ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା ଦଶପଲ୍ଲା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କୃଷ୍ଣଚନ୍ଦ୍ରପୁର ପାଟଣା ଗ୍ରାମର ଦଣ୍ଡ କାଳୀ ଯାତ୍ରାରେ ଅଶୋକ ନାହକଙ୍କ ପୁଅ ବିଜୟ କୁମାର ନାହକ ନାମକ ଜଣେ ଦଣ୍ଡୁଆ କେଉଁଆଡ଼େ ନିଖୋଜ ହୋଇଯାଇଥିଲେ । ଆଜିକୁ ୫ ଦିନ ହେଲା ତାଙ୍କର କୌଣସି ପତ୍ତା ମିଳୁନଥିଲା । ଯାହାକୁ ନେଇ ଆଜି ଦଣ୍ଡ ଠାକୁର, ଦଣ୍ଡୁଆଙ୍କ ସମେତ କୃଷ୍ଣଚନ୍ଦ୍ରପୁର ପାଟଣା ଗ୍ରାମର ସମସ୍ତ ଗ୍ରାମବାସୀ ଘୁଗୁଡିପଡା ଗ୍ରାମରେ ପହଞ୍ଚିଥିଲେ । ନିଖୋଜ ହୋଇଥିବା ମାନସିକଧାରି ଦଣ୍ଡୁଆ ବିଜୟ କୁମାର ନାହାକକୁ ନପାଇବା ପର୍ୟ୍ୟନ୍ତ ଦଣ୍ଡ ଠାକୁର ଦଣ୍ଡୁଆ ଓ ସମସ୍ତ ଗ୍ରାମବାସୀ ସେହି ଗ୍ରାମରେ ବସି ରହିବେ ବୋଲି ଘୁଗୁଡିପଡା ଗ୍ରାମବାସୀଙ୍କୁ ଜଣାଇ ଦେଇଥିଲେ । ଯାହାକୁ ନେଇ ଉଭୟ ଗ୍ରାମବାସୀଙ୍କ ଉପରେ ପୋଲିସ ପକ୍ଷରୁ ତିକ୍ଷ୍ଣ ନଜର ରହିଥିଲା । ଗତ ୫ ତାରିଖ ରାତିରେ ଘୁଗୁଡ଼ି ପଡ଼ା ପଞ୍ଚାୟତର ଘୁଗୁଡିପଡା ଠାରେ ଜଣେ ମାନସିକଧାରି ବ୍ୟକ୍ତିଙ୍କ ଦଣ୍ଡ ଯାତ୍ରା କରିବା ପାଇଁ ଯାଇଥିଲେ।
ରାତିରେ ଯାତ୍ରା ଆରମ୍ଭ ହୋଇଥିଲା। ଏଥିରେ ବିଜୟ ପ୍ରଥମେ ପ୍ରଭା ଠାକୁରଙ୍କୁ ଧରି ନାଚିଥିଲା। ନାଚି ସାରିବା ପରେ ଦେହ ଅସୁସ୍ଥ ଲାଗୁଛି ମୁଁ ଶୌଚ ହୋଇ ଆସୁଛି କହି ବୃତ୍ତଙ୍ଗ ନଦୀକୁ ଯାଇ ସେଠାରୁ କେଉଁ ଆଡ଼େ ନିଖୋଜ ହୋଇଯାଇଥିଲେ । କୃଷ୍ଣଚନ୍ଦ୍ର ପୁର୍ ଗ୍ରାମ ବାସୀଙ୍କ ସମେତ ସମସ୍ତ ଦଣ୍ଡୁଆ ଏବଂ ଯାତ୍ରା ପରିଚାଳନା କମିଟିର ସଦସ୍ୟ ବହୁ ଖୋଜାଖୋଜି କରିଥିଲେ ହେଁ ତାଙ୍କର କୌଣସି ଖୋଜ୍ ଖବର ମିଳି ନଥିଲା। ଯାହାକୁ ନେଇ କୌଣସି ଅଘଟଣକୁ ଆଶଙ୍କା କରି ଦଣ୍ଡ ଯାତ୍ରା କମିଟି ପକ୍ଷରୁ ଦଶପଲ୍ଲା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ତେବେ ଦଶପଲ୍ଲା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ନିଖୋଜ ଦଣ୍ଡୁଆଙ୍କ ସମ୍ପର୍କରେ କୌଣସି ତଥ୍ୟ ପାଇପାରି ନଥିଲା । ଆଜି ଘୁଗୁଡିପଡା ନିକଟସ୍ଥ ବୃତଙ୍ଗ ନଦୀ ପାଖ ଜଙ୍ଗଲରୁ ବିଜୟ କୁମାର ନାହାକଙ୍କ ଝୁଲନ୍ତା ଅବସ୍ଥାରେ ମୃତ ଦେହ ଉଦ୍ଧାର କରାଯାଇଛି । ତାଙ୍କ ପଛ ଭାଗରେ କ୍ଷତାକ୍ତ ଚିହ୍ନ ଦେଖିବାକୁ ମିଳିଛି । ତାଙ୍କୁ ହତ୍ୟା କରାଯାଇଛି ନା ସେ ଆତ୍ମହତ୍ୟା କରିଛନ୍ତି ଦଶପଲ୍ଲା ପୁଲିସ ଅନୁସନ୍ଧାନ ଜାରି ରଖିଛି । ଘଟଣା ସ୍ଥଳରେ ପୁଲିସ ପହଞ୍ଚି ଅନୁସନ୍ଧାନ ଜାରି ରଖିଛି ।





