ସାଲେପୁର, (ବାଘୁଆବାର୍ତ୍ତା): ଭାରସାମ୍ୟ ହରାଇ କେନାଲ ଭିତରକୁ ଓଲଟିଲା ଟ୍ରାକ୍ଟର। ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର ଓ ହେଲପର୍। କଟକ ଜିଲ୍ଲା ଜଗତପୁର ଥାନା ଗୋପିନାଥପୁର ପଞ୍ଚାୟତ ପ୍ରଧାନପଡା ଗାଁର ପଟ୍ଟାମୁଣ୍ଡାଇ କେନାଲ ବନ୍ଧରେ ଏଭଳି ଦୁର୍ଘଟଣା ଘଟିଛି। ସୂଚନାନୁଯାୟୀ, ପ୍ରଧାନପଡା ଗାଁର ପଟ୍ଟାମୁଣ୍ଡାଇ କେନାଲ ବନ୍ଧ କଡରେ ଥିବା ୧୧ କେ.ଭି ଇଲେକ୍ଟ୍ରିକ୍ ଖୁଣ୍ଟକୁ ଧକ୍କା ଦେବା ପରେ ଏକ ଟ୍ରାକ୍ଟର କେନାଲକୁ ଖସିପଡିଥିଲା। ତେବେ ଏହି ଦୁର୍ଘଟଣାରୁ ଡ୍ରାଇଭର୍ ଓ ହେଲ୍ପର୍ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ତେବେ ଇଲେକ୍ଟ୍ରିକ୍ ଖୁଣ୍ଟ ଭାଙ୍ଗିଯିବା ଯୋଗୁଁ ସାଲେପୁର ଅଞ୍ଚଳର ବିଦ୍ୟୁତ୍ ସରବରାହ ଛିନ୍ନ ହୋଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଟ୍ରାକ୍ଟର ଜବତ କରିବା ସହ ଡ୍ରାଇଭର ଓ ହେଲପରଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି।






