Saturday, June 13, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ତାଇକ୍ୱୋଣ୍ଡୋ ଆସୋସିଏସନ ଅଫ୍ ଭଦ୍ରକ ଦ୍ୱାରା କଲର ବେଲ୍‌ଟ୍ ପରୀକ୍ଷା ଓ ପ୍ରମାଣପତ୍ର ପ୍ରଦାନ ଉତ୍ସବ

by ସଞ୍ଜୟ ସ୍ୱାଇଁ
March 26, 2023
in Sports, State
ତାଇକ୍ୱୋଣ୍ଡୋ ଆସୋସିଏସନ ଅଫ୍ ଭଦ୍ରକ ଦ୍ୱାରା କଲର ବେଲ୍‌ଟ୍ ପରୀକ୍ଷା ଓ ପ୍ରମାଣପତ୍ର ପ୍ରଦାନ ଉତ୍ସବ
103
VIEWS
Share on FacebookShare on Twitter

ଭଦ୍ରକ, (ବାଘୁଆବାର୍ତ୍ତା): ତାଇକ୍ୱୋଣ୍ଡୋ ଆସୋସିଏସନ ଅଫ୍ ଓଡିଶା ସହ ଅନୁବନ୍ଧିତ ଭଦ୍ରକ ଜିଲ୍ଲା ତାଇକ୍ୱୋଣ୍ଡୋ ଆସୋସିଏସନ ଆନୁକୂଲ୍ୟରେ ଏକ କଲର ବେଲ୍‌ଟ୍ ପରୀକ୍ଷା ଚରମ୍ପାସ୍ଥିତ ହେପ୍ପି୍ ହୋମ୍ ସ୍କୁଲ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ୧୨୧ଜଣ ଛାତ୍ରଛାତ୍ରୀ ଯୋଗଦେଇଥିଲେ । ଏହି ପରୀକ୍ଷା ସକାଳ ୭ଟା ବେଳେ ଆରମ୍ଭ ହୋଇ ଦିବା ୧୨ଘଟିକା ସମୟରେ ଶେଷ ହୋଇଥିଲା । ପରୀକ୍ଷା ପରିଚାଳନା କରିଥିଲେ ତାଓ ସାଧାରଣ ସଂପାଦକ ରବିନାରାୟଣ ପାଣିଗ୍ରାହୀ ଓ ତାଙ୍କୁ ସହଯୋଗ କରିଥିଲେ ଢ଼େଙ୍କାନାଳ ତାଇକ୍ୱୋଣ୍ଡୋ ଆସୋସିଏସନର ପ୍ରଶିକ୍ଷକ ଇଂ. ସୌମ୍ୟକାନ୍ତ ବେଉରା, ଅନ୍ୟତମ ପ୍ରଶିକ୍ଷକ ରାଜେନ୍ଦ୍ର ବେହେରା, ବାଲେଶ୍ୱରର ଆଦ୍ୟାଶା ଦାସ, ମୟୁରଭଞ୍ଜର ବୁଧୁରାମ ସିଂ ଓ ଶରତ ମଢ଼ୁଆଳ । ଅପରାହ୍ନରେ ଅନୁଷ୍ଠିତ ଉଦ୍‌ଯାପନ ଉତ୍ସବରେ ଉର୍ତ୍ତୀନ୍ନ ହୋଇଥିବା ସମସ୍ତ ଶିକ୍ଷାର୍ଥିଙ୍କୁ କଲର୍ ବେଲ୍‌ଟ୍ ସହ ତାଇକ୍ୱୋଣ୍ଡୋ ଏକାଡେମୀ ଅଫ୍ ଇଣ୍ଡିଆ ପ୍ରଦତ୍ତ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା । ‘ତାଓ’ କାର‌୍ୟ୍ୟକାରୀ ସଭାପତି ଅଧ୍ୟାପକ ବିଜୟ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉଦ୍‌ଯାପନ ଉତ୍ସବରେ ଅତିଥି ରୂପେ ଭଦ୍ରକର ପୂର୍ବତନ ବିଧାୟକ ନରେନ୍ ପଲାଇ, ଜ୍ୟୋତି କନ୍‌ଭେଣ୍ଟର ଅଧ୍ୟକ୍ଷ ଫାଦର ଆଲେକ୍ସ, ହେପ୍ପିହୋମ୍ ପରିଚାଳିକା ପ୍ରଜ୍ଞାପାରମିତା ପଲାଇ, ‘ତାଓ’ କୋଷାଧ୍ୟକ୍ଷା ତଥା କାର୍ମେଲ ସ୍କୁଲର ଅଧ୍ୟାପିକା ସଂଘମିତ୍ରା ନନ୍ଦିନୀ ଦାସ, ସ୍ୱତନ୍ତ୍ର ପି.ପି. ପବନ ଶର୍ମା, ସାମାଜିକ କର୍ମୀ ବିଦ୍ୟାଧର ବାରିକ୍‌, ଇଂ. ଉତ୍ପଳକାନ୍ତି ଦାସ, ହେପ୍ପିହୋମ୍ କ୍ରୀଡା ଅଧ୍ୟାପକ ରବିନାରାୟଣ ଓଝା ପ୍ରମୁଖ ଯୋଗଦେଇ ସଂକ୍ଷିପ୍ତ ବକ୍ତବ୍ୟ ରଖିବା ସହ ପ୍ରମାଣ ପତ୍ର ଓ ବେଲ୍‌ଟ୍ ପ୍ରଦାନ କରିଥିଲେ । ଏହି ଅବସରରେ ତାଇକ୍ୱୋଣ୍ଡୋ ଶିକ୍ଷାର୍ଥୀଙ୍କ ଦ୍ୱାରା କିଛି ଉଚ୍ଚମାନର ସାମରିକ କଳା ପ୍ରଦର୍ଶନ କରାଯାଇଥିଲା । ଏହି ଉତ୍ସବ ପରିଚାଳନାରେ ତାଇକ୍ୱୋଣ୍ଡୋ ଆସୋସିଏସନ ଅଫ୍ ଭଦ୍ରକର ସମ୍ପାଦକ ସଂଗ୍ରାମ ତ୍ରିପାଠୀ, ସଦସ୍ୟା ତାରିଣୀ ସାହୁ, ସଦସ୍ୟ ଧନେଶ୍ୱର ଜେନା, ଯୋଗଗୁରୁ ସୁରେଶ ନାୟକ, ହରିହର ବାରିକ୍‌, ଦିଲ୍ଲୀପ କୁମାର ବେହେରା, ପ୍ରେମ ଶଙ୍କର ମିଶ୍ର, ଅଭିରାମ ଜେନା, କବିତା ବେହେରା ପ୍ରମୁଖ ସକ୍ରୀୟ ଭୂମିକା ଗ୍ରହଣ କରିଥିଲେ ।

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!