ଛତିଶଗଡ, (ବାଘୁଆବାର୍ତ୍ତା): ଛତିଶଗଡର କବୀରଧାମ୍ ଜିଲ୍ଲାରେ ବଡ଼ ଅଘଟଣ ଘଟିଛି। ବିବାହ ଉପହାରରେ ମିଳିଥିବା ଏକ ଗିଫ୍ଟ ବିସ୍ଫୋରଣ ହୋଇ ଦୁଇ ଭାଇଙ୍କର ମୃତ୍ୟୁ ଘଟିଛି । ଉପହାର ସ୍ୱରୂପ ହୋମ୍ ଥିଏଟର ମ୍ୟୁଜିକ୍ ସିଷ୍ଟମ ମିଳିଥିଲା । ଯାହାର ସ୍ୱିଜ୍ ଅନ୍ କରୁ କରୁ ହଠାତ୍ ବିସ୍ଫୋରଣ ହୋଇଥିଲା। ଏଥିରେ ବର ଏବଂ ତାଙ୍କ ବଡ଼ ଭାଇଙ୍କର ମୃତ୍ୟୁ ହୋଇଛି। ଏହି ସମୟରେ ଜଣେ ଶିଶୁଙ୍କ ସମେତ ଅନ୍ୟ ଚାରିଜଣ ଆହତ ହୋଇଥିଲେ। ମଙ୍ଗଳବାର ପୋଲିସ ଅଧିକାରୀମାନେ ଏହି ସୂଚନା ଦେଇଛନ୍ତି। ତେବେ ଏହି ଉପହାର ବିବାହ ସମଯରେ ବୋହୂର ପୂର୍ବ ପ୍ରେମିକ ଦେଇଥିବାର ପୋଲିସ ତରଫରୁ ପ୍ରକାଶ କରାଯାଇଛି। ହେମେନ୍ଦ୍ର ମେରାବୀ ଚଳିତ ମାସ ୧ ରେ ବିବାହ କରିଥିଲେ। ତେବେ ଏହି ଘଟଣାକୁ ନେଇ ସେହି ଅଞ୍ଚଳରେ ଉତ୍ତେଜନା ଜାରି ରହିଛି।





