ନୟାଗଡ଼,(ବାଘୁଆବାର୍ତ୍ତା): ନୟାଗଡ଼ ବଜାରରେ ହଠାତ୍ ଆସି ୩୦ ବଙ୍ଗ ଫେରନ୍ତା ଓହ୍ଲାଇବା ସହ ଇତସ୍ତତଃ ଭାବେ ବୁଲୁଥିବା ଖବର ମିଳିଛି । ଏହି ବଙ୍ଗ ଫେରନ୍ତାମାନେ ଏକ ବସ୍ଯୋଗେ ଆସି ନୟାଗଡ଼ ହେଡ୍ ପୋଷ୍ଟ ଅଫିସ୍ ପାଖେ ଓହ୍ଲାଇବା ସହ ଇତସ୍ତତଃ ଭାବେ ବୁଲୁଥିବା ଦେଖା ଯାଇଛି । ଯାହାକୁ ନେଇ ସହର ବାସୀଙ୍କ ମନରେ ଛନକା ପଶିଥିବା ବେଳେ ବିନା ସୂଚନାରେ ଆସିଥିବା ଏହି ଫେରନ୍ତାଙ୍କ ପାଇଁ ପ୍ରଶାସନ କିଂ କର୍ତ୍ତବ୍ୟ ବିମୂଢ଼ ହୋଇପଡ଼ିଛି । ଏହି ଫେରନ୍ତାମାନଙ୍କ ମଧ୍ୟରୁ ଅନେକ ନୟାଗଡ଼ ବ୍ଲକ ଭିତରେ ପଶିଥିବା ବେଳେ, କିଛି ରାସ୍ତାଘାଟରେ ବୁଲୁଥିବା ଜଣାଯାଇଛି । ଏହି ଫେରନ୍ତାମାନେ ଓଙ୍ଗ଼ଗାଁ ଅଂଚଳର ବୋଲି ସୂଚନା ମିଳିଥିବା ବେଳେ ତାଙ୍କ ଆଣି ଆସିଥିବା ବସ୍ ମଧ୍ୟ ଚାଲି ଯାଇଛି ।






