Thursday, September 24, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଗାଡ଼ି ଟଙ୍କା ମାଗିବାରୁ, ଯୁବକଙ୍କୁ ପିଟିଲେ ନୂଆଗାଁ ବିଡିଓ

by Anil Panda
May 14, 2020
in Breaking
ଗାଡ଼ି ଟଙ୍କା ମାଗିବାରୁ, ଯୁବକଙ୍କୁ ପିଟିଲେ ନୂଆଗାଁ ବିଡିଓ
23
VIEWS
Share on FacebookShare on Twitter

ନୟାଗଡ଼,(ବାଘୁଆବାର୍ତ୍ତା): ନୂଆଗାଁ ବିଡିଓ ଜଣେ ଯୁବକଙ୍କୁ ଲାଠି ପାହାର ଦେଇଥିବା ନେଇ ଅଭିଯୋଗ ହୋଇଛି । ସୂଚନାନୁସାରେ, ନୂଆଗାଁ ବ୍ଲକ ଅନ୍ତର୍ଗତ ମହୀପୁର ଗ୍ରାମର ରଥି ପ୍ରଧାନଙ୍କ ପୁଅ ଜିତେନ୍ଦ୍ର ପ୍ରଧାନ ଗତବର୍ଷ ତାଙ୍କ ଟାଟା ଏସ୍‌ସି ଗାଡ଼ିକୁ ବ୍ଲକ ଉନ୍ନୟନ କାର୍ଯ୍ୟରେ ଲଗାଇଥିଲେ । ନଳକୂପ ମରାମତିରେ ତାଙ୍କ ଗାଡ଼ି ଲଗା ଯାଇଥିବା ବେଳେ ଏବାଦକୁ ସେ ୧୪ ହଜାର ୫ ଶହ ଟଙ୍କା ପାଇବାକୁ ଗତକାଲି ବ୍ଲକକୁ ଯାଇ ବିଡିଓ ପ୍ରମୋଦ ଦଳବେହେରାଙ୍କୁ ଅଭିଯୋଗ କରିଥିଲେ । ବିଡିଓ ଅଭିଯୋଗ ଶୁଣିବା ପରେ ଏନେଇ ବଡ଼ବାବୁଙ୍କୁ କାହିଁକି ଟଙ୍କା ପ୍ରଦାନ କରାଯାଇ ନାହିଁ ବୋଲି ପଚାରି ବିଡିଓ ଯାଇ ତାଙ୍କ ଗାଡ଼ି ନିକଟରେ ପହଂଚି ସାରିଥିଲେ । ଫଳରେ ଜିତେନ୍ଦ୍ରଙ୍କ ଅଭିଯୋଗକୁ ବିଡିଓ ଅଣଦେଖା କରୁଥିବା ଦେଖି, ସେ ଅସନ୍ତୋଷ ବ୍ୟକ୍ତି କରି, ଆପଣଙ୍କ ଦେବେ ନାହିଁ ବୋଲେ ମତେ ମନା କରୁ ନାହାନ୍ତି, କାହିଁକି ବାରମ୍ବାର ଦୈାଡ଼ାଉଛନ୍ତି ବୋଲି ପ୍ରଶ୍ନ କରିଥିଲେ । ଏଥିରେ ବିଡିଓ ଉତ୍‌କ୍ଷ୍ରୀପ୍ତ ହୋଇ ତାଙ୍କ ଗାଡ଼ିରେ ଥିବା ଏକ ଲାଠି ଆଣି ଜିତେନ୍ଦ୍ରଙ୍କୁ ନିସ୍ତୁକ ପିଟିଥିବା ଅଭିଯୋଗ ହୋଇଛି । ମାଡ଼ ମାରିବା ସହ ବିଡିଓ ଅଶ୍ୱୀଳ ଭାଷାରେ ଗାଳି କରି ଗୋଇଠା ମାରି ତଡ଼ି ଦେଇଥିବା ନୂଆଗାଁ ଥାନାରେ ଅଭିଯୋଗ ହୋଇଛି । ଜଣେ ପ୍ରଶାସନିକ ଅଧିକାରୀ ଏଭଳି ମାଡ଼ ମାରିବା ଘଟଣାକୁ ନେଇ ବୁଦ୍ଧିଜୀବୀ ମହଲରେ ଦୃଢ଼ ନିନ୍ଦା କରାଯାଉଥିବା ବେଳେ ଘଟଣାକୁ ଚାପି ଦେବାକୁ ଉଦ୍ୟମ ଚାଲିଥିବା ଚର୍ଚ୍ଚା ହେଉଛି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!