୟ ତରଫରୁ ପ୍ରଦାନ କରିବା ନିମନ୍ତେ ଜିଲ୍ଲାପାଳ ସମ୍ମତି ପ୍ରକାଶ କରିଛନ୍ତି ।






