Friday, November 20, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଯୌତୁକ ପାଇଁ ମାରିଦେଲେ ଝିଅକୁ, ନ୍ୟାୟ ନପାଇ ଏସପିଙ୍କ ପାଖରେ ଗୁହାରି କଲେ ପରିବାର ଲୋକେ

by ସଞ୍ଜୟ ସ୍ୱାଇଁ
April 10, 2023
in Crime, State
ଯୌତୁକ ପାଇଁ ମାରିଦେଲେ ଝିଅକୁ, ନ୍ୟାୟ ନପାଇ ଏସପିଙ୍କ ପାଖରେ ଗୁହାରି କଲେ ପରିବାର ଲୋକେ
47
VIEWS
Share on FacebookShare on Twitter

ଭଦ୍ରକ, (ବାଘୁଆବାର୍ତ୍ତା): ୫ ବର୍ଷ ପୂର୍ବେ ଝିଅକୁ ବାହା ଦେଇଥିଲି ଓ ଝିଅ ଜ୍ୱାଇଁ ବେଶ ଖୁସିରେ ସଂସାର କରୁଥିଲେ ଏବଂ ମୋର ଗୋଟେ ନାତୁଣୀ ମଧ୍ୟ ଅଛି କିନ୍ତୁ ହଠାତ ଯୌତୁକ ନିର୍ଯାତନା ଓ ପରେ ତାକୁ ଜୀବନରୁ ମାରିଦେଲେ ତାର ଶଶୁର ଘର ଲୋକେ, ଏମିତି କହି ଆଖିରୁ ଧାର ଧାର ଲୁହ ଗଡ଼ାଇ କାନ୍ଦୁଛି ଅଭାଗିନୀ ମା | ଭଦ୍ରକ ତିହିଡି ଥାନା ଅନ୍ତର୍ଗତ ପାଳିଆ ବିନ୍ଧା ଜିଂଝାର ପୁର ଗ୍ରାମର ଗୀତାରାଣୀ ମଳିକ ଓ ରବୀନ୍ଦ୍ର ମଳିକ ଙ୍କ ଝିଅ ବିଶ୍ଵବିଜୟିନୀ ମଳିକ ଗୋରାମାଟି ଗ୍ରାମର ବାମନ ମଳିକ ଙ୍କ ପୁତ୍ର ଦେବବ୍ରତ ମାଲିକଙ୍କ ସାଙ୍ଗରେ ୨୦୧୮ ମସିହାରେ ବିବାହ କରିଥିଲେ |ବାହାଘର ସମୟରେ ଦାବି ମୁତାବକ ଯୌତୁକ ମଧ୍ୟ ଦେଇଥିଲେ ଗୀତାରାଣୀ |ସମୟ ଗଡ଼ିବା ସହିତ ବିଶ୍ୱବିଜୟିନୀ ଓ ଦେବବ୍ରତ ଙ୍କ ସଂସାର ମଧ୍ୟ ବେଶ ଖୁସିରେ ଚାଲିଥିଲା ଓ ତାଙ୍କର ମଧ୍ୟ ଶିଶୁ କନ୍ୟା ଟିଏ ହୋଇଥିଲା |ହଠାତ ଏକ ବର୍ଷ ହେବ ଦେବବ୍ରତଙ୍କ ପରିବାର ବିଶ୍ୱ ଙ୍କୁ ମାନସିକ ଓ ଶାରୀରିକ ଭାବରେ ଯୌତୁକ ନିର୍ଯାତନା ଦେବା ଆରମ୍ଭ କରିଥିଲେ ତାପରେ ସୁନାର ସଂସାରରେ ଯେପରି କଳା ବାଦଲ ଘୋଟି ଆସିଲା ସେବେଠୁ ଆରମ୍ଭ ହେଲା ବିଶ୍ୱ ଙ୍କୁ ନିର୍ଯାତନା |ଅନେକ ଥର ବିଶ୍ୱ ଙ୍କ ପରିବାର ଯାଇ ଗ୍ରାମ ଲୋକଙ୍କୁ ଲଗାଇ ସମାଧାନ ମଧ୍ୟ କରିଛନ୍ତି କିନ୍ତୁ ଗତ ଫେବୃଆରୀ ମାସରେ ମାମଲା ପହଞ୍ଚିଥିଲା ତିହିଡି ଥାନାରେ ଏବଂ ସେଠାରେ ଦେବବ୍ରତ ନିଜ ଦୋଷ ସ୍ୱୀକାର କରି ବିଶ୍ୱ ଙ୍କୁ ବୁଝା ସୁଝା କରି ଘରକୁ ଆଣିଥିଲେ |ହଠାତ ଗତ ୫ ତାରିଖରେ ଦେବବ୍ରତ ବିଶ୍ଵଙ୍କ ସାନଭଉଣୀଙ୍କୁ ଫୋନ କରିଥିଲେ ଯେ ତମ ଭଉଣୀର ହୃଦ ରୋଗ ରେ ମୃତ୍ୟୁ ହୋଇଛି ଶୀଘ୍ର ଆସି ଭଦ୍ରକ ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚନ୍ତୁ କିନ୍ତୁ ବିଶ୍ଵଙ୍କ ପରିବାର ବ୍ୟକ୍ତିଗତ କାରଣ ପାଇଁ ଦିଲ୍ଲୀ ଯାଇ ଟ୍ରେନ ଯୋଗେ ଫେରୁଥିବା ବେଳେ ଫୋନ ରେ କହିଥିଲେ ଦେବବ୍ରତ ଙ୍କୁ ତମେ ଝିଅକୁ ରଖ ଆମେ ପହଁଚିଲା ପରେ ଶବ ସତ୍କାର କରାଯିବ କିନ୍ତୁ ଦେବବ୍ରତ ନଶୁଣି ତାଙ୍କୁ ଧମକ ଦେଇ ଫୋନ ରଖିଥିଲେ | ବିଶ୍ୱ ଙ୍କ ଆସି ଘରେ ପହଂଚି ଦେଖିବାରୁ ତାଙ୍କ ଝିଅଙ୍କ ଶବ ସତ୍କାର କରିଛନ୍ତି ତାର ଶାଶୁ ଘର ଲୋକେ ଓ ସେମାନେ ପଚାରିବରୁ ବିଶ୍ୱ ଙ୍କ ପରିବାର କହିଲେ ଆମେ ଶବ ସତ୍କାର କରିଛୁ ତେମେ ଯାହା କରିବା କଥା କର |ତେବେ ଝିଅକୁ ମାରିଦେଇଥିବା ଅଭିଯୋଗ ନେଇ ୭ ତାରିଖରେ ଏକ ଏତଲା ଥାନାରେ ଦେଇଥିଲେ ବିଶ୍ୱ ଙ୍କ ପରିବାର କିନ୍ତୁ ଥାନାରେ ଏତଲାକୁ ପଞ୍ଜିକରଣ ନକରି ତାଙ୍କୁ ଦୁର୍ବ୍ୟବହାର କରାଯାଇଥିଲା ଯାହା ଫଳରେ ବିଶ୍ୱ ଙ୍କ ପରିବାର ନିରାଶ ହୋଇ ନ୍ୟାୟ ପାଇବା ଆଶାରେ ଏସପିଙ୍କ ଦ୍ୱାରସ୍ଥ ହୋଇଛନ୍ତି ଏବଂ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ମଧ୍ୟ ନ୍ୟାୟ ପ୍ରଦାନ ପାଇଁ ପ୍ରତିଶୃତି ଦେଇଛନ୍ତି |

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!