ଭୁବନେଶ୍ୱର (ବାଘୁଆବାର୍ତ୍ତା): ରମାଦେବୀ ବିଶ୍ୱବିଦ୍ୟାଳୟ କ୍ୟାମ୍ପସରୁ ମିଳିଲା ଅଜଣା ମୃତଦେହ । ମୃତକଙ୍କ ବୟସ ପାଖିପାଖି ୩୦ ରୁ ୪୦ ବର୍ଷ ହେବ ବୋଲି ଜଣପାଡିଛି । ପୋଲିସ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ରବିବାର ସକାଳ ସମୟରେ ରମାଦେବୀ ବିଶ୍ବବିଦ୍ୟାଳୟ କ୍ୟାମ୍ପସରୁ ଅଚିହ୍ନା ମୃତଦେହ ଠାବ ହୋଇଛି। କ୍ୟାମ୍ପସ ଭିତରେ ଥିବା ଅଡିଟୋରିୟମ କଡରେ ଏକ ଅଟୋରୁ ମୃତଦେହ ଉଦ୍ଧାର ହୋଇଛି । ମୃତକଙ୍କ ବୟସ ପାଖାପାଖି ୩୦ରୁ ୪୦ବର୍ଷ ହେବ। ହାଫପ୍ୟାଣ୍ଟ ଓ ସାର୍ଟ ପିନ୍ଧିଥିବା ମୃତଦେହ ଜବତ କରିଛି ପୋଲିସ । ଅଟୋର ପଛପଟ ସିଟରେ ମୃତଦେହଟି ପଡ଼ିଥିବା ବେଳେ ମୃତଦେହ ଉଦ୍ଧାର କରାଯାଇଛି। କିନ୍ତୁ ବର୍ତ୍ତମାନ ସୁଦ୍ଧା ମୃତକର ପରିଚୟ ମିଳିପାରିନାହିଁ। ଘଟଣାସ୍ଥଳରେ ପୋଲିସ ଛାନଭିନ ଜାରି ରଖିଛି ।





