Friday, November 20, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

୪୦ ଲକ୍ଷ ଟଙ୍କା ପାଇଁ ଠିକାଦାରଙ୍କୁ ଅପହରଣ କରିଥିଲେ ଠିକାଦାର, ବାନ୍ଧିଲା ପୁଲିସ

by ସଞ୍ଜୟ ସ୍ୱାଇଁ
April 6, 2023
in Crime, State
୪୦ ଲକ୍ଷ ଟଙ୍କା ପାଇଁ ଠିକାଦାରଙ୍କୁ ଅପହରଣ କରିଥିଲେ ଠିକାଦାର, ବାନ୍ଧିଲା ପୁଲିସ
98
VIEWS
Share on FacebookShare on Twitter

ବାଲେଶ୍ୱର (ବାଘୁଆବାର୍ତ୍ତା): ବାଲେଶ୍ୱର ଜିଲ୍ଲା ଚନ୍ଦନେଶ୍ଵର ନିକଟରୁ ଜଣେ ଠିକାଦାରଙ୍କୁ ଅପହରଣ କରି ୪୦ଲକ୍ଷ ଟଙ୍କା ମାଗିବା ଘଟଣାରେ ଆଉ ଜଣେ ଠିକାଦାରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୁଲିସ୍। ଏହା ସହିତ ପୁଲିସ୍ ଘଟଣାର ଅଧିକ ତଦନ୍ତ କରୁଛି। ଗିରଫ ଅଭିଯୁକ୍ତଙ୍କ ନାଁ ସୁମନ ବରୁଣ ଦେ। ସେ ବାଲେଶ୍ୱର ସହରର ବାସିନ୍ଦା। ସେହିପରି ସେ ଯାହାଙ୍କୁ ଅପହରଣ କରିଥିଲେ, ତାଙ୍କ ନାଁ ଶିବାନନ୍ଦ ପାତ୍ର। ତାଙ୍କ ଘର ବସ୍ତା ଅଞ୍ଚଳରେ। ସେ ସହଦେବଖୁଣ୍ଟା ଥାନା ଅଞ୍ଚଳରେ ରହନ୍ତି। ଉଭୟ ଠିକାଦାର। ଅଭିଯୁକ୍ତଙ୍କ ଦାବି ଅନୁସାରେ ସେମାନେ ପରସ୍ପରକୁ ଭଲ ଭାବେ ଜାଣିଛନ୍ତି। ବାଲେଶ୍ୱର ଏସ୍‌ପି ସାଗରିକା ନାଥଙ୍କ ସୂଚନା ଅନୁଯାୟୀ, ଶିବାନନ୍ଦ ପାତ୍ରଙ୍କୁ ଚନ୍ଦନେଶ୍ୱର ନିକଟରୁ ଅପହରଣ କରାଯାଇଥିବା ନେଇ ଗତକାଲି ତାଙ୍କ ପତ୍ନୀ ନୀରବାଳା କୁଣ୍ଡୁ ତାଳସାରୀ ଥାନାରେ ଏତଲା ଦେଇଥିଲେ। ଏହି ଅଭିଯୋଗ ପାଇବା ପରେ ପୁଲିସ୍ ଖୋଳତାଡ଼ କରି ଶିବାନନ୍ଦଙ୍କୁ ଏକ ଲାଲ ରଙ୍ଗର ସ୍ୱିଫ୍ଟ କାରରେ ଅପହରଣ କରାଯାଇଥିବା ଜାଣିବାକୁ ପାଇଥିଲା। ଏହାପରେ ସାଇବର ପୁଲିସ୍ ଓ ତାଳସାରୀ ଥାନା ପୁଲିସ୍‌କୁ ନେଇ ଦୁଇଟି ଟିମ୍ ଗଠନ କରାଯାଇଥିଲା। ଗୋଟିଏ ଟିମ୍ ମୟୂରଭଞ୍ଜ ଅଭିମୁଖେ ଯାଇଥିଲା। ଅନ୍ୟ ଟିମ୍‌ଟି ବାଲେଶ୍ୱରରେ ଖୋଳତାଡ଼ କରିଥିଲା। ମୋବାଇଲ ନମ୍ବର ଟ୍ରାକ କରି ପୁଲିସ୍ ବାଲେଶ୍ଵର ଷ୍ଟେସନ ଛକ ନିକଟସ୍ଥ ଏକ ହୋଟେଲରୁ ଅଭିଯୁକ୍ତଙ୍କୁ ଗିରଫ କରିବା ସହିତ ଶିବାନନ୍ଦ ପାତ୍ରଙ୍କୁ ଉଦ୍ଧାର କରିଥିଲା। ଶିବାନନ୍ଦଙ୍କ ପତ୍ନୀଙ୍କୁ ଅପହରଣକାରୀ ସୁମନ ବରୁଣ ଦେ ୪୦ ଲକ୍ଷ ଟଙ୍କା ଦେବାକୁ କହିଥିଲେ। ଶିବାନନ୍ଦଙ୍କ ପତ୍ନୀ ଅପହରଣକାରୀଙ୍କୁ ୫ ଲକ୍ଷ ଟଙ୍କା ଦେଇ ଦେଇଥିଲେ। ଅପହରଣକାରୀଙ୍କୁ ଧରିବା ପରେ ତା’ଠାରୁ ଉକ୍ତ ୫ ଲକ୍ଷ ଟଙ୍କା ଜବତ କରାଯାଇଥିଲା। ଏହାବାଦ ଅଭିଯୁକ୍ତଙ୍କୁ ଶିବାନନ୍ଦଙ୍କ ପତ୍ନୀ ୩ଟି ଚେକ୍ ଦେଇଥିଲେ। ସେହି ଚେକ୍ ମାଧ୍ୟମରେ ଅଭିଯୁକ୍ତ ବାକି ଅର୍ଥ ନେଇଥା’ନ୍ତେ। ତାଙ୍କଠାରୁ ସେହି ଚେକ୍ ଗୁଡ଼ିକ ମଧ୍ୟ ଜବତ କରାଯାଇଥିବା ଏସ୍‌ପି କହିଛନ୍ତି। ଶିବାନନ୍ଦଙ୍କ ବୟାନ ଅନୁସାରେ ଏହି ପୂରା ଘଟଣାରେ ସୁମନ ବରୁଣ ଦେ ହେଉଛନ୍ତି ଏକମାତ୍ର ଅଭିଯୁକ୍ତ। ବ୍ୟବସାୟିକ କାରଣରୁ ଏହି ଅପହରଣ କରାଯାଇଥିଲା ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡ଼ିଥିବା ଏସ୍‌ପି କହିଛନ୍ତି। ତେବେ ଘଟଣାର ଅଧିକ ତଦନ୍ତ ଚାଲିଥିବା ସେ କହିଛନ୍ତି। ଅଭିଯୁକ୍ତ ସୁମନ ବରୁଣ ଦେ କହିଛନ୍ତି ଯେ ଶିବାନନ୍ଦ ତାଙ୍କ ଠାରୁ ଟଙ୍କା ନେଇଥିଲେ। ଟଙ୍କା ଫେରାଇବା ପାଇଁ ସେ ତାଙ୍କୁ ଚନ୍ଦନେଶ୍ୱରକୁ ଡାକି ନେଇଥିଲେ। ତାଙ୍କ ବିରୋଧରେ ଆସିଥିବା ଅଭିଯୋଗ ମିଛ। ଅନ୍ୟପକ୍ଷରେ ଶିବାନନ୍ଦ କିମ୍ବା ତାଙ୍କ ସ୍ତ୍ରୀ ଏହି ଘଟଣା ନେଇ ଗଣମାଧ୍ୟକୁ କିଛି ପ୍ରତିକ୍ରିୟା ଦେବାକୁ ମନା କରି ଦେଇଛନ୍ତି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!