ନୀଳଗିରି, (ବାଘୁଆବାର୍ତ୍ତା): ମହିଳାଙ୍କ ଅଶ୍ଲୀଳ ଭିଡିଓ ଭାଇରାଲ କରି ଯୁବକ ଗିରଫ । ଏଭଳି ଘଟଣା ବାଲେଶ୍ଵର ଜିଲ୍ଲା ନୀଳଗିରି ଉପଖଣ୍ଡ ବରମପୁର ଥାନା ଅଞ୍ଚଳରେ ଘଟିଛି । ନୀଳଗିରି ଟୋକିପଦା ଅଞ୍ଚଳର ପ୍ରକାଶ ସିଂହ ନାମକ ଯୁବକ ବାଉଁଶପାଳ ଗ୍ରାମର ଜଣେ ଯୁବକଙ୍କ ସ୍ତ୍ରୀଙ୍କ ସହିତ ଫେସବୁକରେ ବନ୍ଧୁତା କରିଥିଲେ । ଦୁଇ ଜଣଙ୍କ ଭିତରେ ଚାଟିଂ ଆରମ୍ଭ ହୋଇଥିଲା । ପରେ ବିଶ୍ୱାସ ଜନ୍ମାଇ ଭିଡିଓ କଲ୍ କରି ଅଶ୍ଲୀଳ ଭିଡିଓ ରେକର୍ଡିଂ କରି ଭାଇରାଲ କରିଥିଲେ । ଏନେଇ ସେ ବାଲେଶ୍ଵର ସାଇବର ଥାନାରେ ଅଭିଯୋଗ କରିଥିଲେ । ପୋଲିସ ୩୫୪ଏ, ସି, ଡି, ୫୦୬ ଆଇପିସି ୬୭ର ଇ ଆଇଟି ଆକ୍ଟରେ ଏକ ମାମଲା ରୁଜୁ କରି ପ୍ରକାଶକୁ ଗିରଫ କରିଛି । ଅଭିଯୁକ୍ତକୁ ନୀଳଗିରି କୋର୍ଟ ଚାଲାଣ ପରେ ଜାମିନ ନାମଞ୍ଜୁର ହେବାରୁ ବିଚାର ବିଭାଗୀୟ ଜେଲକୁ ପଠାଇ ଦିଆଯାଇଛି ।





