Friday, November 20, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ବନ୍ଧା ହେଲେ ରସିକିଆ ସଂସ୍କୃତ ଶିକ୍ଷକ, ନବମ ଶ୍ରେଣୀ ଛାତ୍ରୀକୁ ଅସଦାଚରଣ

by ସଞ୍ଜୟ ସ୍ୱାଇଁ
April 7, 2023
in Crime, State
ବନ୍ଧା ହେଲେ ରସିକିଆ ସଂସ୍କୃତ ଶିକ୍ଷକ, ନବମ ଶ୍ରେଣୀ ଛାତ୍ରୀକୁ ଅସଦାଚରଣ
265
VIEWS
Share on FacebookShare on Twitter

ବଲାଙ୍ଗିର, (ବାଘୁଆବାର୍ତ୍ତା): ଗୁରୁ ଶିଷ୍ୟାରେ କଳଙ୍କ । ଏଭଳି ଶିକ୍ଷକ ଲାଗି ଗୁରୁ କୁଳ ବଦନାମ । ଜଣେ ନବମ ଶ୍ରେଣୀ ଛାତ୍ରୀ ଉପରେ ପକାଇଥିଲା ପାପ ନଜର। ପରେ ନିଜର ଲାଳସା ପୂରଣ କରିବାକୁ ଯାଇ ଛାତ୍ରୀଙ୍କୁ ଅସଦାଚରଣ ଉଦ୍ୟମ କରୁଥିଲେ ସଂସ୍କୃତ ଶିକ୍ଷକ। ଏପରି ଅଭିଯୋଗ ଆସିଛି ବଲାଙ୍ଗିର ଜିଲ୍ଲାରୁ। ଏନେଇ ଅଭିଯୋଗ ହେବା ପରେ ପୁଲିସ୍ ପଞ୍ଝାରେ ପଡ଼ିଛି ଅଭିଯୁକ୍ତ ସସ୍କୃତ ଶିକ୍ଷକ। ଖପ୍ରାଖୋଲ୍ କନଗାଁର ସତ୍ୟନାରାୟଣ ନାଏକ ଯୋଗୀମୁଣ୍ଡା ଅଞ୍ଚଳରେ ଏକ ହାଇସ୍କୁଲରେ ଶିକ୍ଷକତା କରୁଥିଲେ। ସେ ସ୍କୁଲରେ ସଂସ୍କୃତ ଓ ସାହିତ୍ୟ ପଢାଉ ଥିଲେ। ପାଠ ପଢ଼ାଇଲା ବେଳେ ନବମ ଶ୍ରେଣୀରେ ପଢ଼ୁଥିବା ଜଣେ ଛାତ୍ରୀ ରେବୀ(ଛଦ୍ମନାମ)ଙ୍କ ଉପରେ ତାଙ୍କର ପାପ ନଜର ପଡ଼ିଥିଲେ। ପରେ ପଢ଼ା ବହି କିଣାଇଦେବା ବାହାନାରେ ତାଙ୍କୁ ବାଇକ୍‌ରେ ନେଇଯିବା ପାଇଁ କହିଥିଲା। ମାତ୍ର ରେବୀ ବୁଝିପାରିନଥିଲା ସଂସ୍କୃତ ଶିକ୍ଷକଙ୍କ ଚାଲ୍‌। ସାର୍ ଡାକୁଥିବାରୁ ନିର୍ଭୟରେ ରେବୀ ତାଙ୍କ ବାଇକ୍‌ରେ ବହି କିଣିବା ପାଇଁ ପାଟଣାଗଡ଼ ଯାଉଥିଲେ। ତେବେ ସଂସ୍କୃତ ସାର୍ ତାଙ୍କୁ ମୁଖ୍ୟ ରାସ୍ତାରେ ନନେଇ ଅଙ୍ଗାବଙ୍କା ଜଙ୍ଗଲି ରାସ୍ତାରେ ନେଇ ଯାଉଥିଲେ। ଏହା ଦେଖି ରେବୀ ବିରୋଧ କରିଥିଲା। ମାତ୍ର ମିଠା ମିଠା କଥା କହି ସେ ରେବୀଙ୍କ ମନ ବହଲାଇ ଦେଇଥିଲା। କିଛି ବାଟ ଗଲା ପରେ ନିଛାଟିଆ ରାସ୍ତା ଦେଖି ଛାତ୍ରୀଙ୍କୁ ଏକ କପା କିଆରିକୁ ସେ ନେଇଯାଇ ଅସଦାଚରଣ କରିବାକୁ ଉଦ୍ୟମ କରୁଥିଲା। ମାତ୍ର ରେବୀ ଚିତ୍କାର କରିବାରୁ ଧରା ପଡ଼ିଯିବା ଭୟରେ ସେଠାରୁ ଚମ୍ପଟ ମାରିଥିଲା ସଂସ୍କୃତ ଶିକ୍ଷକ। ପୀଡ଼ତା ଛାତ୍ରୀ ଏନେଇ ପରିବାର ଲୋକଙ୍କୁ କହିଥିଲେ। ଝିଅଠାରୁ ସବୁ କଥା ଶୁଣିବା ପରେ ପରିବାର ଲୋକେ ଏନେଇ ପାଟଣାଗଡ଼ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି ପୁଲିସ ମାମଲା ରୁଜୁ କରି ରସିକିଆ ସଂସ୍କୃତ ମାଷ୍ଟରକୁ ଗିରଫ କରି ଡାକ୍ତରୀ ମାଇନା କରିଛି। ଆଜି ତାକୁ ବଲାଙ୍ଗିର ପୋସ୍କୋ କୋର୍ଟକୁ ଚ।ଲାଣ କରିଥିବା ପାଟଣାଗଡ଼ ଉପଖଣ୍ଡ ପୁଲିସ ଅଧିକାରୀ ଜ୍ୟୋତିମୟ ଭୁକ୍ତା ସୂଚନା ଦେଇଛନ୍ତି। ଶିକ୍ଷକଙ୍କ ନାଁରେ ପୂର୍ବରୁ ମଧ୍ୟ ଏମିତି ଅଭିଯୋଗ ରହିଥିବା ଅଭିଯୋଗ ହେଉଛି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!