Friday, November 20, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ପ୍ରେମରେ ବ୍ରେକଅଫ ପରେ ପ୍ରେମିକାଙ୍କୁ ହତ୍ୟା କଲା ପ୍ରେମିକ, ବାନ୍ଧିଲା ପୁଲିସ

by ସଞ୍ଜୟ ସ୍ୱାଇଁ
April 10, 2023
in Crime, State
ପ୍ରେମରେ ବ୍ରେକଅଫ ପରେ ପ୍ରେମିକାଙ୍କୁ ହତ୍ୟା କଲା ପ୍ରେମିକ, ବାନ୍ଧିଲା ପୁଲିସ
190
VIEWS
Share on FacebookShare on Twitter

ଦେବଗଡ, (ବାଘୁଆବାର୍ତ୍ତା): ପ୍ରେମରେ ବ୍ରେକଅଫ ପରେ ପ୍ରେମିକାଙ୍କୁ ହତ୍ୟା କଲା ପ୍ରେମିକ । ଦେବଗଡ ଭାରତ ଫାଇନାନ୍ସରେ କାର୍ଯ୍ୟ କରୁଥିବା ଯୁବତୀଙ୍କ ହତ୍ୟା ଘଟଣାରେ ଏଭଳି ତଥ୍ୟ ସାମ୍ନାକୁ ଆସିଛି । ହତ୍ୟାକାରୀ ପ୍ରେମିକଙ୍କ ସମେତ ୨ ଜଣ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଥିବା ବେଳେ ଘଟଣାସ୍ଥାଳରେ ଆଜି ସିନ ରିକ୍ରେଏସନ କରାଯାଇଛି । ଗତ ମଙ୍ଗଳବାର ରାତି ପ୍ରାୟ ୧୧ ଟା ସମୟରେ ଭାରତ ଫାଇନାନ୍ସ ଅଫିସରେ କାମ କରୁଥିବା ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଅଂଚଳର ରୀତା ସାହୁଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଥିଲା । ଏନେଇ ପୋଲିସ ଏକ ମାମଲା ରୁଜୁ କରିବା ସହ ତଦନ୍ତ ପରେ ପ୍ରେମ ଜନିତ ଘଟଣାକୁ ନେଇ ହତ୍ୟାକାଣ୍ଡ ହୋଇଥିବା ଜାଣିବାକୁ ପାଇଥିଲା । ରୀତା ବୁର୍ଲାରେ କାମ କରୁଥିବା ବେଳେ ରେଙ୍ଗାଲି ଥାନା ପଣ୍ଡଲୋଇ ଗ୍ରାମର ଅଶ୍ୱିନୀ ଷଣ୍ଢଙ୍କ ସହ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ମାତ୍ର କିଛି ମାସ ତଳେ ଅଶ୍ୱିନୀଙ୍କ ଠାରୁ ରୀତା ଦୂରେଇ ଯାଇଥିଲେ । ଏହାକୁ କେନ୍ଦ୍ର କରି ଗତ ମଙ୍ଗଲବାର ରାତି ପ୍ରାୟ ୧୧ ଟା ସମୟରେ ରୀତାଙ୍କୁ ଛୁରିରେ ଆକ୍ରମଣ ପରେ ପଥର ଛେଚି ହତ୍ୟା କରାଯାଇଥିଲା । ଅଶ୍ୱିନୀ ତାଙ୍କର ଜଣେ ସହଯୋଗୀଙ୍କ ସହ ମିଶି ରୀତାଙ୍କୁ ହତ୍ୟା କରିଥିଲେ । ଏହି ଘଟଣାରେ ପୋଲିସ ଉଭୟଙ୍କୁ ଗିରଫ କରିଥିବା ବେଳେ ଅଧିକ ତଦନ୍ତ ଜାରି ରଖିଛି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!