ଭୁବନେଶ୍ୱର, (ବାଘୁଆବାର୍ତ୍ତା): ଏବେ ସବୁଠାରେ ଠକ ମାନଙ୍କର ଉତ୍ପାତ ଦେଖିବାକୁ ମିଳିଛି । ଜଣେ ବ୍ୟାଙ୍କ ଅଫିସରଙ୍କ ଠକେଇ ମାମଲାକୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା ଜାରି ରହିଛି । ଏହି ଘଟଣାରେ ବ୍ୟାଙ୍କ କର୍ମଚାରୀ ଗିରଫ ହୋଇଛନ୍ତି । ସେ ପୁଣି ସରକାରୀ ବାବୁ । ଏସବିଆଇ ବ୍ୟାଙ୍କ ଅଫିସରଙ୍କ ନାମରେ ଠକେଇ ଅଭିଯୋଗ ଆସିବା ପରେ ତାଙ୍କୁ ବିରୋଧରେ କାର୍ୟ୍ୟନୁଷ୍ଠାନ ନିଆଯାଇଛି । ଫୁଲବାଣୀ ଏସବିଆଇ ବ୍ରାଞ୍ଚର ଡେପୁଟି ମ୍ୟାନେଜରଙ୍କୂ ଗିରଫ କରାଯାଇଛି । ଡେପୁଟି ମ୍ୟାନେଜର ଅଶୁତୋଷ ଆଚାର୍ୟ୍ୟଙ୍କୂ ଗିରଫ କରିଛି ଅର୍ଥନୈତିକ ଅପରାଧ ଶାଖା ।
ତେବେ ଏହା ବାବଦରେ ଇଓଡବ୍ଲୁରେ ବ୍ୟାଙ୍କର ରିଜିଓନାଲ ମ୍ୟାନେଜର ଅଭିଯୋଗ କରିଥିଲେ । ଏକ୍ସପ୍ରେସ ଆଉ କ୍ରେଡିଟ କାର୍ଡ ଲୋନ ଦେବା ନାଁରେ ଠକେଇର ଅଭିଯୋଗ ହୋଇଥିଲା । ସୂଚନାମୁତାବକ ୮ କୋଟିରୁ ଅଧିକ ଟଙ୍କା ଠକେଇର ଅଭିଯୋଗ ଆସିଥିଲା । ଏବଂ ଜାଲ କାଗଜପତ୍ରରେ ୫୯ ଜଣଙ୍କୁ ସେ ଋଣ ଦେଇଥିଲେ । ଆଉ ୨୦୨୧ ରୁ ୨୦୨୨ ମସିହା ମଧ୍ୟରେ ଏହି କଳାକାରନାମା କରୁଥିଲେ । ତେଣୁ ଏବେ ତାଙ୍କୁ ଗିରଫ କରାଯାଇଛି ।





