ଟାଙ୍ଗୀ, (ବାଘୁଆବାର୍ତ୍ତା): ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ନାଚୁଣୀ ଥାନା ଅଞ୍ଚଳରେ ଦେଖାଯାଇଛି ଅଭାବନୀୟ ଘଟଣା । ୧୨ ବର୍ଷର ନାବାଳିକା ୪ ମାସର ଗର୍ଭବତୀ ହୋଇଥିବା ଥାନାରେ ଅଭିଯୋଗ ହୋଇଛି । ପିଡିତାଙ୍କ ପରିବାର ଲୋକ ନାଚୁଣୀ ଥାନାରେ ଅଭିଯୋଗ କରିଛନ୍ତି । ପିଡୀତାଙ୍କ ପରିବାର ଲୋକେ ଅଭିଯୋଗ କରିବା ପରେ ଅଭିଯୁକ୍ତକୁ ଉଠାଇ ଆଣି ଥାନାରେ ଅଟକ ରଖି ପଚରାଉଚରା କରୁଛି ନାଚୁଣୀ ଥାନା ପୋଲିସ । ଅଭିଯୁକ୍ତ ଜଣକ ହେଉଛନ୍ତି ପରବଳ ଗାଁର ସଂଗ୍ରାମ ସୁବୁଦ୍ଧି । ପିଡୀତା ନାବାଳିକା ଜଣଙ୍କ ସେହି ଗ୍ରାମର । ପିଡୀତା ନାବାଳିକା ଜଣଙ୍କ ଅଭିଯୁକ୍ତ ସଂଗ୍ରାମ ସୁବୁଦ୍ଧିଙ୍କ ଘରକୁ ଟ୍ୟୁସନ୍ କରିବା ପାଇଁ ଯାଉଥିଲା । ଉଭୟଙ୍କ ଡାକ୍ତରୀ ମାଇନା ପରେ ତଦନ୍ତ ପ୍ରକ୍ରିୟା ତ୍ୱରାନ୍ୱିତ କରାଯିବ ବୋଲି ଥାନା ଅଧିକାରୀ ସୂଚନା ଦେଇଛନ୍ତି ।





