Tuesday, September 1, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ମୃତ୍ତିକା ସଂରକ୍ଷଣ ଓ ଜଳବିଭାଜିକା ନିର୍ଦ୍ଦେଶକଙ୍କ ନୟାଗଡ଼ ଗସ୍ତ

by Anil Panda
May 12, 2020
in Lifestyle, Nayagarh
ମୃତ୍ତିକା ସଂରକ୍ଷଣ ଓ ଜଳବିଭାଜିକା ନିର୍ଦ୍ଦେଶକଙ୍କ ନୟାଗଡ଼ ଗସ୍ତ
99
VIEWS
Share on FacebookShare on Twitter

ନୟାଗଡ଼,(ବାଘୁଆବାର୍ତ୍ତା): ଓଡିଶା ମୃତ୍ତିକା ସଂରକ୍ଷଣ ଓ ଜଳବିଭାଜିକା ନିର୍ଦ୍ଦେଶକ ଶ୍ରୀଯୁକ୍ତ ହେମନ୍ତ କୁମାର ପଣ୍ଡା ନୟାଗଡ ଜିଲ୍ଲାକୁ ଏକ ତୋଫାନୀ ଗସ୍ତରେ ଆସି ରଣପୁର ବ୍ଲକ୍‌ରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଉନ୍ନୟନ ପ୍ରକଳ୍ପ ଗୁଡିକ ପରିଦର୍ଶନ କରିଥିଲେ । ରାଇପଡ଼ା ଗ୍ରାମରେ ନିର୍ମାଣାଧିନ ଜଳ ଅମଳ ପ୍ରକଳ୍ପଟିକୁ ଅଧିକ ଗଭୀର କରି ଖୋଳିବା ସହ ଉପଯୁକ୍ତ ଜଳ ନିଷ୍କାସନ ନିମନ୍ତେ ସ୍ଥାୟୀ ପକ୍କା ପୋଲ ନିର୍ମାଣ କରିବା ତଥା ଆଗାମୀ ବର୍ଷା ଋତୁରେ ଏହାର ଆଡ଼ି ବନ୍ଧରେ ଆମ୍ବଚାରା ଲଗାଇବା, ହରଡ଼ ଚାଷ କରିବା ଏବଂ ଜଳାଶୟରେ ମାଛ ଚାଷ କରିବାକୁ ଉପସ୍ଥିତ ଥିବା ଜିଲ୍ଲା ଜଳବିଭାଜିକା ନିର୍ଦ୍ଦେଶକଙ୍କୁ ପରାମର୍ଶ ଦେଇଥିଲେ । ପୂର୍ବରୁ ନିର୍ମାଣ କରାଯାଇଥିବା କିଛି ଜଳ ଅମଳ ପ୍ରକଳ୍ପର ଆୟାକଟ ଅଚଂଳରେ ହୋଇଥିବା ପନିପରିବା ଚାଷକୁ ପରିଦର୍ଶନ କରିବା ସହ ଉପସ୍ଥିତ ଚାଷୀମାନଙ୍କୁ ଉଦ୍ୟାନ କୃଷି ବିଭାଗ ପ୍ରାୟୋଜିତ ବୁନ୍ଦା ଜଳସେଚନ ପ୍ରଣାଳୀକୁ ଆପଣାଇ କମ୍ ଜଳ ପ୍ରୟୋଗ ଦ୍ୱାରା ଅପେକ୍ଷାକୃତ ବେଶୀ ଅଚଂଳରେ ପନିପରିବା ଚାଷ କରି ଉପକୃତ ହୋଇପାରିବେ ବୋଲି ମତ ପୋଷଣ କରିଥିଲେ । ତା ପରେ ରାଇପଡା ଗ୍ରାମର ଶ୍ରୀ ରମେଶ ଚନ୍ଦ୍ର ପାଇକରାୟ, ଖଇରପଲ୍ଲୀ ଗ୍ରାମର ଶ୍ରୀ ସିଧି ବେହେରା ଓ ଶ୍ରୀ ପୂର୍ଣ୍ଣ ଚନ୍ଦ୍ର ପାଇକରାୟଙ୍କ ନିଜ ଜମିରେ ମନରେଗା ଯୋଜନାରେ ଖୋଳାଯାଇଥିବା କ୍ଷେତ୍ର ପୋଖରୀଗୁଡିକ ପରିଦର୍ଶନ କରି ସନ୍ତୋଷ ପ୍ରକାଶ କରିଥିଲେ । ଅପରାହ୍ନରେ ନିର୍ଦ୍ଦେଶକ ଶ୍ରୀଯୁକ୍ତ ପଣ୍ଡା, ନୟାଗଡ଼ ଠାରେ ଜିଲ୍ଲାପାଳ ଶୀମତୀ ଡ. ପୋମା ଟୁଡୁଙ୍କୁ ସାକ୍ଷାତ କରି ଜିଲ୍ଲାରେ ଚାଲୁ ରହିଥିବା ବିଭିନ୍ନ କାର୍ଯ୍ୟକ୍ରମର ସଂମ୍ପର୍କରେ କରିଥିଲେ । ମନରେଗା ଯୋଜନାରେ ଚାଲୁ ରହିଥିବା “କ୍ଷେତ୍ର ପୋଖରୀ ଗୁଡିକ” ନିର୍ଦ୍ଧାରିତ ସମୟ ମଧ୍ୟରେ ତାର ଧାର୍ଯ୍ୟ ଲକ୍ଷ୍ୟ ପୂରଣ କରିପାରିବ ଏବଂ ତଦ୍‌ଜନିତ ଉତ୍ପନ୍ନ ହେଉଥିବା ସମସ୍ୟାଗୁଡିକ କିଭଳି ଦୂର ହୋଇପାରିବ ସେନେଇ ଆଲୋଚନା ହୋଇଥିଲା । ଏହି ଗ୍ରସ୍ତ ସମୟରେ ନୟାଗଡ଼ ଜଳବିଭାଜିକା ନିର୍ଦ୍ଦେଶକ ଚନ୍ଦନ କୁମାର ସାହୁଙ୍କ ସହ ଅନ୍ୟ କର୍ମଚାରୀମାନେ ଉପସ୍ଥିତ ଥିଲେ ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!