ଭଦ୍ରକ, (ବାଘୁଆବାର୍ତ୍ତା): ଗତ ଚାରିଦିନ ତଳେ ଭଦ୍ରକ ଜିଲ୍ଲାରେ ଚହଳ ସୃଷ୍ଟି କରିଥିଲା ମହିଳା ପୋଲିସ ଓ ମହିଳା ସାମ୍ବାଦିକାଙ୍କ ପ୍ରେମ କାହାଣୀ । ପ୍ରଥମେ ପ୍ରେମ, ପରେ ନିବିଡ଼ତା ଶେଷରେ ବିବାହ ପରେ ଶାରୀରିକ ମାନସିକ ଓ ଯୌନ ନିର୍ଯାତନା ରେ ଶିକାର ହୋଇଥିବ ଅଭିଯୋଗ ଆଣିଥିଲେ ମହିଳା ସାମ୍ବାଦିକା ଜନକ। ଅଭିଯୋଗ ଆଧାର ରେ ଭଦ୍ରକ ସହରାଞ୍ଚଳ ଥାନା ପୋଲିସ si ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ , ଅନେକ ସଙ୍ଗୀନ ଦଫା ଲାଗିଥିବା ବେଳେ ଆଇନ୍ ର ଗଲା ବାଟ ଦେଇ ମାତ୍ର ଗୋଟିଏ ଦିନରେ ଜାମିନ ପାଇଯାଇଥିଲେ ମହିଳା Si ଜଣକ । ଯାହାକି ସମସ୍ତଙ୍କୁ ଚକିତ କରିଥିଲା। ତେବେ ଆଜି ହଠାତ ସେହି ମାମଲାରେ ଏକ ଭିନ୍ନ ମୋଡ ସୃଷ୍ଟି ହୋଇଛି। ମହିଳା Si ତପଶ୍ଵନି ମହାପାତ୍ର ଙ୍କ ଭଉଣୀ ମହିଳା ସାମ୍ବାଦିକା ଙ୍କ ଉପରେ ପାଲଟା ସଙ୍ଗୀନ ଆରୋପ ଲଗାଇଛନ୍ତି ଯାହାକି ଏଭଳୀ ଏକ ରୋଚକ ଖବର କୁ ଖୋରାକ ଯୋଗାଇଛି। Si ଙ୍କ ଭଉଣୀ ଙ୍କ ପ୍ରତିକ୍ରିୟା ଅନୁସାରେ ମହିଳା ସାମ୍ବାଦିକା ଜଣକ ଅଟକାଇ ତାଙ୍କୁ ଗୁଣ୍ଡା ଲଗାଇ, ମାଡ଼ ମାରି ସହ ନଗଦ କୋଡ଼ିଏ ହାଜର ଟଙ୍କା ନେଇଯାଇଥିବା କହିଛନ୍ତି ଓ ମୋ ଭଉଣୀ କୁ ମାରିଦେବାକୁ ଧମକ ଦେଉଛନ୍ତି। ଅନେକ ଦିନରୁ ତାଙ୍କ Si ଭଉଣୀଙ୍କୁ ବ୍ଲାକମେଲ ତଥା ଯୌନ ନିର୍ଯାତନା ର ଡର ଦେଖାଇ ଅନେକ ଥର ୧୦ଲକ୍ଷ ରୁ ଉର୍ଦ୍ଧ ଟଙ୍କା ନେଇଥିବା କହିଛନ୍ତି। ମହିଳା ସାମ୍ବାଦିକା ଜନକ Si ଙ୍କ ବିରୋଧ ରେ ଅଭିଯୋଗ କରୁଥିବା କଥା କୁ ସମ୍ପୂର୍ଣ୍ଣ ଖଣ୍ଡନ କରିଛନ୍ତି ତାଙ୍କ ଭଉଣୀ। କହିଛନ୍ତି ଜଣେ ମହିଳା କେମିତି ଆଉ ଜଣେ ମହିଳା ଙ୍କ ଶହ ଯୌନ ବା ଶାରୀରିକ ସମ୍ପର୍କ ସ୍ଥାପନ କରିବ । ମୋ ଭଉଣୀ ସହ ସାଙ୍ଗରୁ ସମ୍ପର୍କ ସ୍ଥାପନ କରି ତାର ଫାଇଦା ଉଠାଇ ମୋ ଭଉଣୀ ର ଜିବନ ନଷ୍ଟ କରିଛି ବୋଲି ଅଭିଯୋଗ କରିଛନ୍ତି Si ଙ୍କ ଭଉଣୀ। ତେଣୁ ଏଭଳି ମନ ଗଢା କାହାଣୀ ରଚି ମୋ ଭଉଣୀ କୁ ବାର୍ବାଦ କରିଥିବା ରାକ୍ଷସୀ ମହିଳା ସାମ୍ବାଦିକା ତଥା ତାଙ୍କ ପରିବାର କୁ ତୁରନ୍ତ ଗିରଫ କରିବାକୁ ଦାବୀ କରିଛନ୍ତି ତାଙ୍କ ଭଉଣୀ।





