ସାନଖେମୁଣ୍ଡି, (ବାଘୁଆବାର୍ତ୍ତା): ବାଇକ୍କୁ ପିଟିଲା କୋଇଲା ବୋଝେଇ ଟ୍ରକ୍ । ଗଞ୍ଜାମ ଜିଲ୍ଲା ତପ୍ତପାଣି ଘାଟି ନିକଟ ମୃଗ ବିହାର ସମ୍ମୁଖରେ ଏଭଳି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି। ସୂଚନାନୁଯାୟୀ, ମୃତକ ଜଣଙ୍କ ହେଲେ ଗଜପତି ଜିଲ୍ଲା ମୋହନା ଥାନା ଆଲ୍ଲାକୁମ୍ପାର ଡି.ଦିବାକର ରଇତ (୩୩ ବର୍ଷ)। ସେହିପରି ଗୁରୁତର ଜଣଙ୍କ ହେଉଛନ୍ତି ସାନଖେମୁଣ୍ଡି ପାଟପୁର ଥାନା କାଳିବରେଇ ଗାଁର ସଂଜୀବ ଶବର (୨୬ ବର୍ଷ) । ଘଟଣାସ୍ଥଳରେ ପାଟପୁର ପୋଲିସ ପହଁଚି ତଦନ୍ତ ଆରମ୍ଭ କରିଛି । ଟ୍ରକ୍ଟି ବ୍ରହ୍ମପୁରରୁ ରାୟଗଡ଼ା ଯିବାବେଳେ ତପ୍ତପାଣି ନିକଟରେ ବାଇକ୍କୁ ଧକ୍କା ଦେଇଥିଲା । ଟ୍ରକ୍ ଡ୍ରାଇଭର୍ ଫେରାର ହୋଇଯାଇଥିବା ସୂଚନା ମିଳିଛି।






