Wednesday, May 27, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଆଇପିଏଲ ରେ କମାଲ କରିବେ ଓଡିଆ ଝିଅ ଲୋରିଆ

by ସଞ୍ଜୟ ସ୍ୱାଇଁ
March 27, 2023
in Feature News, Sports, State
ଆଇପିଏଲ ରେ କମାଲ କରିବେ ଓଡିଆ ଝିଅ ଲୋରିଆ
310
VIEWS
Share on FacebookShare on Twitter

କଟକ, (ବାଘୁଆବାର୍ତ୍ତା): ଚଳିତବର୍ଷର ଆଇପିଏଲକୁ ନେଇ ରୋମାଞ୍ଚ ଦିନକୁ ଦିନ ବଢିବାରେ ଲାଗିଛି । ବିଭିନ୍ନ କାରଣରୁ ଆଇପିଏଲ-୨୦୨୩ ସିଜନ୍ ପାଇଁ ଫ୍ୟାନ୍ସମାନଙ୍କ ମନରେ ଉତ୍ସାହ ବଢିଚାଲିଛି । ସେପଟେ ଓଡିଆ କ୍ରିକେଟପ୍ରେମୀମାନଙ୍କ ପାଇଁ ଆଉ ଏକ ସରପ୍ରାଇଜ ଖବର ଏବେ ସାମନାକୁ ଆସିଛି । ଚଳିତବର୍ଷର ଆଇପିଏଲ ସିଜନ ଓଡିଆମାନଙ୍କ ପାଇଁ ହେବାକୁ ଯାଉଛି ଆହୁରି ରୋମାଞ୍ଚକର । କାରଣ ଆସନ୍ତା ଆଇପିଏଲ-୨୦୨୩ ମ୍ୟାଚର ସମସ୍ତ ଧାରା ବିବରଣୀ ଓଡିଆ ଭାଷାରେ ଦିଆଯିବ । ଏଥିପାଇଁ ଓଡିଶାର ଜଣେ ଆଗଧାଡିର ଉପସ୍ଥାପିକାଙ୍କୁ ଚୟନ କରାଯାଇଛି । ଚଳିତବର୍ଷ ଆଇପିଏଲରେ ଓଡିଆ ଭାଷା ଏବଂ ଓଡିଆ ଆଙ୍କର ଲୋରିଆ ମହାନ୍ତିଙ୍କୁ ମିଳିଛି ଏକ ବଡ ସମ୍ମାନ । ପ୍ରଥମ ଥର ଆଇପିଏଲରେ କମେଣ୍ଟ୍ରି ଓଡିଆ ଭାଷାରେ କରାଯିବ । ଏ ନେଇ ପ୍ରସାରଣ ଦାୟିତ୍ୱରେ ଥିବା ସଂସ୍ଥା ପକ୍ଷରୁ ସୂଚନା ଦିଆଯାଇଛି । ମୋବାଇଲ ଆପ୍ଲିକେସନରେ କ୍ରିକେଟ ପ୍ରେମୀମାନେ ଓଡିଆ କମେଣ୍ଟ୍ରିର ମଜା ନେଇପାରିବେ । ମ୍ୟାଚ ପୂର୍ବରୁ କ୍ରିକେଟ ବିଶେଷଜ୍ଞମାନଙ୍କୁ ନେଇ ଏକ କାର‌୍ୟ୍ୟକ୍ରମ ଅନୁଷ୍ଠିତ ହେବ । ଏହି କାର‌୍ୟ୍ୟକ୍ରମ ପରିଚାଳନା କରିବା ପାଇଁ କଟକ ସହରର ଲୋରିଆ ମହାନ୍ତିଙ୍କୁ ଚୟନ କରାଯାଇଛି । ଏଥିପାଇଁ ଆସନ୍ତାକାଲି ସେ ମୁମ୍ବାଇ ଅଭିମୁଖେ ଯାତ୍ରା କରିବେ । ଦୀର୍ଘ ବର୍ଷରୁ ଓଲିଉଡ ଜଗତରେ ଜଣେ ଆଗେ ଧାଡିର ଆଙ୍କର ଭାବେ ସେ ଖୁବ ପରିଚିତ । ତେବେ ବର୍ତ୍ତମାନ ଏହି ଦିଗରେ ସେ ଆଉ ଏକ ପାଦ ଆଗକୁ ବଢାଇଛନ୍ତି । ବର୍ତ୍ତମାନ ବିଶ୍ୱର ସର୍ବବୃହତ ଟି-୨୦ ଲିଗ୍ ଆଇପିଏଲରେ ସେ ସଂଯୋଜକର ଭୂମିକା ତୁଲାଇବାକୁ ଯାଉଛନ୍ତି । ସେଥିପାଇଁ ତାଙ୍କୁ ସବୁଆଡୁ ପ୍ରଶାଂସାର ସୁଅ ଛୁଟିଛି । ମଞ୍ଚ ପରିଚାଳନା ସହ ଟେଲିଭିଜନ ଆଙ୍କରିଂରେ ସେ ବେଶ ନାଁ କମାଇଥିବା ବେଳେ ଏହି ଦାୟିତ୍ୱ ନିଶ୍ଚୟ କିଛି ନୂଆ ଅନୁଭୂତି ଦେବ ବୋଲି କହିଛନ୍ତି ଲୋରିଆ । କ୍ରିକେଟ ଦୁନିଆରେ ବିଶେଷଜ୍ଞମାନଙ୍କୁ ନେଇ ପ୍ରଥମ ଥର ଏଭଳି ଏକ ବିଶାଳ କାର‌୍ୟ୍ୟକ୍ରମକୁ ପରିଚାଳନା କରିବା ଚାଲେଞ୍ଜିଂ ରହିବ ବୋଲି ଲୋରିଆ ମତ ରଖିଛନ୍ତି ।

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026
ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

May 24, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!