ଭୂବନେଶ୍ୱର,(ବାଘୁଆବାର୍ତ୍ତା ବ୍ୟୁରୋ): ସରକାରଙ୍କ କଟକଣାକୁ ମାନୁନାହାଁନ୍ତି ଜନସାଧାରଣ।ସରକାରଙ୍କର ନିୟମକୁ ଅମାନ୍ୟ କରି କଣ୍ଟେନମେଣ୍ଟ ଅଞ୍ଚଳରେ ୨୦ରୁ ଉର୍ଦ୍ଧ୍ବ ବ୍ୟକ୍ତି ଗଣ୍ଡଗୋଳ ଲାଗୁଥିବାର ଭିଡ଼ିଓ ଏବେ ସୋସିଆଲ ମିଡିଆରେ ବେସ ଭାଇରାଲ ହେବାରେ ଲାଗିଛି।ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲା ଖଇରା ବ୍ଲକ କୁରୁଣ୍ଟା ପଞ୍ଚାୟତ ମହିଂସାମୁଣ୍ଡା ଗ୍ରାମରେ।ଘଟଣାରୁ ଜଣାଯାଏ ଗତ ୬ତାରିଖରେ ଉକ୍ତ ପଞ୍ଚାୟତର ବାରିଙ୍ଗିଆ ଗ୍ରାମରେ ଜଣେ କରୋନା ପଜିଟିଭ ଚିହ୍ନଟ ହେବା ପରେ ବାରିଙ୍ଗିଆ ସମେତ ମହିଁସାମୁଣ୍ଡା, ଚକାପଦା ଗ୍ରାମକୁ କଣ୍ଟେନମେଣ୍ଟ ଯୋନ ଭାବେ ଘୋଷଣା କରାଯିବା ସହ ୮ଟି ରାସ୍ତାକୁ ବାଡ଼ ବୋଜି ପ୍ରଶାସନ ସିଲ କରିଥିଲା।ହେଲେ ଗତକାଲି ଏହି ବାଡ ବସାଇବାକୁ କେନ୍ଦ୍ରକରି ମହିଁସାମୁଣ୍ଡା ଗ୍ରାମରେ ୩ପରିବାରଙ୍କ ମଧ୍ୟରେ ଜୋରଦାର ଗଣ୍ଡଗୋଳ ସୃଷ୍ଟିହୋଇଥିଲା।ଏହି ମାରପିଟ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାପରେ ଏହି ଘଟଣା ଏବେ ଅଞ୍ଚଳରେ ବେସ ଚର୍ଚ୍ଚାର ପରିସରକୁ ଆସିଛି ଏବଂ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟିହୋଇଛି।ହେଲେ କଣ୍ଟେନମେଣ୍ଟ ଯୋନ ଘୋଷଣା ପରେ ଉକ୍ତ ଗ୍ରାମର ୨୦ରୁ ଊର୍ଦ୍ଧ୍ୱ ଲୋକ ଏକାଠି ହୋଇ ମାରପିଟ ଲାଗିବା ଘଟଣା ସ୍ଥାନୀୟ ପ୍ରଶାସନର କାର୍ଯ୍ୟ ଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟିକରିଛି।






