Saturday, November 21, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଚାକିରି ପାଇଁ ମାଳ ମାଳ ଜାଲ୍ ସାର୍ଟିଫିକେଟ, ୨୦ ଅଟକ, ଆକ୍ସନ ମୋଡରେ ପୁଲିସ

by ସଞ୍ଜୟ ସ୍ୱାଇଁ
March 25, 2023
in Crime, State
ଚାକିରି ପାଇଁ ମାଳ ମାଳ ଜାଲ୍ ସାର୍ଟିଫିକେଟ, ୨୦ ଅଟକ, ଆକ୍ସନ ମୋଡରେ ପୁଲିସ
231
VIEWS
Share on FacebookShare on Twitter

ବଲାଙ୍ଗୀର, (ବାଘୁଆବାର୍ତ୍ତା): ବଲାଙ୍ଗୀର ପୋଷ୍ଟ ଅଫିସରେ ଜାଲ୍ ସାର୍ଟିଫିକେଟ ଦେଇ ଚାକିରି ପାଇଁ ଆବେଦନ ମାମଲା । ଗୁମର ଖୋଲିଲା ବଲାଙ୍ଗୀର ଟାଉନ ଥାନା ପୋଲିସ । ରାଜ୍ୟ ତଥା ରାଜ୍ୟ ବାହାରର ବିଭିନ୍ନ ୟୁନିଭର୍ସିଟି ନାଁରେ ମାଳମାଳ ଜାଲ ସାର୍ଟିଫିକେଟ ଜବତ । ଜାଲ୍ ସାର୍ଟିଫିକେଟ ସିଣ୍ଡିକେଟର ମାଷ୍ଟର ମାଇଣ୍ଡ ମନୋଜ ମିଶ୍ର ଓ ଆଲୋକ ଉଦଗାତାଙ୍କ ସହ ୨୦ ଜଣଙ୍କୁ ଅଟକ ରଖିଛି ପୋଲିସ । ବଲାଙ୍ଗୀର କଲେଜ ଛକରେ ଥିବା ଏକ କୋଚିଂ ସେଣ୍ଟରରେ ପୋଲିସର ଚଢ଼ାଉ ଜାରି ରହିଛି । ଏଠି ତିଆରି ହେଉଥିଲା ଜାଲ ସାର୍ଟିଫିକେଟ । ଜିଲ୍ଲା ଶିକ୍ଷାଧିକାରୀ ଓ ତହସିଲଦାରଙ୍କ ସହ ବରିଷ୍ଠ ଅଧିକାରୀଙ୍କ ସିଲ୍ ଜବତ । ଲାପଟପ୍, କମ୍ପ୍ୟୁଟର ଓ ପ୍ରିଣ୍ଟର ସହ ବହୁ ଗୁରୁତ୍ୱପୂର୍ଣ୍ଣ ସମାଗ୍ରୀ ଜବତ ହୋଇଛି । ଗ୍ରାମୀଣ ଡାକ ସେବା ପଦବୀ ପାଇଁ ଆବେଦନ ବେଳେ ମାଳମାଳ ଜାଲ ସାର୍ଟିଫିକେଟ ଧରାପଡ଼ିଥିଲା । ଡାକ ବିଭାଗର ଯାଞ୍ଚ ବେଳେ ଧରାପଡ଼ିଛି ୩୭ରୁ ଅଧିକ ଜାଲ୍ ସାର୍ଟିଫିକେଟ । ପୋଷ୍ଟାଲ ଅଧୀକ୍ଷକ ରାଜେନ୍ଦ୍ର କୁମାର ପଟ୍ଟନାୟକ ବଲାଙ୍ଗୀର ଟାଉନ ଥାନାରେ ଏତଲା ଦେବା ପରେ ପୋଲିସ କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରିଛି । ୟୁପିରୁ ସାର୍ଟିଫିକେଟ ଇସ୍ୟୁ ହୋଇଥିବା କହି ବଲାଙ୍ଗୀରରେ ଏହି ନକଲି ସାର୍ଟିଫିକେଟ ତିଆରି ହେଉଥିବା ଜଣାପଡିଛି । ଏବେ ବି ଚଢ଼ାଉ ଜାରି ରହିଛି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!