ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା ଭାପୁର ବ୍ଲକ ଉପାଧ୍ୟକ୍ଷ ବେଣୁଧର ପ୍ରଧାନଙ୍କ ମାଲିକାନାରେ ରହିଥିବା ସ୍ୱୟଂ ସଦାଶିବ କନ୍ଷ୍ଟ୍ରକସନ୍ ପ୍ରାଇଭେଟ ଲିମିଟେଡରେ ଆୟକର ଫାଙ୍କିବା ଅଭିଯୋଗ ରହିଥିଲା । ଯାହାକୁ ନେଇ ଆୟକର ବିଭାଗର ଅନେକ ଟିମ୍ ଆଜି ଶ୍ରୀଯୁକ୍ତ ପ୍ରଧାନଙ୍କ ଫତେଗଡ଼ ଗାଁରେ ରହିଥିବା ପୈତୃକ ବାସଭବନ, ଭୂବନେଶ୍ୱର ଘର, ନିମାଣୀ ଗ୍ରାମ ନିକଟରେ ରହିଥିବା କ୍ରସରରେ ଚଢ଼ାଉ କରିଛି । ସଂନ୍ଧ୍ୟା ପର୍ଯ୍ୟନ୍ତ ଚଢ଼ାଉ ଜାରି ରହିଛି । ସ୍ୱୟଂ ସଦାଶିବ କନ୍ଷ୍ଟ୍ରକସନ୍ ପ୍ରାଇଭେଟ ଲିମିଟେଡ୍ ନାମରେ କେବଳ କ୍ରସର ରହିଥିବା ବେଳେ ଉପାଧ୍ୟକ୍ଷଙ୍କ ସମ୍ପର୍କୀୟଙ୍କ ମାଲିକାନାରେ ବହୁ ବ୍ୟବସାୟ ରହିଛି । ବାଲିଘାଟ ଜିଲ୍ଲା ତଥା ଜିଲ୍ଲା ବାହାରେ ମଧ୍ୟ କିଛି ପଥର ଖଣି ଚାଲିଥିବା ଜଣାଯାଇଛି । କମ୍ପାନୀ ଲୋକ ସମ୍ପର୍କ ଅଧିକାରୀ ଭରତ କୁମାର ବେହେରାଙ୍କୁ ପଚାରିବାରେ, କେବଳ ଆମ କ୍ରସର ନୁହେଁ ରାଜ୍ୟର ଅନ୍ୟ ୭ଟି କ୍ରସର ଉପରେ ଆୟକର ଚଢ଼ାଉ କରିଛି । ଏଣୁ ଆୟକର ବିଭାଗ ଆବଶ୍ୟକ କରୁଥିବା କାଗଜ ଆମେ ଯୋଗାଇ ଦେବା ସହ ତଦନ୍ତରେ ପୂର୍ଣ୍ଣ ସହଯୋଗ କରିବୁ ବୋଲି କହିଛନ୍ତି ।





