ନୟାଗଡ଼, (ବାଘୁଆବାର୍ତ୍ତା) : ନୟାଗଡ଼ ବନଖଣ୍ଡ ଅନ୍ତର୍ଗତ ଖଣ୍ଡପଡ଼ା ବନାଂଚଳରୁ ଆଜି ବାରହା ମାଂସ ଜବତ କରଯାଇଛି । ଏହି ଘଟଣାରେ ସଂପୃକ୍ତ ତିନିଜଣ ଶୀକାରୀଙ୍କୁ ବନ ବିଭାଗ ଗିରଫ କରିଥିବା ବେଳେ ଅନ୍ୟ ଦୁଇ ଜଣ ଫେରାର ହୋଇଯାଇଥିବା ଜଣାଯାଇଛି । ଖଣ୍ଡପଡ଼ା ଥାନା ଅନ୍ତର୍ଗତ କୋସ୍କା ଗ୍ରାମର ଅଶୋକ କୁମାର ମହାନ୍ତି, ପତିତ କୁମାର ପ୍ରଧାନ, ପ୍ରହଲ୍ଲାଦ ନାୟକ ବୋଲି ଜଣାଯାଇଛି । ବନବିଭାଗ ଏନେଇ ଏକ ମାମଲା ରୁଜୁ କରଯାଇଛି ।






