Monday, April 20, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ରାଜ୍ୟରେ ପ୍ରଣୟନ ହେବ ନୂଆ ଶିଳ୍ପ ନୀତି-୨୦୨୦

by ସଞ୍ଜୟ ସ୍ୱାଇଁ
May 13, 2020
in Planning and Development
ରାଜ୍ୟରେ ପ୍ରଣୟନ ହେବ ନୂଆ ଶିଳ୍ପ ନୀତି-୨୦୨୦
21
VIEWS
Share on FacebookShare on Twitter

ଭୁବନେଶ୍ୱର (ବାଘୁଆବାର୍ତ୍ତା) : ଶିଳ୍ପ ମନ୍ତ୍ରୀ ଓଡ଼ିଶା ସରକାର ଖୁବ୍‌ ଶୀଘ୍ର ନୂଆ ଶିଳ୍ପନୀତି ପ୍ରଣୟନ କରିବେ । ଏହା କହିଛନ୍ତି ଶିଳ୍ପ ମନ୍ତ୍ରୀ କ୍ୟାପ୍‌ଟେନ୍‌ ଦିବ୍ୟ ଶଙ୍କର ମିଶ୍ର । ଗତକାଲି ଇଣ୍ଡିଆନ୍‌ ଚାମ୍ବର୍ସ ଅଫ୍‌ କମର୍ସ ଦ୍ୱାରା ଆୟୋଜିତ ଏକ ଜାତୀୟ ଇ-କନ୍‌ଫରେନ୍ସରେ ସେ ଏହା ପ୍ରକାଶ କରିଛନ୍ତି । ସଂପ୍ରତି ରାଜ୍ୟରେ ଯେଉଁ ଶିଳ୍ପ ନୀତି ପ୍ରଚଳିତ ହେଉଛି ତାହା ୨୦୧୬ ମସିହାରେ ପ୍ରଣୟନ କରାଯାଇଥିଲା । ଇତି ମଧ୍ୟରେ ଶିଳ୍ପ କ୍ଷେତ୍ରରେ ଅନେକ ପରିବର୍ତ୍ତନ ହୋଇସାରିଛି ଏବଂ ଏହାକୁ ସମୟୋପଯୋଗୀ କରିବା ସହ ଶିଳ୍ପ ସଂସ୍ଥା, ଉତ୍ପାଦକ, ଗ୍ରାହକ ଓ କଞ୍ଚାମାଲ ଯୋଗାଣକାରୀଙ୍କୁ ସୁହାଇବା ଭଳି ନୀତି ପ୍ରଣୟନର ଆବଶ୍ୟକତା ରହିଥିବା ଆଜିର ମତବିନିମୟ ଆଲୋଚନାରେ ଆଭାସ ମିଳିଛି । ମନ୍ତ୍ରୀ କ୍ୟାପ୍‌ଟେନ୍‌ ମିଶ୍ର ରାଜ୍ୟରେ ବିପୁଳ ଖଣିଜ ସଂପଦ, ମାନବସମ୍ବଳ ଓ ଭିତ୍ତିଭୂମିର ଉପଲବ୍ଧ ଥିବା ଏ କ୍ଷେତ୍ରକୁ ବିକାଶ କରିବା ଦିଗରେ ଅଧିକ ସୁଯୋଗ ସୃଷ୍ଟି କରିପାରିବ ବୋଲି କହିଥିଲେ । ‘ଓଡ଼ିଶାରେ ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ରରେ ଚ୍ୟାଲେଞ୍ଜ ଓ ସୁଯୋଗ ଏବଂ ଆଗକୁ ରାସ୍ତା’ ଶୀର୍ଷକ ଆଲୋଚନାରେ ଭାଗନେଇ ଶିଳ୍ପମନ୍ତ୍ରୀ ରାଜ୍ୟ ସରକାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ମହାମାରୀ କୋବିଡ୍‌-୧୯କୁ ଯେଉଁ ଶୃଙ୍ଖଳିତ ରଣନୀତି ସହିତ ଲଢ଼େଇ କରୁଛନ୍ତି ଏହା ଅତ୍ୟନ୍ତ ପ୍ରଶଂସନୀୟ ଏବଂ ଲୋକଙ୍କ ଅମୂଲ୍ୟ ଜୀବନକୁ ସୁରକ୍ଷିତ ରଖିବା ଦିଗରେ ଏକ ବୃହତ ପଦକ୍ଷେପ ବୋଲି କହିଥିଲେ । ଏକ ସ୍ଥିର ଅର୍ଥନୀତି ସକାଶେ ଶିଳ୍ପ କ୍ଷେତ୍ରର ସୁଚାରୁ ସଂଚାଳନର ଆବଶ୍ୟକତା ରହିଛି । ବର୍ତ୍ତମାନ ଓଡ଼ିଶା ଖାଦ୍ୟ ପ୍ରକ୍ରିୟାକରଣ ନିମନ୍ତେ ପୁଞ୍ଜିନିବେଶ କରିବା ପାଇଁ ଏକ ପ୍ରକୃଷ୍ଟ ରାଜ୍ୟ ବୋଲି ଆଲୋଚନାରେ ଅଂଶଗ୍ରହଣ କରିଥିବା ବିଶେଷଜ୍ଞମାନେ ମତ ରଖିଥିଲେ । ଆଲୋଚନାରେ ଅଂଶଗ୍ରହଣ କରି ଶିଳ୍ପ ବିଭାଗ ପ୍ରମୁଖ ସଚିବ ଶ୍ରୀ ହେମନ୍ତ ଶର୍ମା ନିକଟରେ ସ୍ୱାସ୍ଥ୍ୟ କ୍ଷେତ୍ରରେ ରାଜ୍ୟ ସରକାର ଯେଉଁ ପ୍ରତିବଦ୍ଧତା ପ୍ରଦର୍ଶନ କରି କେବଳ ସହରାଞ୍ଚଳ ନୁହେଁ ଗ୍ରାମାଞ୍ଚଳରେ ମଧ୍ୟ ଅତ୍ୟାଧୁନିକ ସ୍ୱାସ୍ଥ୍ୟସେବା ଯୋଗାଇ କୋଭିଡ୍‌-୧୯ର ମୁକାବିଲା କରିପାରିଛନ୍ତି ତାହା ଅନ୍ୟମାନଙ୍କ ପାଇଁ ଉଦାହରଣ ବୋଲି କହିଥିଲେ । ସେ ଶିଳ୍ପକ୍ଷେତ୍ରକୁ ସମୃଦ୍ଧ କରିବା ପାଇଁ ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନ, ସଂଗଠନଗୁଡ଼ିକଠାରୁ ମତାମତ ଲୋଡ଼ିଥିଲେ । ଏହି ଆଲୋଚନାରେ ଶିଳ୍ପ ନିର୍ଦ୍ଦେଶକ ଶ୍ରୀ ରେଘୁ ଜି. ନିକଟରେ ଲକ୍‌ ଡାଉନ୍‌ ପାଇଁ ବାଧାପ୍ରାପ୍ତ ଶିଳ୍ପ କ୍ଷେତ୍ରରେ ନିଜର ସମସ୍ୟା ସରକାରଙ୍କୁ ଜଣାଇବା ଆବଶ୍ୟକ ବୋଲି ମତ ରଖିଥିଲେ । ଆଜିର ଏହି କାର୍ଯ୍ୟକ୍ରମରେ କେଭେନଟ୍‌ର ଆଗ୍ରୋ ଲିମିଟେଡ୍‌ ତରଫରୁ ଆଗାମୀ ୫/୬ ମାସ ମଧ୍ୟରେ ଏକ କଦଳୀ ପ୍ରକ୍ରିୟାକରଣ ୟୁନିଟ୍‌ ଓଡ଼ିଶାରେ ସ୍ଥାପନ କରିବ ବୋଲି ସଂସ୍ଥାର ମୁଖ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ସୁନୀଲ କାଜାରିଆ ପ୍ରକାଶ କରିଥିଲେ । ଏହି େୱବିନାର୍‌ କାର୍ଯ୍ୟକ୍ରମକୁ ଇଣ୍ଡିଆନ୍‌ ଚାମ୍ବର୍ସ ଅଫ୍‌ କମର୍ସ ଓଡ଼ିଶା ଚାପ୍‌ଟରର ଉପାଧ୍ୟକ୍ଷ ଶ୍ରୀ ଜେ.ବି. ପାଣି ସଂଚାଳନ କରିଥିବାବେଳେ ପ୍ୟାନେଲିଷ୍ଟ ଭାବେ ଶ୍ରୀ ଶ୍ରୀରାମ ପଣ୍ଡା, ଆବାହକ କୃଷି ଓ ଖାଦ୍ୟ ପ୍ରକ୍ରିୟାକରଣ କମିଟି, ସୁଶ୍ରୀ ପି୍ରୟଙ୍କା ମହାନ୍ତି, ନିର୍ଦ୍ଦେଶିକା, ଫାଲ୍‌କନ୍‌ ମାରାଇନ୍‌ ଏକ୍ସପୋଟ ଲିଃ, ଶ୍ରୀ ଆଦିତ୍ୟ ବାଗ୍ରୀ, ନିର୍ଦ୍ଦେଶକ, ବାଗ୍ରୀସ୍‌ ଇଣ୍ଡିଆ ଲିଃ, ଶ୍ରୀ କଲ୍ୟାଣ ମହାନ୍ତି, ସିଜିଏମ୍‌, ଇପିକଲ୍‌ ଶ୍ରୀ ଗୋକୁଳ ପଟ୍ଟନାୟକ, ଅଧ୍ୟକ୍ଷ, ଗ୍ଳୋବାଲ୍‌ ଏଗ୍ରୀ ସିସ୍‌ଷ୍ଟମ୍‌ ପ୍ରା.ଲିଃ ଓ ଡ. ପ୍ରଦୀପ୍ତ ମହାନ୍ତି, ଅଧ୍ୟକ୍ଷ, ଏସ୍‌ଏନ୍‌ଏମ୍‌ ଗ୍ରୁପ୍‌ ପ୍ରମୁଖ ଯୋଗଦେଇଥିଲେ ।

ପ୍ରଶାସନିକ ସ୍ତରରେ କବି ଜୟଦେବଙ୍କ ଜୟନ୍ତୀ ପାଳିତ

ପ୍ରଶାସନିକ ସ୍ତରରେ କବି ଜୟଦେବଙ୍କ ଜୟନ୍ତୀ ପାଳିତ

April 20, 2026
ସୁନାମଧନ୍ୟ ବଂଶୀବାଦକ ବାଉରୀବନ୍ଧୁଙ୍କ ପରଲୋକରେ ଶୋକସଭା

ସୁନାମଧନ୍ୟ ବଂଶୀବାଦକ ବାଉରୀବନ୍ଧୁଙ୍କ ପରଲୋକରେ ଶୋକସଭା

April 20, 2026
ରୋଟାରୀ କ୍ଲବ୍ ନୟାଗଡ଼ରେ ପଲ୍ ହ୍ୟାରିସ୍‌ଙ୍କ ଜନ୍ମଦିନ

ରୋଟାରୀ କ୍ଲବ୍ ନୟାଗଡ଼ରେ ପଲ୍ ହ୍ୟାରିସ୍‌ଙ୍କ ଜନ୍ମଦିନ

April 20, 2026
ପବିତ୍ର ଅକ୍ଷୟ ତୃତୀୟାରେ ଅଖିମୁଠି ଅନୁକଳ କଲେ ମନ୍ତ୍ରୀ

ପବିତ୍ର ଅକ୍ଷୟ ତୃତୀୟାରେ ଅଖିମୁଠି ଅନୁକଳ କଲେ ମନ୍ତ୍ରୀ

April 20, 2026
ଡ଼ିଏଭି ପବ୍ଲିକ ସ୍କୁଲରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର:୪୦ ୟୁନିଟ୍ ରକ୍ତ ସଂଗ୍ରହ

ଡ଼ିଏଭି ପବ୍ଲିକ ସ୍କୁଲରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର:୪୦ ୟୁନିଟ୍ ରକ୍ତ ସଂଗ୍ରହ

April 19, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!