ଭୁବନ, (ବାଘୁଆବାର୍ତ୍ତା): ୫ ବର୍ଷର ଦିବ୍ୟାଙ୍ଗ ଶିଶୁ କନ୍ୟାକୁ ଦୁଷ୍କର୍ମ ଅଭିଯୋଗ । ଜଣେ ୪୫ ବର୍ଷ ବୟସ୍କ ଯୁବକ ଦୁଷ୍କର୍ମ କରିଥିବା ନେଇ ଅଭିଯୋଗ ହୋଇଛି । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଭୁବନ ଥାନା ସୁରପ୍ରତାପପୁର ଫାଣ୍ଡି ଅଞ୍ଚଳରେ । ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ସୁରପ୍ରତାପପୁର ଫାଣ୍ଡି ଅଞ୍ଚଳର ଜନୈକ ମହିଳା ନିଜ ୫ ବର୍ଷ ୩ ମାସର ଦିବ୍ୟାଙ୍ଗ ଶିଶୁ କନ୍ୟାକୁ ଘରେ ଶୁଆଇ ଦେଇ ନିକଟ ନଳକୂଅକୁ ପାଣି ପାଇଁ ଯାଇଥିଲେ । ଫେରିବା ବେଳକୁ ଦେଖିଲେ ସେହି ଗ୍ରାମର ୪୫ ବର୍ଷ ବୟସ୍କ ବାବୁଲା ବିନ୍ଧାଣୀ ଶିଶୁ କନ୍ୟା ସହ ଦୁଷ୍କର୍ମ କରୁଛନ୍ତି । ଶିଶୁଟିର ମା’ଙ୍କ ଆଗରେ ଧରାପଡିଯାଇଥିବାରୁ ବାବୁଲା ସବୁ ସତ ମାନିଯାଇଥିଲା ଏବଂ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା । ପରେ ଜନୈକ ମହିଳା ଶିଶୁ କନ୍ୟାକୁ ଧରି ସୁରପ୍ରତାପପୁର ଫାଣ୍ଡିର ଦ୍ବାରସ୍ଥ ହୋଇଥିଲେ । ପୀଡିତା ଶିଶୁ ଦିବ୍ୟାଙ୍ଗ ହୋଇଥିବାରୁ ପୋଲିସ ଆଗରେ କିଛି କହିପାରୁ ନାହାନ୍ତି । ଶିଶୁ କନ୍ୟାର ଡାକ୍ତରୀ ମାଇନା ପରେ କାମାକ୍ଷାନଗର ଏସଡିପିଓ ରଞ୍ଜନ କୁମାର ଦେ ଏହାର ତଦନ୍ତ ଆରମ୍ଭ କରିଛନ୍ତି । ତେବେ ଅଭିଯୁକ୍ତ ବାବୁଲା ବିନ୍ଧାଣୀ ଫେରାର ଥିବା ଜଣାପଡିଛି ।





