କଟକ, (ବାଘୁଆବାର୍ତ୍ତା): କେନ୍ଦ୍ରୀୟ ରେଡକ୍ରସ୍ ରକ୍ତ ଭଣ୍ଡାରରୁ ଜଣେ ରକ୍ତ ଦଲାଲ୍କୁ ଗିରଫ କରିଛି ପୋଲିସ। ଅଭିଯୁକ୍ତ ନିଜକୁ ଏସସିବି ମେଡ଼ିକାଲ୍ର କର୍ମଚାରୀ ବୋଲି କହିଥିଲେ। ଏହି ପରିଚୟ ଦେଇ ସେ ଆଡ଼ମିଶନ ଥିବା ଜଣେ ରୋଗୀଙ୍କ ସମ୍ପର୍କୀୟ ମଞ୍ଜୁଲତାଙ୍କ ଠାରୁ ରକ୍ତ ଦେବାକୁ କହି ୫୦୦ ଟଙ୍କା ନେଇଥିଲେ। କିନ୍ତୁ ଆଉ ତାଙ୍କୁ ରକ୍ତ ଦେଇନଥିଲେ। ଏନେଇ ମଞ୍ଜୁଲତା କଟକ ମଙ୍ଗଳାବାଗ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ପାଇବା ପରେ ତାଙ୍କୁ ଗିରଫ କରିଥିଲା ପୋଲିସ୍। ହେଲେ ସେ ଜଣେ ଏନଜିଓ ସଂସ୍ଥାର କର୍ମଚାରୀ ବୋଲି ତାର ଆଇକାର୍ଡରୁ ଜଣାପଡ଼ିଛି। ଅନ୍ୟପଟେ ଅଭିଯୁକ୍ତର ନାଁ ପ୍ରଶାନ୍ତ ନନ୍ଦ ବାରିକ ବୋଲି ଜଣା ପଡିଛି। ପୋଲିସ ତାକୁ ଗିରଫ କରିବା ସହ ଗତକାଲି କୋର୍ଟ ଚାଲାଣ କରିଛି।





