Tuesday, June 16, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

‌ଛାତ୍ରଛାତ୍ରୀଙ୍କ ପାଇଁ ‘ଭରସା’ ଲୋକାର୍ପିତ

by Anil Panda
May 11, 2020
in Education
ରାଜ୍ୟ ବାହାରେ ଥିବା ଶ୍ରମିକଙ୍କୁ ସହାୟତା କଲେ ମନ୍ତ୍ରୀ
12
VIEWS
Share on FacebookShare on Twitter

ଭୁବନେଶ୍ୱର, (ବାଘୁଆବାର୍ତ୍ତା ବ୍ୟୁରୋ) : କୋଭିଡ୍‌-୧୯ ପରିପ୍ରେକ୍ଷୀରେ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ମାନସିକ ଚାପରୁ ମୁକ୍ତ ରଖିବା ଓ ସେମାନଙ୍କ ମାନସିକ ସ୍ଥିତିକୁ ଦୃଢ଼ କରିବା ଉଦ୍ଦେଶ୍ୟରେ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ, କୋରାପୁଟ ଆନୁକୂଲ୍ୟରେ ପ୍ରସ୍ତୁତ କରାଯାଇଥିବା ହେଲପ୍‌ଲାଇନ୍‌ ‘ଭରସା’କୁ ଆଜି କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ଡ. ରମେଶ ପୋଖରିୟାଲ୍‌ ନିଶଙ୍କ ଲୋକାର୍ପିତ କରିଛନ୍ତି । କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ, ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ଲୋକସେବା ଭବନଠାରେ େୱବେକ୍ସ ଜରିଆରେ ଭିଡ଼ିଓ କନ୍‌ଫରେନ୍ସିଂରେ ଯୋଗଦେଇ କହିଛନ୍ତି ଯେ ସଂପ୍ରତି ମହାମାରୀ କୋଭିଡ୍‌-୧୯ ସଂକ୍ରମଣ ଯୋଗୁଁ ସାରା ବିଶ୍ୱ ଏକ ଅସ୍ୱାଭାବିକ ପରିସ୍ଥିତି ଦେଇ ଗତି କରୁଛି । ନିର୍ଦ୍ଦିଷ୍ଟ ଚିକିତ୍ସା ପଦ୍ଧତି ବାହାର ହୋଇନଥିବାବେଳେ ଏହା ସମସ୍ତଙ୍କ ପାଇଁ ଏକ ଆହ୍ୱାନ ସୃଷ୍ଟି କରିଛି । ଲକ୍‌ ଡାଉନ୍‌ ଜାରି କରାଯାଇଥିବା ପରିପ୍ରେକ୍ଷୀରେ ସାମାଜିକ ଜୀବନ ଗଭୀର ଭାବରେ ପ୍ରଭାବିତ ହୋଇଛି । ଏହା ଛାତ୍ରଛାତ୍ରୀମାନଙ୍କ ଉପରେ ଚାପ ସୃଷ୍ଟି କରୁଛି । ମାତ୍ର ଏଥିରେ ପ୍ରଭାବିତ ନ ହୋଇ ଏବଂ ଚାପକୁ ଏଡ଼ାଇ ଛାତ୍ରଛାତ୍ରୀମାନେ ନିଜ ନିଜର ପଢ଼ା ଜାରି ରଖନ୍ତୁ ବୋଲି ମନ୍ତ୍ରୀ ଡ. ସାହୁ କହିଛନ୍ତି । ଲକ୍‌ ଡାଉନ୍‌କୁ ଏକ ସୁଯୋଗ ଭାବେ ଗ୍ରହଣ କରି ଛାତ୍ରଛାତ୍ରୀମାନେ ଘରେ ରହି ପାଠ ପଢ଼ନ୍ତୁ । ଛାତ୍ରଛାତ୍ରୀମାନେ ବିଚଳିତ ନହୋଇ ଏବଂ ଧୈର୍ଯ୍ୟ ଧରି ନିଜକୁ ମାନସିକ ଚାପରୁ ମୁକ୍ତ ରଖି ପାଠ ପଢ଼ିବା ସହିତ ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା ନୀତିନିୟମକୁ ମାନି ଚଳିବାକୁ ମନ୍ତ୍ରୀ ଡ. ସାହୁ ପରାମର୍ଶ ଦେଇଛନ୍ତି । ଏହି ହେଲପ୍‌ଲାଇନ୍‌ ଓଡ଼ିଶାର ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ମାନସିକ ସ୍ୱାସ୍ଥ୍ୟ ଓ ସ୍ଥିତିକୁ ସୁଦୃଢ଼ ରଖିବା ଏବଂ ସେମାନଙ୍କୁ ଭବିଷ୍ୟତ ନିମନ୍ତେ ପ୍ରସ୍ତୁତ କରିବାରେ ସହାୟକ ହେବ ବୋଲି ମନ୍ତ୍ରୀ ଡ. ସାହୁ କହିଛନ୍ତି । ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ, କୋରାପୁଟ ଏବଂ ଆସୋସିଏସନ୍‌ ଅଫ୍‌ ହେଲଥ୍‌ ସାଇକୋଲୋଜିଷ୍ଟର ମିଳିତ ସହଯୋଗରେ ମାନସିକ ଅବସ୍ଥାର ପୁନଃସଂସ୍ଥାପନ ସେବା ହେଲପ୍‌ଲାଇନ୍‌ ‘ଭରସା’ ପ୍ରସ୍ତୁତ କରାଯାଇଛି । ଏଥିରେ ଏକ ହେଲପ୍‌ ଲାଇନ୍‌ ଟେଲିଫୋନ୍‌ ନମ୍ବର-୦୮୦୪୬୮୦୧୦୧୦ ଦିଆଯାଇଛି । ଓଡ଼ିଶାର ସମସ୍ତ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ଅନ୍‌ଲାଇନ୍‌ ମାଧ୍ୟମରେ ସେମାନଙ୍କର ମାନସିକ ସ୍ଥିତିକୁ ସୁଦୃଢ଼ କରିବା ଓ ସେମାନଙ୍କର ଆତ୍ମବିଶ୍ୱାସକୁ ଦୃଢ଼ କରିବା ପାଇଁ ପରାମର୍ଶ ଦିଆଯିବ । ମନସ୍ତତ୍ତ୍ୱବିଦ୍‌ମାନେ ଛାତ୍ରଛାତ୍ରୀଙ୍କୁ ସେମାନଙ୍କର ପ୍ରଶ୍ନର ଉତ୍ତର ଦେବା ସହିତ ମାନସିକ ସ୍ତରରେ ସ୍ଥିରତା ଆଣିବା ଦିଗରେ ଆବଶ୍ୟକ ପରାମର୍ଶ ଦେବେ । ରାଜ୍ୟର ଯେକୌଣସି ସହବନ୍ଧିତ ମହାବିଦ୍ୟାଳୟ/ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀମାନେ ସେମାନଙ୍କର ଆବେଗିକ ଓ ମାନସିକ ଅବସ୍ଥିତି ନେଇ ହେଲ¬ଲାଇନ୍‌ ନମ୍ବରକୁ ଫୋନ କରିପାରିବେ । ଲୋକାର୍ପଣ ସମୟରେ କେନ୍ଦ୍ର ଉଚ୍ଚଶିକ୍ଷା ଶାସନ ସଚିବ, ଯୁଗ୍ମ ଶାସନ ସଚିବ, ରାଜ୍ୟ ଉଚ୍ଚଶିକ୍ଷା ବିଭାଗର କମିଶନର ତଥା ଶାସନ ସଚିବଙ୍କ ସମେତ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର କୁଳପତି ପ୍ରମୁଖ େୱବେକ୍ସ ମାଧ୍ୟମରେ ଯୋଗଦେଇଥିଲେ ।

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!