ନୟାଗଡ଼, (ବାଘୁଆବାର୍ତ୍ତା): ରାଜ୍ୟ ସରକାର ପ୍ରବାସୀଙ୍କୁ ଫେରିବାକୁ ଅନୁମତି ଦେବା ପରେ ବିଭିନ୍ନ ବସ୍ ଓ ଟ୍ରେନ ଯୋଗେ ଜିଲ୍ଲାକୁ ପ୍ରବାସୀଙ୍କ ଫେରିବା ଲାଗି ରହିଛି । ଆଜି ପଶ୍ଚିମବଙ୍ଗରୁ ନୟାଗଡ଼ ଜିଲ୍ଲାକୁ ୧୮ ଜଣ ପ୍ରବାସୀ ଆସିଥିବା ବେଳେ ସେମାନଙ୍କ ମଧ୍ୟରେ ଜଣେ ମହିଳା ଓ ଜଣେ ଶିଶୁ ରହିଥିବା ଜଣାଯାଇଛି । ସେମାନଙ୍କୁ ଖୁଣ୍ଟୁବନ୍ଧ କ୍ୱାରେଣ୍ଟାଇନ୍ ସେଣ୍ଟରରେ ରଖାଯାଇଛି । ସେହିଭଳି ତାମିଲନାଡ଼ୁରୁ ୩୮ ଜଣ ପ୍ରବାସୀ ଟ୍ରେନ୍ ଯୋଗେ ବଲାଙ୍ଗିରୀ ଆସିଥିବା ବେଳେ ତାଙ୍କ ସ୍ୱତନ୍ତ୍ର ଗାଡ଼ିରେ ନୟାଗଡ଼ ଅଣାଯାଇ କ୍ୱାରେଣ୍ଟାଇନ୍ରେ ରଖିବାର ବ୍ୟବସ୍ଥା କରାଯାଇଛି । ସେହିପରି ଭୋପାଳରେ ଫଶିଥିବା ୪ ଜଣ ବିଇଡି ଛାତ୍ରଛାତ୍ରୀଙ୍କ ଆଜି ଜିଲ୍ଲାକୁ ଫେରୁଥିବା ଜଣାଯାଇଛି । ଏତଦ୍ବ୍ୟତିତ ଓଡ଼ିଶାର ରେଡ୍ଜୋନ୍ ତଥା ଭଦ୍ରକ, ଯାଜପୁର ଅଂଚଳରୁ ୧୬ ଜଣ ନୟାଗଡ଼ ଫେରୁଥିବା ସୂଚନା ମିଳିଛି ।






