Friday, November 20, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

୩ MD ଓ ୫ DEO ସସପେଣ୍ଡ

by ସଞ୍ଜୟ ସ୍ୱାଇଁ
April 7, 2023
in Crime, State
୨ ଛାତ୍ର ମୃତ୍ୟୁ ଘଟଣା, ପ୍ରଧାନଶିକ୍ଷୟିତ୍ରୀ ନିଲମ୍ବିତ
302
VIEWS
Share on FacebookShare on Twitter

ଭୁବନେଶ୍ୱର, (ବାଘୁଆବାର୍ତ୍ତା): କୃଷି ଓ କୃଷକଙ୍କ ପାଇଁ ରାଜ୍ୟ ସରକାର ସର୍ବଦା ପ୍ରୟାସ ଜାରି ରଖିଛନ୍ତି । କୃଷକଙ୍କୁ ଅତ୍ୟାଧୁନିକ ବିହନ, କୃଷି ଯନ୍ତ୍ରପାତି ପ୍ରଦାନ କରିବା ସହିତ କମ୍ ସୁଧରେ ଋଣ ମଧ୍ୟ ପ୍ରଦାନ କରାଯାଉଛି । ଗତବର୍ଷ ରାଜ୍ୟ ସରକାର ୨୦୬୩ଟି ପ୍ରାଥମିକ କୃଷି ସମବାୟ ସମିତି (ପ୍ୟାକ୍ସ)କୁ କମ୍ପ୍ୟୁଟରୀକରଣ କରାଇବା ସହ ୩୮୪ ଜଣ ବ୍ୟାଙ୍କ ସହାୟକଙ୍କୁ ନିଯୁକ୍ତି ଦେଇଥିଲେ । ଫଳରେ ପ୍ୟାକ୍ସକୁ କୋର ବ୍ୟାଙ୍କିଂ ପ୍ରକ୍ରିୟାରେ ସଂଯୋଗ କରିବା କ୍ଷେତ୍ରରେ ଓଡ଼ିଶା ଦେଶରେ ପ୍ରଥମ ରାଜ୍ୟ ହୋଇ ପାରିଥିଲା । ପ୍ୟାକ୍ସ ଓ ବୃହତ ଆଦିବାସୀ ବହୁମୁଖୀ ସମିତି (ଲ୍ୟାମ୍ପସ)ର ଡିଜିଟାଲାଇଜେସନ କରାଇବା ପାଇଁ ଗତବର୍ଷ ଶେଷ ସୁଦ୍ଧା ରାଜ୍ୟ ସରକାର ନୂଆ ସମବାୟ ନୀତି ଆଣିବାକୁ ନିଷ୍ପତ୍ତି ନେଇଥିଲେ । ତେବେ ଏହା ମଧ୍ୟରେ କାର୍ଯ୍ୟରେ ଅବହେଳା କାରଣରୁ ୩ ଜଣ ଲ୍ୟାମ୍ପସ ପରିଚାଳନା ନିର୍ଦ୍ଦେଶକ (ଏମଡି) ଓ ୫ ଜଣ ଡାଟା ଏଣ୍ଟ୍ରି ଅପରେଟର (ଡିଇଓ)ଙ୍କୁ କାର୍ଯ୍ୟରୁ ସସପେଣ୍ଡ କରାଯାଇଛି । ନିର୍ଦ୍ଧାରିତ ସମୟ ଅତିକ୍ରାନ୍ତ ହୋଇସାରିଥିଲେ ସୁଦ୍ଧା ରବି ଧାନ ମଣ୍ଡିରେ ନାମ ପଞ୍ଜିକରଣ ଓ ନବୀକରଣ କରାଇବାରେ ୨୮୮ ଜଣ ଚାଷୀ ବଞ୍ଚିତ ହୋଇଥିଲେ । ସସପେଣ୍ଡ ହୋଇଥିବା ୩ ଜଣ ଏମଡି ଜୟପୁର ବ୍ଲକ ଉମୁରୀ, କୁନ୍ଦୁରା ଓ ଲକ୍ଷ୍ମୀପୁର ବ୍ଲକ କାକିରିଗୁମ୍ମା ଲ୍ୟାମ୍ପସର । ସେହିପରି ୫ ଜଣ ଡିଇଓ ଉପରୋକ୍ତ ୩ ଲ୍ୟାମ୍ପସ ସହ କୋଟପାଡ଼ ବ୍ଲକ ଘୁମରର ମା’ ଠାକୁରାଣୀ ଏସଏଚଜି ଓ ଗିର୍ଲାର ଲିଙ୍ଗରାଜ ପାଣି ପଞ୍ଚାୟତର ବୋଲି ଜଣାପଡ଼ିଛି । ଉମୁରୀ ଲ୍ୟାମ୍ପସର ୨୩୪ ଜଣ ଚାଷୀ, କୁନ୍ଦୁରା ଲ୍ୟାମ୍ପସର ୩୪ ଜଣ, କାକିରିଗୁମ୍ମା ଲ୍ୟାମ୍ପସର ୨ ଜଣ, ଘୁମରର ମା’ ଠାକୁରାଣୀ ଏସଏଚଜିର ୪ ଜଣ, ଗିର୍ଲା ଲିଙ୍ଗରାଜ ପାଣି ପଞ୍ଚାୟତର ୧୪ ଜଣ ଚାଷୀ ନିର୍ଦ୍ଧାରିତ ସମୟରେ ପଞ୍ଜିକରଣ କରିପାରିନଥିଲେ । ତେବେ ଏହି ଦାୟିତ୍ୱହୀନତା କାର୍ଯ୍ୟ ପାଇଁ ୮ ଜଣ ଅଧିକରୀଙ୍କୁ ଦାୟୀ କରାଯାଇଛି । ରବି ଧାନ ମଣ୍ଡିରେ ଧାନ ବିକ୍ରି ପାଇଁ ଚାଷୀଙ୍କ ପାଇଁ ଆବେଦନ ସମୟ ସୀମା ମାର୍ଚ୍ଚ ୧ରୁ ୨୦ ପର୍ଯ୍ୟନ୍ତ ରହିଥିଲା । ପରେ ଏହା ୨୭ ତାରିଖକୁ ବୃଦ୍ଧି କରାଯାଇଥିଲେ ସୁଦ୍ଧା ଅଧିକାରୀମାନେ ଚାଷୀଙ୍କ ନାମ ନବୀକରଣ ନେଇ ବିଫଳ ହୋଇଥିବାରୁ ସେମାନଙ୍କ ବିରୋଧରେ ଏହି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!