ଚଣ୍ଡିଖୋଲ, (ବାଘୁଆବାର୍ତ୍ତା): ୧୦ ବର୍ଷର ଶିଶୁକୁ ବିକ୍ରି କଲା ବାପା । ବିକ୍ରି ଶିଶୁକୁ ଉଦ୍ଧାର କଲା ପୋଲିସ । ଯାଜପୁର ଜିଲ୍ଲା ବଡଚଣା ବ୍ଲକ୍ ଶାସନ ପୁରୁଷୋତ୍ତମପୁର ଅଞ୍ଚଳରେ ଘଟିଛି ଏଭଳି ଘଟଣା । ଯାଜପୁର ଜିଲ୍ଲା ବଡଚଣା ବ୍ଲକ୍ ଶାସନ ପୁରୁଷୋତ୍ତମପୁର ଅଞ୍ଚଳର ଘନ ଶିଙ୍କୁ ନିଜ ୧୦ବର୍ଷ ପୁଅକୁ ଆରୁହା ହାଟକୁ ନେଇ ଯାଇଥିଲେ । ସେଠାରେ ଜନୈକ ବ୍ୟକ୍ତିଙ୍କୁ ପୁଅକୁ ବିକ୍ରି କରିଥିବା ଅଭିଯୋଗ ହୋଇଥିଲା । ଘନ ଶିଙ୍କୁଙ୍କ ସ୍ତ୍ରୀ ଏହାକୁ ବିରୋଧ କରିବା ସହ ସ୍ଥାନୀୟ ଲୋକଙ୍କୁ ଜଣାଇଥିଲେ । ଏନେଇ ସ୍ଥାନୀୟ ଲୋକେ ଶିଶୁ ସୁରକ୍ଷା ଅଧିକାରୀଙ୍କୁ ଜଣାଇଥିଲେ । ଶିଶୁ ସୁରକ୍ଷା ଅଧିକାରୀଙ୍କ ନିର୍ଦ୍ଦେଶ ପରେ ବଡଚଣା ପୋଲିସ ଶିଶୁଟିକୁ ଉଦ୍ଧାର କରିବାରେ ସକ୍ଷମ ହୋଇଛି । ଶିଶୁଟିକୁ ମା’ଙ୍କ ହେପାଜତରେ ଛଡାଯାଇଛି । ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଥିବା ବେଳେ ପୋଲିସ ଘଟଣାର ଅଧିକ ତଦନ୍ତ ଚଳାଇଛି ।





