ନୟାଗଡ଼, (ବାଘୁଆବାର୍ତ୍ତା): ରାଜ୍ୟ ସରକାର ପ୍ରବାସୀଙ୍କୁ ଫେରିବାକୁ ଅନୁମତି ଦେବା ପରେ ବିଭିନ୍ନ ବସ୍ ଓ ଟ୍ରେନ ଯୋଗେ ଜିଲ୍ଲାକୁ ପ୍ରବାସୀଙ୍କ ଆଗମନ ଲାଗି ରହିଥିବା ବେଳେ ଜିଲ୍ଲାକୁ ଏବେ ପର୍ଯ୍ୟନ୍ତ ୧୫୪୧ ଜଣ ପ୍ରବାସୀ ଫେରିଥିବା ପ୍ରକଳ୍ପ ନିର୍ଦ୍ଦେଶକ ସୁବାଷ ଚନ୍ଦ୍ର ରାୟ ସୂଚନା ଦେଇଛନ୍ତି । ଜିଲ୍ଲାର ବିଭିନ୍ନ ବ୍ଲକରେ ପ୍ରସ୍ତୁତ କରାଯାଇଥିବା ୮୦ଟି କ୍ୱାରେଣ୍ଟାଇନ୍ ସେଣ୍ଟରରେ ଏହି ପ୍ରବାସୀଙ୍କୁ ରଖାଯାଇଥିବା ଜଣାଯାଇଛି । ଏହି ପ୍ରବାସୀମାନେ ସୁରାଟ, ପଶ୍ମିମବଙ୍ଗ, କେରଳ, କର୍ଣ୍ଣାଟକ, ମହାରାଷ୍ଟ୍ର ପ୍ରଭୂତି ରାଜ୍ୟରୁ ଆସିଥିବା ସୂଚନା ମିଳିଥିବା ବେଳେ ସେମାନଙ୍କୁ କ୍ୱାରେଣ୍ଟାଇନ୍ ସେଣ୍ଟରରେ ରଖାଯିବା ସହ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଉଛି । ସେମାନଙ୍କୁ ସ୍ରିନିଂ କରାଯିବା ସହ ସ୍ୱାବ ସଂଗ୍ରହ କରାଯାଇଛି । ଜିଲ୍ଲାରେ ମୋଟ ୧୩ ଶହ ଫେରନ୍ତାଙ୍କ ସ୍ୱାବ ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଛି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ଶ୍ୱେତ ମହାପାତ୍ର ସୂଚନା ଦେଇଛନ୍ତି ।






