ବାଲେଶ୍ଵର, (ବାଘୁଆବାର୍ତ୍ତା): ଥିଲେ ଝିଅ ହେଲେ ପୁଅ । ଆଉ ସେହି ପୁଅ ନାଁରେ ଏବେ ଆସିଛି ଦୁଷ୍କର୍ମ ଅଭିଯୋଗ । ପୋଲିସ ବିଭାଗରେ ଚାକିରି କରିଥିବା ଜଣେ ସବଇନସ୍ପେକ୍ଟରଙ୍କ ବିରୋଧରେ ଏହି ଅଭିଯୋଗ ଆସିଛି । ଆଉ ତାଙ୍କ ନାଁରେ ମାମଲା ବି ରୁଜୁ ହୋଇଛି । ଭଦ୍ରକ ଟାଉନ ଥାନାରେ ଏମିତି ଏକ ସଙ୍ଗୀନ କେସ୍ ରୁଜୁ ହୋଇଛି । ଯେଉଁ ସବ୍ ଇନସ୍ପେକ୍ଟରଙ୍କ ନାଁରେ ଦୁଷ୍କର୍ମ ଅଭିଯୋଗ ଆସିଛି ସେ ହେଉଛନ୍ତି ଜଣେ ମହିଳା। ପୋଲିସ ତାକୁ ଗିରଫ କରିବା ପରେ ଡାକ୍ତରୀ ପରୀକ୍ଷା ପାଇଁ ପଠାଇଛି । ଅଲଟ୍ରା ସାଉଣ୍ଡ ହେବା ପରେ ଜଣା ପଡିଛି ଯେ ମହିଳା ସବଇନସ୍ପେକ୍ଟର ତାଙ୍କ ବ୍ରେଷ୍ଟ ଦୁଇଟି କାଟି ବାହାର କରିଦେବା ସହ ଗର୍ଭାଶୟ ବାହାର କରିଦେଇଛନ୍ତି । ଆଉ ପୁଅ ପିଲାଙ୍କ ଭଳି ଚୁଟି କାଟି ପୁଅଙ୍କ ପୋଷାକ ପିନ୍ଧୁଛନ୍ତି । ତେବେ ତାଙ୍କର ପୁରୁଷ ଲିଙ୍ଗ ଅଛି କି ନାହିଁ, ତାହା ଅଲଟ୍ରା ସାଉଣ୍ଡ ରିପୋର୍ଟରୁ ଜଣା ପଡିବ । ଯଦି ପୁରୁଷ ଲିଙ୍ଗ ଥିବା, ଦଫା ୩୭୬ ବଳରେ କୋର୍ଟ ଚାଲାଣ କରାଯିବ , ଯଦି ନଥିବ ତାହେଲେ ଦଫା ୩୫୪ ବଳରେ କୋର୍ଟ ଚାଲାଣ କରାଯିବ । ଏହି ମାମଲା ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।





