Friday, November 20, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

୧ କୋଟିରୁ ଅଧିକ ଠକେଇ, ମହିଳାଙ୍କୁ ବାନ୍ଧିଲା ପୋଲିସ

by ସଞ୍ଜୟ ସ୍ୱାଇଁ
April 7, 2023
in Crime, State
୧ କୋଟିରୁ ଅଧିକ ଠକେଇ, ମହିଳାଙ୍କୁ ବାନ୍ଧିଲା ପୋଲିସ
172
VIEWS
Share on FacebookShare on Twitter

ଭୁବନେଶ୍ୱର, (ବାଘୁଆବାର୍ତ୍ତା): ପୋଷ୍ଟାଲରେ ଡିପୋଜିଟ୍ ନାଁରେ ବଡ ଧରଣର ଠକେଇ । ୯୮ ଜଣଙ୍କୁ ୧ କୋଟିରୁ ଅଧିକ ଟଙ୍କା ଠକିଥିବା ଜଣେ ମହିଳାଙ୍କୁ ବାନ୍ଧିଛି ଲିଙ୍ଗରାଜ ଥାନା ପୋଲିସ । ମହିଳା ଜଣଙ୍କ ହେଉଛନ୍ତି ୫୦ ବର୍ଷୀୟ ସ୍ୱର୍ଣ୍ଣଲତା ଦାସ । ତାଙ୍କ ଘର ଜଗତସିଂହପୁର ଜିଲା ତିର୍ତ୍ତୋଲ ଅଞ୍ଚଳରେ । ସେ ଓଲ୍ଡଟାଉନ୍ କେଦାର ଲେନ୍ ମେନ୍‌ରୋଡ୍‌ରେ ରହୁଥିଲେ । ପୋଲିସ ସ୍ୱର୍ଣ୍ଣଲତାଙ୍କ ଘରୁ ୧୨୭ଟି ପୋଷ୍ଟାଲ ସେଭିଙ୍ଗ୍‌ସ, ଆରଡି ଓ ଏଫ୍‌ଡି ପାସବୁକ୍ ଜବତ କରିଛି । ପୋଲିସ କହିବା ମୁତାବକ ସ୍ୱର୍ଣ୍ଣଲତା ନିଜକୁ ଜଣେ ପୋଷ୍ଟାଲ ଏଜେଣ୍ଟ ବୋଲି ପରିଚୟ ଦେଇଥିଲେ । ଓଲ୍ଡଟାଉନ୍ ରେ ଘର ଘର ବୁଲି ମହିଳାମାନଙ୍କୁ ପୋଷ୍ଟାଲରେ ଆକାଉଣ୍ଟ ଖୋଲିବାକୁ କହୁଥିଲେ । ତାଙ୍କ କଥାରେ ଲୋକମାନେ ଆକାଉଣ୍ଟ ଖୋଲି ଟଙ୍କା ଡିପୋଜିଟ୍ କରୁଥିଲେ । ସ୍ୱର୍ଣ୍ଣଲତା ନିଜେ ଟଙ୍କା ସଂଗ୍ରହ କରୁଥିଲେ ମଧ୍ୟ ଲୋକଙ୍କୁ ପାସବୁକ୍ ଦେଉ ନଥିଲେ । ପଚାରିଲେ ଗଡାଇ ଚାଲୁଥିଲେ ଦିନ । ଓଲ୍ଡଟାଉନ୍‌ର ଜଣେ ମହିଳା ସ୍ୱର୍ଣ୍ଣଲତାଙ୍କୁ ବିଭିନ୍ନ କିସ୍ତିରେ ୧୫ ଲକ୍ଷ ଟଙ୍କା ଦେଇଥିଲେ । ହେଲେ ସ୍ୱର୍ଣ୍ଣଲତା ତାଙ୍କୁ ପାସ୍‌ବୁକ୍ ଦେଉ ନ ଥିଲେ । ୨ ବର୍ଷ ଧରି ତାଙ୍କୁ ସ୍ୱର୍ଣ୍ଣଲତା ଭୁଆଁ ବୁଲାଇ ଚାଲିଥିଲେ । ଶେଷରେ ମହିଳା ଜଣକ ଗତ ମାର୍ଚ୍ଚ ୧ରେ ସ୍ୱର୍ଣ୍ଣଲତାଙ୍କ ଘରକୁ ଯାଇ ପାସ୍‌ବୁକ୍ ମାଗିବାରୁ ସେ ତାଙ୍କୁ ଗାଳିଗୁଲଜ କରିଥିଲେ । ମହିଳା ଜଣଙ୍କ ଏ ନେଇ ଥାନାରେ ଅଭିଯୋଗ କରିଥିଲେ । ପୋଲିସ ଏକ ମାମଲା ରୁଜୁକରି ତଦନ୍ତ ଚଳାଇଥିଲା । ଠକାମିର ଶିକାର ମହିଳାଙ୍କ ପରି ଅନେକ ମହିଳା ସ୍ୱର୍ଣ୍ଣଲତାଙ୍କ ବିରୋଧରେ ଥାନାରେ ସମାନ ଅଭିଯୋଗ ଆଣିଥିଲେ । ଏହାପରେ ପୋଲିସ ସ୍ୱର୍ଣ୍ଣଲତାଙ୍କ ଘରେ ଚଢ଼ଉ କରି ତାଙ୍କୁ ଗିରଫ କରିଥିଲା । ତାଙ୍କ ଘରୁ ୯୮ ଜଣଙ୍କର ୧୨୭ଟି ପୋଷ୍ଟାଲ ପାସ୍‌ବୁକ୍ ଜବତ କରାଯାଇଥିଲା । ସ୍ୱର୍ଣ୍ଣଲତା ଲୋକଙ୍କଠାରୁ କୋଟିଏରୁ ଅଧିକ ଟଙ୍କା ଠକେଇ କରିଥିବା ପୁଲିସ କହିଛି । ଏ ନେଇ ପୁଲିସ ଅଧିକ ତଦନ୍ତ ଚଳାଇଛି । ଶୁକ୍ରବାର ସ୍ୱର୍ଣ୍ଣଲତାଙ୍କୁ କୋର୍ଟ ଚାଲାଣ କରାଯାଇଥିଲା । ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ଜେଲ୍ ହାଜତକୁ ପଠାଇ ଦିଆଯାଇଛି । ସ୍ୱର୍ଣ୍ଣଲତାଙ୍କୁ ରିମାଣ୍ଡରେ ଅଣାଯାଇ ତାଙ୍କ ଠକେଇ ସଂପର୍କରେ ଅଧିକ ଖୋଳତାଡ଼ କରାଯିବ ବୋଲି ପୁଲିସ କହିଛି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!