ଧର୍ମଗଡ, (ବାଘୁଆବାର୍ତ୍ତା): ଭାରସାମ୍ୟ ହରାଇ ବ୍ରିଜକୁ ପିଟିଲା ପିକଅପ । ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ ହୋଇଥିବା ହୋଇଥିବା ବେଳେ, ୭ ଜଣ ଗୁରୁତର ହୋଇଛନ୍ତି। ବାହାଘରରେ ଯୋଗଦେଇ ଫେରୁଥିବା ବେଳେ ହୋଇଛି ଦୁର୍ଘଟଣା । କଳାହାଣ୍ଡି ଜିଲ୍ଲା ଧର୍ମଗଡ ବ୍ଲକ ବଡ଼ଫୁର୍ଲାକୁ ଏକ ବାହାଘର ଭୋଜି ଖାଇ ଫେରିବା ସମୟରେ ରଙ୍କାବାହାଲ ଗାଁ ନିକଟରେ ପିକଅପ ଭାରସାମ୍ୟ ହରାଇ ବ୍ରିଜରେ ପିଟି ହୋଇଥିଲା। ଫଳରେ ଘଟଣାସ୍ଥଳରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ବେଳେ ୭ ଜଣ ଗୁରୁତର ହୋଇଛନ୍ତି । ଗୁରତରମାନଙ୍କୁ ଉଦ୍ଧାର କରାଯାଇ ଧର୍ମଗଡ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।






