ଢେଙ୍କାନାଳ, (ବାଘୁଆବାର୍ତ୍ତା): ପଥର ଖଣିରେ ଘଟିଛି ଦୁର୍ଘଟଣା । ଖଣିରେ କାମ କରୁଥିବା ବେଳେ ପଥର ଭୁଶୁଡି ପଡିଛି । ଫଳରେ ପଥର ତଳେ ଚାପି ହୋଇ ଜଣେ ଶ୍ରମିକର ମୃତ୍ୟୁ ଘଟିଛି । ଏପରି ଦୁର୍ଘଟଣା ଘଟିଛି ଢେଙ୍କାନାଲ ଜିଲ୍ଲା ସଦର ଥାନା ଅନ୍ତର୍ଗତ ଛାଟିଆ ମଙ୍କଡ଼ା ପଥର ଖଣିରେ । ମୃତ ଶ୍ରମିକ ଜଣଙ୍କ ସ୍ଥାନୀୟ ଛାଟିଆ ଗ୍ରାମର ରଞ୍ଜିତ ଦେହୁରୀ । ଢେଙ୍କାନାଲ ଜିଲ୍ଲା ସଦର ଥାନା ଅନ୍ତର୍ଗତ ଛାଟିଆ ମଙ୍କଡ଼ା ପଥର ଖଣିକୁ ରଞ୍ଜିତ ଅନ୍ୟ ଶ୍ରମିକଙ୍କ ସହ କାମ କରିବାକୁ ଯାଇଥିଲେ । ତେବେ ଖଣିରେ ଟ୍ରକକୁ ପଥର ବୋଝେଇ ବେଳେ କିଛି ପଥର ଭୁଶୁଡି ତାଙ୍କ ଉପରେ ପଡିଯାଇ ଥିଲା । ଫଳରେ ଗୁରୁତର ଅବସ୍ଥାରେ ତାଙ୍କୁ ଚିକିତ୍ସା ପାଇଁ ଢେଙ୍କାନାଲ ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ମାତ୍ର ଡାକ୍ତରଖାନାକୁ ଆସିବା ପୂର୍ବରୁ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି । ତେବେ ଏହି ଘଟଣା ପରେ ଖଣି ମାଲିକ ଫେରାର ହୋଇଯାଇଥିବାବେଲେ ଖଣିରେ କାମ କରୁଥିବା ଜଣେ ସୁପରଭାଇଜରକୁ ସଦର ପୁଲିସ ଅଟକ ରଖି ପଚରାଉଚୁରା କରୁଛି।






