ନୟାଗଡ଼, (ବାଘୁଆବାର୍ତ୍ତା): ଆଜି ନର୍ସିଙ୍ଗ ଦିବସ ଅବସରରେ ଭାରତୀୟ ମଜଦୂର ସଂଘ ତରଫରୁ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସ୍ୱାସ୍ଥ୍ୟ କର୍ମଚାରୀଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି । କରୋନା ମହାମରୀ କାରଣରୁ ଚିକିତ୍ସା କ୍ଷେତ୍ରରେ ନର୍ସମାନଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଥିବା ବେଳେ ଏମାନଙ୍କୁ କରୋନା ଯୋଦ୍ଧା ଭାବେ ଗଣା ଯାଉଛି । ଯାହାକୁ ନେଇ ଭାରତୀୟ ମଜଦୁର ସଂଘ ଜିଲ୍ଲା ସଂପାଦକ ସୁକାନ୍ତ କୁମାର ମହାପାତ୍ର ନର୍ସମାନଙ୍କୁ ସମ୍ବର୍ଦ୍ଧିତ କରିଥିବା ଜଣାଯାଇଛି । ତାଙ୍କ ସହିତ ସ୍ୱେଚ୍ଛାସେବୀ ରାମଚନ୍ଦ୍ର ଭଟ୍ଟ ଓ ଆଶାକର୍ମୀ ରଶ୍ମୀତା ବେହେରା ସମ୍ବର୍ଦ୍ଧନା ପର୍ବରେ ସାମିଲ ହୋଇଥିଲେ ।






