ଭୁବନେଶ୍ବର, (ବାଘୁଆବାର୍ତ୍ତା): ସ୍ପେଶାଲ ସ୍କ୍ବାଡ୍ ହାତରେ ଧରାପଡିଛନ୍ତି ତାମିଲନାଡୁର ୩ ଡକାୟତ । ଡକାୟତି ଗ୍ୟାଙ୍ଗ୍ର ମୁଖ୍ୟଙ୍କ ନିକଟରୁ ୪ଟି ଲାପଟପ, ୭ଟି ମୋବାଇଲ, ପେନ୍ଡ୍ରାଇଭ, ବ୍ଲୁଟୁଥ୍ ଏବଂ ଦାମୀ IT ସାମଗ୍ରୀ ଜବତ କରାଯାଇଛି । ରାଜଧାନୀରେ ଘରେ କେହି ନଥିବା ବେଳେ ତାଲା ଭାଙ୍ଗି ଏମାନେ ଲୁଟ୍ କରୁଥିଲେ । ୧୨ଟି ଡକାୟତି ଘଟଣାରେ ସମସ୍ତଙ୍କ ନାଁରେ ବିଭିନ୍ନ ଥାନାରେ ମାମଲା ରହିଥିଲା । ଏ ନେଇ ଡିସିପି ପ୍ରତୀକ ସିଂ ସୂଚନା ଦେଇଛନ୍ତି ।





