କଟକ, (ବାଘୁଆବାର୍ତ୍ତା): ବିବାହର ପ୍ରତିଶ୍ରୁତି ଦେଇ କନଷ୍ଟେବଳ ରଖିଲେ ଯୁବତୀଙ୍କ ସହ ଶାରିରୀକ ସମ୍ପର୍କ । ହେଲେ ଏବେ କନଷ୍ଟେବଳ ପୀତିରଞ୍ଜନ ବେହେରା ଚମ୍ପଟ ମାରିଛନ୍ତି । ୭ ବର୍ଷ ଲିଭ୍ ଇନରେ ରହିବା ଭିତରେ ଯୁବତୀଙ୍କ ଠାରୁ ୨୦ ଲକ୍ଷ ଟଙ୍କା, ସୁନା ଗହଣା ଆଦି ଲୁଟ କରିଥିବା ଥାନାରେ ଅଭିଯୋଗ କରିଛନ୍ତି ପୀଡିତା । ଷଷ୍ଠ ବାଟାଲିୟନରେ କନଷ୍ଟେବଳ ଭାବରେ ନିଯୁକ୍ତି ଅଛନ୍ତି କଟକର ପୀତିରଞ୍ଜନ । ବାରମ୍ବାର ମଞ୍ଚେଶ୍ୱର ଥାନାରେ ପୀତିରଞ୍ଜନଙ୍କ ବିରୋଧରେ ଯୁବତୀ ଜଣଙ୍କ ଫେରାଦ ହୋଇଥିଲେ । କୌଣସି କାର୍ୟ୍ୟନୁଷ୍ଠାନ ନ ହେବାରୁ ଆଜି ଡିସିପି ଅଫିସରେ ଯୁବତୀ ଫେରାଦ ହୋଇଛନ୍ତି ।





